Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ
ଆଜି କର୍ମାଧିପ ଏକାଦଶସ୍ଥ ଯୋଗୁ ଶିଳ୍ପ, ନୂତନ ପ୍ରକଳ୍ପ କାର୍ଯ୍ୟ, ପରିବହନ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଯୋଗିତା ପ୍ରଭୃତିରେ ସଫଳତା ହାସଲ କରିବେ, ନୀଚ୍ଚାରୋହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ସମସ୍ୟାରେ କୌଣସି ପରିବର୍ତ୍ତନ ହେବନାହିଁ। ପାରିବାରିକ ପରିସ୍ଥିିତି ପୂର୍ବବତ୍‍ ରହିବା ଆଶା କରାଯାଇପାରେ।
ବୃଷ
ବୃଷ
ରାଶ୍ୟାଧିପତିଙ୍କ ସହ ମିତ୍ର ଶନିଙ୍କ ସଂଯୋଗ କର୍ମକ୍ଷେତ୍ରକୁ ପ୍ରଭାବିତ କରିବ। ଶତ୍ରୁତା ହେତୁ ନିଜ ଲୋକମାନଙ୍କ ବେଖାତିର ଭାବରୁ ଚିନ୍ତିତ ହେବେ। ଅବଶ୍ୟ ସମ୍ମାନ,ଅର୍ଥନୈତିକ ପ୍ରଗତି,ସାଂସ୍କୃତିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ରାହୁଙ୍କ ସ୍ଥିତିଜନିତ କର୍ମକ୍ଷେତ୍ରସ୍ଥ ରବିବାରର ଘଟଣାବଳୀ ମନକୁ ବିବ୍ରତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ର ମଧ୍ୟମ ପ୍ରକାର ରହିବ। ପରିବାରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‍ ହେବନାହିଁ। ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ପାରିବାରିକ ସ୍ଥିତି ସମସ୍ୟାବହୁଳ ରହିପାରେ।
କର୍କଟ
କର୍କଟ
ଚନ୍ଦ୍ର କୋଣଭାବରେ ନୀଚ୍ଚସ୍ଥ ହେତୁ ସନ୍ତାନହେତୁକ ମାନସିକ ସ୍ଥିତି ଭଲ ରହିବ ନାହିଁ। ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ପାଇବେ। ଚେଷ୍ଟା କରୁଥିବା ଅଚଳ କାମକୁ ସଚଳ କରିବେ ଓ କଚେରି ମାମଲାରେ ବିଜୟୀ ହେବେ। ବ୍ୟବସାୟିକ ସ୍ଥିତି ଭଲ ରହିବା ଯୋଗୁ ସାମୟିକ ଆନନ୍ଦ ଅନୁଭବ କରିବେ।
ସି˚ହ
ସି˚ହ
ଶନିଙ୍କ ପ୍ରଭାବରୁ କୌଣସି ବ୍ୟକ୍ତିଙ୍କ ବାଧିଲା ଭଳି କଥାରେ ଅସନ୍ତୁଷ୍ଟ ହେବେ। ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାକଲେ ମନ୍ଦଫଳ ଭୋଗିବାକୁ ପଡ଼ିପାରେ। ଅବଶ୍ୟ ସଭାସମିତି,ଆନୁଷ୍ଠାନିକ କାମ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି। ଆମତ୍ୀୟସ୍ବଜନ ଆବଶ୍ୟକ ସହଯୋଗକରି କାମ ହାସଲରେ ସାହାଯ୍ୟ କରିବେ।
କନ୍ୟା
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାମରେ ସିଦ୍ଧିଲାଭ କରିବେ। ପୁରାତନ ରୋଗ, ଋଣ ଓ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ ତଥା ପ୍ଲଟିଂ କାରବାର ପାଇଁ ଦିନଟି ଭଲ।
ତୁଳା
ତୁଳା
କର୍ମାଧିପତି ଧନସ୍ଥାନରେ ରହିଥିବାରୁ ଏକାଧାରରେ ଅର୍ଥ ଓ ସମ୍ମାନ ଲାଭ କରିବେ। ସାଧାରଣ ବ୍ୟତିକ୍ରମକୁ ବାଦ୍‍ ଦେଲେ ଦିନଟି ପ୍ରାୟତଃ ଉପଭୋଗ୍ୟ ରହିବ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଓ ଅର୍ଥାଭାବ ନିଜ ନିଜ ସ୍ଥାନରେ ବଳବତ୍ତର ରହିବେ। ବହୁ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ପ୍ରତି ସତର୍କ ରହିବା ଭଲ।
