Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ
କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଓ ସଫଳତା ଅର୍ଜନ କରିବେ। କେତେକ ଅସହିଷ୍ଣୁ ମନୋଭାବର ପରଶ୍ରୀକାତର ବନ୍ଧୁଙ୍କ ଅସମ୍ମାନଜନକ କଥାରୁ କଳହ ଲାଗିବାର ସମ୍ଭାବନା ରହିଛି। ଆପଣ ମନ ବୁଝିଲା ଭଳି କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେବେ।
ବୃଷ
ବୃଷ

ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କାମ କରିବା ଭଲ ହେବ। ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ବନ୍ଧୁ ଗହଣରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି। ଆଜି କୌଣସି କାମରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡିବ।

ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିବ। କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ। ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିବେ।
କର୍କଟ
କର୍କଟ
ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବିଶେଷ ଆନନ୍ଦ ପ୍ରଦାନ କରିବ। ଭାଇ, ବନ୍ଧୁ, ସହକର୍ମୀ ମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମ, ସଭା ସମିତିରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ ଧନ ହାନି ଯୋଗ ମଧ୍ୟ ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ପ୍ରତ୍ୟେକ କଥାକୁ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ।
କନ୍ୟା
ଆଜି ଦିନଟିରେ ଯାହା ପାଇବେ ତାହାଠାରୁ ଦୁଇଗୁଣ ଖର୍ଚ୍ଚ କରିବାକୁ ପଡିବ। ଆକସ୍ମିକ ଭାବରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ସ୍ପର୍ଶକାତର କଥାରେ ଚିହ୍ନା ପଡନ୍ତୁ ନାହିଁ, ଯାହା କି ସମସ୍ୟା ସୃଷ୍ଟି କରିପାରେ।
ତୁଳା
ତୁଳା
ପୂର୍ବପରିକଳ୍ପତ କାମଗୁଡିକୁ ସମ୍ପନ୍ନ କରିବାରେ ବିଶେଷ କୌଣସି ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ।
ବିଛା
ବିଛା
ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ। ସାମାଜିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଧନୁ
ଧନୁ
ଯେତିକି ପାଉଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ କାରଣ ଅଧିକ ଆଶା କରି କିଛି ଲାଭ ହେବନି। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଲାଗିରହିଥିବା ବିବାଦ ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମକର
ମକର

କର୍ମକ୍ଷେତ୍ରରେ କେତେକ ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି। ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।

କୁମ୍ଭ
କୁମ୍ଭ
ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ, ତଥାପି ସମସ୍ୟା ଅତି ସହଜରେ ସମାଧାନ ହୋଇଯିବ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ଆଜିର ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ

ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣିଦେବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ବିଜୟ ଓ ଗୈାରବାର୍ଜନ ନିଶ୍ଚିତ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି, ଯାହା କି ଆପଣଙ୍କ ପାଇଁ ମହଙ୍ଗା ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri