Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ପ୍ରଭାବରୁ ବନ୍ଧୁଙ୍କ ପ୍ରିୟପାତ୍ର ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିଲେ ମଧ୍ୟ ନୂତନଯୋଜନା ଆରମ୍ଭ କରିପାରନ୍ତି। ବନ୍ଧୁ କିମ୍ବା ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ଅଶାନ୍ତ ପାରିବାରିକ ସ୍ଥିତି ବହୁଳାଂଶରେ ଥମିଯିବ।
ବୃଷ
ବୃଷ
କେନ୍ଦ୍ରସ୍ଥ ଚନ୍ଦ୍ରଜନିତ ଦୃଢ଼ମନୋବଳ ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ାଇବାରେ ସମର୍ଥ ହେବ। ସ୍ଥଗିତକାର୍ଯ୍ୟ, ପାଉ ନ ଥିବା ଅର୍ଥ, ଲାଗିରହିଥିବା ବିବାଦର ପରିସମାପ୍ତି ଘଟାଇପାରନ୍ତି। କଳା, ସାହିତ୍ୟରେ ଉନ୍ନତି ସହ ସମାଜରେ ପ୍ରଶଂସିତ ହେବେ। କିନ୍ତୁ ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ମିଥୁନ
ମିଥୁନ
ରବି ପୃଷ୍ଠ ଦେଶରେ ବୁଧ ଥିବାରୁ ବନ୍ଧୁଙ୍କ କଥାରେ ହଁ ଭରିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କାର୍ଯ୍ୟକୁ ସତର୍କତାର ସହ ନ କରିପାରିଲେ ପରିସ୍ଥିତି ବଦଳି ଯାଇପାରେ। କଠିନ ଶ୍ରମ ଓ ଭ୍ରମଣଜନିତ ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଆକସ୍ମିକ ଯାତ୍ରାରେ ବ୍ୟୟାଧିକ୍ୟ ସାଙ୍ଗକୁ ଅବ୍ୟବସ୍ଥାଜନିତ ବ୍ୟସ୍ତତା ବଢିଯିବ।
କର୍କଟ
କର୍କଟ
ରାଶ୍ୟାଧିପ ଧନସ୍ଥାନସ୍ଥ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ସହିତ କାର୍ଯ୍ୟସିଦ୍ଧିରୁ ଖୁସି ରହିବେ। କଥାର ସଚୋଟତା ଓ କାର୍ଯ୍ୟଦକ୍ଷତା କାରଣରୁ ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଚିନ୍ତିତ ରହିବେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ କାର୍ଯ୍ୟହାସଲ କରି ଉପକୃତ ହୋଇପାରନ୍ତି। ଅନ୍ୟମାନଙ୍କୁ ସାହାଯ୍ୟ କରିବା ପରିପ୍ରେକ୍ଷୀରେ ନିଜେ ହଇରାଣ ହେବାକୁ ପଡିପାରେ। ଅସଫଳତାର କାରଣ ଖୋଜିବାକୁ ଯାଇ ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି।
କନ୍ୟା
କେତୁଙ୍କ କୁପ୍ରଭାବରେ ଭୁଲ୍‍ ବୁଝାମଣା କାରଣରୁ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ପାଖ ମାଡିବେ ନାହିଁ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିଛି। ଯାତ୍ରା ସମୟରେ ଝଗଡ଼ା ଲାଗିପାରେ। ଆର୍ଥିକ କାରବାର, କର୍ମକ୍ଷେତ୍ର, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାର୍ଯ୍ୟରେ ଉତ୍ସାହିତ ହୋଇ କାମ କରିପାରନ୍ତି।
ତୁଳା
ତୁଳା
ରବି ଦୃଷ୍ଟ ମଙ୍ଗଳ ଯୋଗୁ ପରିବାରରେ ଲାଗିରହିଥିବା ସମସ୍ୟା ସମାଧାନ ହେବ। ପଡ଼ୋଶୀ ସ୍ବାର୍ଥସାଧନ ମାନସରେ ନିଜ କାମକୁ ଅଗ୍ରାଧିକାର ଦେଇପାରନ୍ତି। ପୁରୁଣା ରୋଗ, ଘର ଲୋକମାନଙ୍କ ଟୁପ୍‍ଟାପ୍‍ କଥା ମନକୁ ବିଚଳିତ କରିବ। ପାରିବାରିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ।
ବିଛା
ବିଛା
ମୁଖ ଭାବସ୍ଥ ବୁଧଙ୍କ ପ୍ରଭାବରେ ଅପ୍ରିୟସତ୍ୟ ଭାଷଣ ଦ୍ୱାରା ବନ୍ଧୁଙ୍କ ବିରାଗଭାଜନ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠପୋଷକତା କାରଣରୁ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସ୍ଥଗିତ କାମକୁ ପୂରା ଦମ୍‍ରେ କରିବାପାଇଁ ନିଷ୍ପତ୍ତି ନେଇପାରନ୍ତି।
ଧନୁ
ଧନୁ
ଶନି ଯୁକ୍ତ ଶୁକ୍ର ହେତୁ ଆପଣଙ୍କ ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସି ନ ପାରେ। ବକେୟା ଅର୍ଥ ଆଦାୟରେ ଟଣାଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ଅଷ୍ଟମାଧିପତି ରାଶିରେ ଅବସ୍ଥାନ କରିଥିବାରୁ ଅତୀତକୁ ମନେପକାଇ ଭାବବିହ୍ବଳ ହେବେ। ଶିଳ୍ପ, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ପରିଲକ୍ଷିତ ହେବ। ଭଲ ସମ୍ପର୍କ ଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯିବାର ଅନୁଭବ କରିବେ। ଦୀର୍ଘଦିନରୁ ଆଶାକରିଥିବା ସରକାରୀ ସ୍ତରରୁ ଶୁଭଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହରେ ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣରେ ରହିବ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବିବାଦୀୟ ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ଉଚିତ ମନେ କରିପାରନ୍ତି। ପଡ଼ୋଶୀଙ୍କ ମଧ୍ୟସ୍ଥତାରେ ଆକସ୍ମିକ ଅର୍ଥଲାଭ ଓ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ।
ମୀନମୀନ

