Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ମଙ୍ଗଳ ଯୋଗଜନିତ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ। ବକେୟା ଋଣ ପରିଶୋଧ ଓ ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିବ। ଜମିଜମା, ଜଳ କିମ୍ବା ବିଦ୍ୟୁତ୍‍ ବ୍ୟବସାୟରୁ ଲାଭବାନ୍‍ ହେବେ।
ବୃଷ
ବୃଷ
ଚନ୍ଦ୍ରଏକାଦଶସ୍ଥ ଗୁରୁଙ୍କ ଯୋଗୁ ମନ ଚାହୁଁଥିବା ଜିନିଷ ପାଇଁ ବ୍ୟାକୁଳିତ ହୋଇପାରନ୍ତି। ଭୁଲ୍‍ ବୁଝାମଣା କାରଣରୁ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପ୍ରତିବନ୍ଧକ ଲାଗିରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ। କର୍ମକ୍ଷେତ୍ରର ଆଲୋଚନା କାଳରେ ସାଧାରଣ କଥାରୁ ସହକର୍ମୀ କ୍ଷୁବ୍ଧ ହୋଇପାରନ୍ତି।
ମିଥୁନ
ମିଥୁନ
ରାଶ୍ୟାଧିପତି ବୁଧ ସ୍ବରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପାରିବାରିକ ସ୍ଥିତିରେ ସୁଧାର ଏବଂ ଜମିଜମା ବାବଦରେ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ପରିବାରର ଆବଶ୍ୟକତାକୁ ଅନୁଭବ କରି ନୂତନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
କର୍କଟ
କର୍କଟ
ତୃତୀୟାଧିପ ଷଷ୍ଠସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ଅଭିଯୋଗ ଆଣିପାରନ୍ତି। କଳା, ସାହିତ୍ୟ, ସଂସ୍କୃତିରୁ ପ୍ରଶଂସିତ ହେବା ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନିତ ହେବେ। ବାଣିଜ୍ୟ,ପରିବହନ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଆଶଙ୍କା ରହିଛି। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ରହିବା ସହ ନୂତନ କର୍ମାରମ୍ଭ କରିପପାରନ୍ତି।
ସି˚ହ
ସି˚ହ
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଅଶାନ୍ତ ପାରିବାରିକ ସ୍ଥିତି ମାନସିକ ଅଶାନ୍ତିର କାରଣ ହେବ। ଶନି ଦୃଷ୍ଟ ଧନସ୍ଥାନ ହେତୁ ଧାର କରଜ ପାଇଁ ବ୍ୟସ୍ତତା ବଢିଯିବ। ଆକସ୍ମିକ ଭାବରେ କୈାଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ମିଳିବା ଆଶା ରହିଛି। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
କେନ୍ଦ୍ରସ୍ଥ ରାଶ୍ୟାଧିପ ଯୋଗୁ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି କରିବ। ଆଜିର ଯାତ୍ରା ସମୟରେ ଅପରିଚିତ ଲୋକଟିଏ ମିତ୍ରତା ଛଳରେ ପାଖେଇ ଆସିପାରନ୍ତି। ସରକାରୀ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଦିନଟିରେ ଅର୍ଥନୈତିକ, ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ତୁଳା
ତୁଳା
କୋଣଭାବସ୍ଥ ପାପଗ୍ରହ ପ୍ରଭାବରେ କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଆଶଙ୍କାଗ୍ରସ୍ତ ହୋଇପାରନ୍ତି। ଅବଶ୍ୟ ଆର୍ଥିକ ସ୍ଥିତି, ପାରିବାରିକ ପରିସ୍ଥିତି ଓ ବାଣିଜି୍ୟକ ଅଭିବୃଦ୍ଧିରୁ ଆଶ୍ୱସ୍ତି ମିଳିବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରି ପାରନ୍ତି। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବୃଦ୍ଧି ପାଇବ।
ବିଛା
ବିଛା
ମଙ୍ଗଳ ସହ ଶନିଙ୍କ ଷଡ଼ାଷ୍ଟକ ସ୍ଥିତି ହେତୁ କୌଣସି ବନ୍ଧୁଙ୍କ ଅନୁପସ୍ଥିତି ମନରେ ଭାବାନ୍ତର ସୃଷ୍ଟି କରିବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ରାଜନୀତି କ୍ଷେତ୍ରରେ ବେଶ୍‍ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ,ସଭା ସମିତିରେ, ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ରାଶିରେ ବୁଧ ଥିବା ଯୋଗୁ ଭଟ୍ଟା ପଡିଯାଇଥିବା ସମ୍ପର୍କକୁ ଯୋଡିବା ପାଇଁ ମନ ବଳାଇବେ। ମୂଲ୍ୟବାନ୍‍ ଜିନିଷ କ୍ରୟ କ୍ଷେତ୍ରରେ ଅର୍ଥସଙ୍କଟ ଦେଖାଦେବ। ପାରିବାରିକ ସମସ୍ୟାର ସମାଧାନରେ ଜଣେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ଅପରାହ୍ନରେ ବନ୍ଧୁଙ୍କ ଜରିଆରେ ଅଶୌଚ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।
ମକର
ମକର
ଜୀବନଯାତ୍ରାରେ ବ୍ୟତିକ୍ରମଜନିତ ସାମାନ୍ୟ ଥଣ୍ଡା କାରଣରୁ ସ୍ବାସ୍ଥ୍ୟ ଭଲ ଲାଗି ନ ପାରେ। ଆତ୍ମୀୟଙ୍କ ନିକଟରୁ ଅର୍ଥ, ବସ୍ତ୍ରଭୂଷଣାଦି ପ୍ରାପ୍ତ ହୋଇ ଖୁସି ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ନିଜ ନିଜ କ୍ଷେତ୍ରରେ କିମ୍ବା ପରିବାରରେ ସମ୍ମାନଜନକ ସ୍ଥିତିରେ ରହିବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ବଳବାନ୍‍ ଶନିଙ୍କ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ତୃତୀୟାଧିପ ଦୁଃସ୍ଥାନସ୍ଥ ଯୋଗୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ ବୁଝାମଣାଜନିତ ପାରିବାରିକ ସ୍ଥିତି ମନ୍ଦ ହେବନି। କୌଣସି ବିବଦୀୟ ପରିସରରେ ବେଶି ସମୟ ରହିବା ଠିକ୍‍ ହେବନାହିଁ।
ମୀନମୀନ

ଭାଗ୍ୟସ୍ଥାନକୁ ଗୁରୁଦୃଷ୍ଟି କାରଣରୁ ନୂଆ ଯୋଜନାଟିକୁ କୌଣସି ପ୍ରତିରୋଧ ଅଟକାଇ ପାରିବନାହିଁ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ଆଶ୍ୱସ୍ତି ଅନୁଭବ କରିବେ। ପୂର୍ବ ନିର୍ଦ୍ଧାରିତ ଗସ୍ତ କାର୍ଯ୍ୟକ୍ରମ ହଠାତ୍‍ ବଦଳି ଯାଇପାରେ। ଆର୍ଥିକ ଦୁଃସ୍ଥିତି, ପରୋକ୍ଷ ଶତ୍ରୁତା, ସମ୍ପର୍କରେ ତିକ୍ତତା ଓ ବନ୍ଧୁମତାନ୍ତରର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri