Posted inRasifala

ରାଶିଫଳ: ବୁଧବାର , ଜାନୁଆରୀ ୨୯ ତାରିଖ – Daily Horoscope

ମେଷ
ବାହାର ଦୁନିଆରେ ଯେତେ ସମ୍ମାନ ଓ ପ୍ରଶଂସା ପାଇଲେ ମଧ୍ୟ ନିଜ ଲୋକଙ୍କ ଅସହିଷ୍ଣୁ ମନୋଭାବରୁ ଦୁଃଖତ୍ତ ରହିବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବା ସହ କାମ ଅଟକିବ ନାହିଁ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ।
ବୃଷ
ବୃଷ
ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଲଭିବେ। ବ୍ୟବସାୟ, ପରିବହନରେ ସନ୍ତୋଷଜନକ ସୁଫଳ ପାଇବେ। ରୋହିଣୀ ନକ୍ଷତ୍ର ପରିବାରରେ ଛୋଟ କଥାରେ କଳହରୁ ଦୂରେଇ ରହିବା ଭଲ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରର ବିଫଳତା ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଧାତୁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ମୃଗଶିରା ନକ୍ଷତ୍ର ଜମିଜମା, ଯାନବାହନ, ବିଦେଶ ଯାତ୍ରା, ଲେଖାପଢା କ୍ଷେତ୍ରରୁ ଉପକୃତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରତୀକ୍ଷିତ କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଭାବବିଭୋର ହେବେ। ବନ୍ଧୁମାନଙ୍କ ପ୍ରଶଂସା ସହ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ମନୋବଳକୁ ଦ୍ୱିଗୁଣିତ କରିବ। ପୁନର୍ବସୁ ନକ୍ଷତ୍ର ସାହିତ୍ୟ, ସଂସ୍କୃତି, କଳା, କାରିଗରି କାମରେ ଉତ୍ସାହିତ ହେବେ। ଯାନବାହନ କିମ୍ବା କୌଣସି ଯାନ୍ତ୍ରିକ ଜିନିଷ କ୍ରୟ କରିବାକୁ ମନ ବଳାଇବେ।
ସି˚ହ
ସି˚ହ
ଆଜି ଉତ୍ତରା ଫାଲଗୁନୀ ନକ୍ଷତ୍ରର କୌଣସି ଅସୁବିଧା ନ ହେଲେ ମଧ୍ୟ ସନ୍ତୋଷଜନକ ସ୍ଥିତି ଆସିବ ନାହିଁ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ନଷ୍ଟ ହୋଇପାରେ।
କନ୍ୟା
ହସ୍ତା ନକ୍ଷତ୍ର ଶେଷ ମୁହୂର୍ତ୍ତରେ ସପକ୍ଷରେ ଯାଉଥିବା ନିଷ୍ପତ୍ତିକୁ ବଦଳାଇଦେଇପାରନ୍ତି। ବନ୍ଧୁଙ୍କ ପକ୍ଷପାତିତା କାମକୁ ଅପସନ୍ଦ କଲେ ମଧ୍ୟ କିଛି କରିବାର ବାଟ ପାଇବେ ନାହିଁ। ଗୃହ ନିର୍ମାଣ, ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ରୁଗ୍‍ଣ ସ୍ବାସ୍ଥ୍ୟ ମୁଖ୍ୟ ଚିନ୍ତାର କାରଣ ହେବ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ସବୁକାମ ପଛକୁ ପକାଇ ଜୀବିକା ନିର୍ବାହ କର୍ମକୁ ପ୍ରାଧାନ୍ୟ ଦେବେ। ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିବ କିନ୍ତୁ ଭୁଲ୍‍ ବୁଝାମଣାରୁ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। କାମରେ ନିଜର ଅବହେଳାଜନିତ ମୃଦୁ ଗୁଞ୍ଜରଣ ଶୁଣିବାକୁ ପାଇବେ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ଯେତେ ଚେଷ୍ଟା କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ନ ହେବାରୁ ଅସନ୍ତୁଷ୍ଟ ରହିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଉଚ୍ଚବାଚ ଘଟିପାରେ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ସାହିତ୍ୟ ଓ ସଙ୍ଗୀତ, ନୃତ୍ୟ, କଳା ଓ ବକ୍ତୃତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ମୂଳା ନକ୍ଷତ୍ର ସକାଶେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ କରି ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ କାମରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ମକର
ଭୁଲ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ, ଶିକ୍ଷାରେ ସଫଳତା ଲାଭ କରିବେ। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରି ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ଉତ୍ତରାଷାଢା ନକ୍ଷତ୍ରର ଅର୍ଥସଙ୍କଟ ବନ୍ଧୁଙ୍କ ସାହାଯ୍ୟରେ ଦୂରୀଭୂତ ହେବ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ର ନକ୍ଷତ୍ର ସକାଶେ ପୁରାତନ ରୋଗର ପ୍ରାଦୁର୍ଭାବ କାର୍ଯ୍ୟ ହାସଲରେ ପ୍ରତିବନ୍ଧକ ସାଜିବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷ କ୍ରୟ କିମ୍ବା ଜମିଜମା କ୍ରୟବିକୟ ନେଇ ଆଲୋଚନା କରିପାରନ୍ତି। ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ସମସ୍ୟାର କାରଣ ହୋଇପାରେ।
ମୀନମୀନ

ବନ୍ଧୁଙ୍କ ସହୃଦୟତାରୁ ଅଭାବ ରହିଥିଲେ ମଧ୍ୟ ଆବଶ୍ୟକତା ପୂରଣ ହେବ। ରେବତୀ ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ପଡୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ଅନୁତପ୍ତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?