ବିଛା
ବିଛା
ରାଶିସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟି ସାଙ୍ଗକୁ କର୍ମକ୍ଷେତ୍ରର ସଙ୍କଟଜନକ ସ୍ଥିତିକୁ ଦୂରେଇନେବ। ଏକାଧିକ ଦାୟିତ୍ୱ ମୁଣ୍ଡାଇବା ହେତୁ କେତେକ ଭୁଲ୍‍ କରିପାରନ୍ତି। ବିବାଦୀୟ ସ୍ଥିତି ଭିନ୍ନରୂପ ନେଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସାବଧନତା ଅବଲମ୍ବନ କରିବା ଭଲ । ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତରେ ନିରାଶ ହେବେନି।
ଧନୁ
ଧନୁ
ମୁଖଭାବରେ ରବି ଓ ବୁଧ ଶନିଶ୍ଚର ରାଶିରେ ରହି ଆପଣଙ୍କୁ ଦ୍ୱନ୍ଦ୍ୱଯୁକ୍ତ କଥାରେ ପ୍ରୋତ୍ସାହିତ କରିପାରନ୍ତି। ତଥାପି ପ୍ରୟୋଗାମତ୍କ କୌଶଳ ସାହାଯ୍ୟରେ କାର୍ଯ୍ୟ ହାସଲ କରିନେବେ। ବ୍ୟବସାୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କ ଓ ଯାତ୍ରା ମନ୍ଦ ହେବ ନାହିଁ। ପାରିବାରିକ ସମସ୍ୟା ହେତୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ମକର
ମକର
୬ଷ୍ଠ ସ୍ଥାନରୁ ରାଶି ପ୍ରତି ମଙ୍ଗଳଙ୍କ ଦୃଷ୍ଟିଥିବାରୁ ପାରିବାରିକ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପତ୍ନ୍ନ ହେବ। କର୍ମକ୍ଷେତ୍ରରେ ଭୁଲ୍‍ ବୁଝାମଣାରୁ ଅଶାନ୍ତିକର ପରିବେଶ ଦୂରେଇଯିବ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲକରିବେ। ସଭାସମିତିକୁ ସ୍ବତନ୍ତ୍ରଭାବରେ ଆମନ୍ତ୍ରିତ ହୋଇ ସମ୍ବର୍ଦ୍ଧିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ପ୍ରଭାବରେ ଆବଶ୍ୟକତା ପୂରଣ ପାଇଁ ଧାର କରଜ କରିବାକୁ ପଡ଼ିପାରେ। ଜମା ପଡୁ ନ ଥିବା କୌଣସି ବ୍ୟକ୍ତିଙ୍କ କଦର୍ଯ୍ୟ ବ୍ୟବହାରରେ ଅସମ୍ମାନିତ ହୋଇ ପାରନ୍ତି। ପୂର୍ବରୁ ସ୍ଥିରୀକୃତ ହୋଇଥିବା ଭ୍ରମଣ ଯୋଜନା ସକାଶେ ବନ୍ଧୁଙ୍କୁ ଅନୁରୋଧ କରିବେ। ଅସାବଧାନତା କାରଣରୁ ପରିବାରରେ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମୀନମୀନ

ଏକାଦଶସ୍ଥ ରବିଙ୍କ ପ୍ରଭାବରେ ଆଜି ବନ୍ଧୁମିଳନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଖୁସି ହେବେ। ସହକର୍ମୀଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହେବ। ଆଜିର ଯାତ୍ରା, ବାଣିଜ୍ୟ, ଲେଖାପଢ଼ା, ଆଲୋଚନା, ମନୋରଞ୍ଜନ ପ୍ରୀତିପ୍ରଦ ରହିବ। କର୍ମକ୍ଷେତ୍ରରୁ ଫେରନ୍ତା ରାସ୍ତାରୁ ମନ ପସନ୍ଦର ଜିନିଷ ପାଇ ଖୁସି ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri