Posted inRasifala

ରାଶିଫଳ: ଶୁକ୍ରବାର , ଜାନୁଆରୀ ୨୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କେନ୍ଦ୍ରରେ ଶନି ଯୋଗୁ କର୍ମତପତ୍ରତା, ବନ୍ଧୁମିଳନ, ଦୂରଯାତ୍ରା, ଅର୍ଥ ସଂଗ୍ରହ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହାୟତାରେ ନୂତନ ଯୋଜନା ପାଇଁ ମନ ବଳାଇବେ। ରାସ୍ତାକାମ, ଘରତିଆରି କିମ୍ବା ଯାନବାହନ, କଳକବ୍‍ଜା ସମ୍ବନ୍ଧୀୟ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ବୃଷ
ବୃଷ
ସପ୍ତମସ୍ଥ ତୃତୀୟାଧିପ ଯୋଗୁ ଧର୍ମକାର୍ଯ୍ୟ, ସତ୍‍ସଙ୍ଗ ସକାଶେ ପ୍ରେରଣା ପ୍ରଦାନ କରିବେ। ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ ସମ୍ମାନ ମିଳିବା ସହ ଶୁଭକାର୍ଯ୍ୟରେ ଯୋଗଦେବେ। ବ୍ୟବସାୟ ତଥା କଳା, ସାହିତ୍ୟରେ ଉନ୍ନତି କରିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ନିଯୁକ୍ତ ହେଲେ କାମ ଅଟକିବ ନାହିଁ। ବିଶେଷ ସମସ୍ୟା ଦେଖା ନ ଦେଲେ ମଧ୍ୟ ପୁରାତନ ରୋଗପୀଡ଼ା ଅନୁଭବ ହେବ। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାରକରି ଉଚିତ ପଦକ୍ଷେପ ନିଅନ୍ତୁ।
କର୍କଟ
କର୍କଟ
ଅଷ୍ଟମସ୍ଥ ଶୁକ୍ର ଓ ଶନିଙ୍କ ଯୋଗୁ କାର୍ଯ୍ୟବ୍ୟସ୍ତତା ହେତୁ ଘର କାମ ସକାଶେ ବେଶି ସମୟ ଦେଇ ପାରିବେ ନାହିଁ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ତଥା ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ନେବାକୁ ପଡ଼ିବ।
ସି˚ହ
ସି˚ହ
ରବିଙ୍କ ୬ଷ୍ଠସଂସ୍ଥାନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧତ୍କାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ କ୍ଷେତ୍ର୍ରରେ ଅନ୍ୟମାନଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‍ ବୁଝିବେ। ଅର୍ଥସଙ୍କଟ କାରଣରୁ ସାମୟିକ ବ୍ୟସ୍ତତା ଉପଲବ୍ଧି କରିପାରନ୍ତି ।
କନ୍ୟା
ରାଶିରେ କେତୁ ଥିବାରୁ କୌଣସି ବିଶେଷ କାରଣ ନ ଥାଇ ଅନ୍ୟମାନେ ଦୋଷଦେଇପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ ସମସ୍ୟା ସୃଷ୍ଟିହେବ। ଉତ୍ତରାଫାଲ୍‍ଗୁନୀ ନକ୍ଷତ୍ରର ବାଣିଜ୍ୟ, ପରିବହନରେ ସନ୍ତୋଷଜନକ ଫଳ ପାଇବେ। କର୍ମକ୍ଷେତ୍ର, ନିର୍ମାଣ, ମଙ୍ଗଳଜନକ କାମରେ ଉସତ୍ାହିତ ହେବେ।
ତୁଳା
ତୁଳା
ବନ୍ଧୁଙ୍କ ସାହାଯ୍ୟ ଲାଭକରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ବକ୍ରୀ ମଙ୍ଗଳଙ୍କ ଯୋଗୁ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ଘରୋଇ କାମ ସକାଶେ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ବିଛା
ବିଛା
ଚତୁର୍ଥ କେନ୍ଦ୍ରସ୍ଥ ଶୁକ୍ରଙ୍କ ହେତୁ ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ରାସ୍ତାରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜିଯାଇପାରେ। ସାମାଜିକ ସମ୍ମାନ ସହ କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନକରିବେ। ସ୍ଥଗିତ କାମକୁ ପୂରା ଦମ୍‍ରେ କରିବା ପାଇଁ ନିଷ୍ପତ୍ତିି ନେବେ।
ଧନୁ
ଧନୁ
ଆଜି ସ୍ବତନ୍ତ୍ର ଭାବରେ ସଭାସମିତିକୁ ନିମନ୍ତ୍ରିତ ହୋଇ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ସମ୍ମାନିତ ହେବେ। ଶନିକ୍ଷେତ୍ରସ୍ଥ ରବିଙ୍କ ଯୋଗୁ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ବନ୍ଧୁମିଳନ, ସାହିତ୍ୟଚର୍ଚ୍ଚା, ସଭାସମିତି, ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପାଇଁ ଦିନଟି ବହୁତ ଭଲ।
ମକର
ମକର
ଗୁରୁଙ୍କ ସ୍ଥିତି କାରଣରୁ କୌଣସି ବିସ୍ମୟକର ଖବରଜନିତ ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହେବ। ବିବାଦୀୟ ସ୍ଥିତିରେ ରହିଥିବା କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‍ ଦୃଷ୍ଟିକୋଣରୁ ବିଚାରକରିପାରନ୍ତି। ଅର୍ଥସଙ୍କଟକୁ ସୁଧାରିବାକୁ ଯାଇ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ପ୍ରତି ଶନିଦୃଷ୍ଟିଜନିତ କର୍ମକ୍ଷେତ୍ରରେ ଅଧିକାଂଶ ସମୟ ଡିପ୍ରେସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ସମ୍ପର୍କରେ ଜାଣିଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ

କର୍ମକ୍ଷେତ୍ର୍ରରେ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଓ ସ୍ଥଗିତ କାମ ସହଜରେ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ପିଲାଙ୍କ କଳହରେ କ୍ରୋଧ ପ୍ରକାଶ କରି କଟୁ କଥା କହିବାକୁ ପଛାଇବେ ନାହିଁ। ବନ୍ଧୁମିଳନ, ଦେବଦର୍ଶନ, ସତ୍‍ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?