Posted inRasifala

ରାଶିଫଳ: ଶନିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇପାରନ୍ତି। ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। କୃତ୍ତିକା ନକ୍ଷତ୍ରରେ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବୃଷ
ବୃଷ
ଆସନ୍ତାକାଲିର ମାଙ୍ଗଳିକ କାମ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାମରେ ବାହାରକୁ ଯିବା ପାଇଁ ଅପେକ୍ଷା କରିଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ରୋହିଣୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। ସମ୍ପର୍କୀୟଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମିଥୁନ
ମିଥୁନ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ। ମୃଗଶିରା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତ ହେବେ। ମୂଲ୍ୟବାନ ଜିନିଷ କିଣିବା ସକାଶେ ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ବୋଧ କରିବେ।
କର୍କଟ
କର୍କଟ
ବନ୍ଧୁଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମ୍ପର୍କୀୟ ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ପୁଷ୍ୟା ନକ୍ଷତ୍ରର ଫେରନ୍ତା ବାଟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବାର ସୂଚନା ରହିଛି। ପାରିବାରିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି।
ସି˚ହ
ସି˚ହ
ପରିବାରର ଆବଶ୍ୟକତା ଅନୁଯାୟୀ ସୌଖୀନ ପଦାର୍ଥ ଆଣିପାରନ୍ତି। ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କଳା, ସାହିତ୍ୟ, ସାମ୍ବାଦିକତା ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କନ୍ୟା
ହସ୍ତା ନକ୍ଷତ୍ରର ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ତରବର ନ ହୋଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇଯିବ। ଇଚ୍ଛା ନଥିଲେ ମଧ୍ୟ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ପଡ଼ିପାରେ।
ତୁଳା
ତୁଳା
ପରିବାରରେ ବିଶୃଙ୍ଖଳା କାରଣରୁ ମନ ଭଲ ରହିବ ନାହିଁ। କୌଣସି ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ସ୍ବାତୀ ନକ୍ଷତ୍ରର କର୍ମକ୍ଷେତ୍ରରେ, ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
ମନ ମୁତାବକ କାର୍ଯ୍ୟ ତ୍ୱରାନ୍ବିତ କରିବାରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପ୍ରଶାସନିକ ସ୍ତରରେ ସମସ୍ୟା ସରଳ ସମାଧାନ କରିବା କଷ୍ଟକର ହୋଇପାରେ। ଜ୍ୟେଷ୍ଠା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସବୁ କଥାରେ ନୀରବ ରହିବାକୁ ପଡ଼ିବ। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିବେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ ଭାବୁଥିବା କଥାଟି ଆଜି ଯଥା ସମୟରେ ହୋଇଯିବ। ପ୍ରତିଯୋଗିତାରେ ଯୋଗଦେଲେ ଅବଶ୍ୟ ସଫଳତା ପାଇବେ। ପାରିବାରିକ ଆବଶ୍ୟକତାକୁ ଉପଲବ୍ଧିକରି ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରର କଳା, ସାହିତ୍ୟ, ସାମ୍ବାଦିକତାରେ ଅଗ୍ରଗତି ଘଟିବ।
ମକର
ମକର
ଦୀର୍ଘ ଦିନରୁ ସ୍ଥଗିତ ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବାର ସୂଚନା ରହିଛି। ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଧନିଷ୍ଠା ନକ୍ଷତ୍ର କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ରରେ ଉନ୍ନତି କରିବେ। ଆତ୍ମୀୟଙ୍କ ପୃଷ୍ଠ ସାହାଯ୍ୟ ଲାଭକରି ଅର୍ଥ ଓ ସମ୍ମାନ ଲାଭ ଯୋଗ ରହିଛି।
କୁମ୍ଭ
କୁମ୍ଭ
ଭଲ ସମ୍ପର୍କ ନ ଥିବା ବନ୍ଧୁମାନେ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଶତଭିଷା ନକ୍ଷତ୍ର ସକାଶେ ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ

କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦକୁ ଟାଣି ହୋଇଯିବେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ଉତ୍ତରାଭାଦ୍ର ନକ୍ଷତ୍ର ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?