ଆପଣଙ୍କ ଆଶାଅଭିଳାଷ ପୂରଣ କରିବା ଦିଗରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବାର ସମ୍ଭାବନା ରହିଛି। ପୂର୍ବବିବାଦକୁ କେନ୍ଦ୍ରକରି ବୃଥା ଆଶଙ୍କାଜନିତ ମନ ଅସ୍ଥିର ରହିପାରେ। ଆଜିର ବ୍ୟବସାୟ, ଯାତ୍ରା ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ।…

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଶନି ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ଅସୁସ୍ଥତା ସୃଷ୍ଟିକଲେ ମଧ୍ୟ ଚନ୍ଦ୍ରଙ୍କ ପ୍ରଭାବରେ ବ୍ୟବହାରିକ କୁଶଳତା ଜାରିରହିବ। ସହକର୍ମୀ, ଅଧସ୍ତନ କର୍ମଚାରୀ ଏବଂ ବନ୍ଧୁବର୍ଗଙ୍କ ସହ…

ରାଶିଫଳ: ସୋମବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ସାମାଜିକ କ୍ଷେତ୍ରରେ କେତେକ ଦିଗରୁ ମାନସିକ ଚାପର ସମ୍ମୁଖୀନ ହେବେ। ପାରିବାରିକ ସମସ୍ୟା ସୁଧାରିବା ପାଇଁ ସହୃଦୟ ବ୍ୟକ୍ତିଠାରୁ ସହାୟତା ପାଇବେ। ଗତକାଲିର ଆଲୋଚନା…

ରାଶିଫଳ: ରବିବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ରାଶିରେ ରବି ଉଚ୍ଚସ୍ଥ ହେତୁ ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଯେମିତି ଭଲ ରହିବ ମନ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ…

ରାଶିଫଳ: ଶନିବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିବା ଯୋଗୁ କର୍ମକ୍ଷେତ୍ରରେ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ।…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରସ୍ଥ ରବି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ପ୍ରଭାବିତ କରି ବ୍ୟଥିତ କରାଇପାରନ୍ତି। ଆକସ୍ମିକ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାହିତ୍ୟ,…

ରାଶିଫଳ: ଗୁରୁବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତିର ଶୁଭପ୍ରଭାବ ଆପଣଙ୍କ ଜୀବନଯାତ୍ରାକୁ ହର୍ଷୋତ୍‌ଫୁଲ୍ଲିତ କରାଇବ। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରି ଆଶ୍ୱସ୍ତି ଲାଭ କରିବେ। ଆତ୍ମୀୟସ୍ୱଜନଙ୍କ ପରୋକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri