Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବେ। ଅର୍ଥ ସଙ୍କଟ ସାଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ। ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ କର୍ମ କରିଚାଲିଲେ ଉପକୃତ ହୋଇପାରିବେ। ମାତ୍ରାଧିକ ଭ୍ରମଣଜନିତ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ସୃଷ୍ଟିହେବା ଆଶଙ୍କା ରହିଛି।
ବୃଷ
ବୃଷ
ଆମତ୍ୀୟଙ୍କ ସାହାଯ୍ୟ, ସହାନୁଭୂତି ଦ୍ୱାରା ସମସ୍ୟାର ସମାଧାନ ହେବ। ଅଭାବ ପୂରଣ ଦିଗରେ ସହକର୍ମୀଙ୍କ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ। କୌଣସି ଆନୁଷ୍ଠାନିକ କାର୍ଯ୍ୟ ମାଧ୍ୟମରେ ସାମାଜିକ ସ୍ତରରେ ପ୍ରତିଷ୍ଠା ଓ ପ୍ରଶଂସା ପାଇପାରନ୍ତି। ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ କର୍ମକ୍ଷେତ୍ରରେ ପଦସ୍ଥଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇବେ। ଗୃହ ନିର୍ମାଣ, ଜମିଜମା କାରବାର ଦିଗରେ ତପତ୍ର ରହିବେ। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି ଓ ପାରିବାରିକ ଦିଗଟି ଅନୁକୂଳ ରହିବ। ଆଲୋଚନା, ଗବେଷଣା, ପ୍ରେସ୍‍ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଶିଳ୍ପ, ଗୃହ ନିର୍ମାଣ, ପରିବହନ, ବାଣିଜ୍ୟ, ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ। ବିବାଦୀୟ ଘଟଣା, କଚେରି ମାମଲା, ଜମିଜମା କାରବାର ଓ ଚୁକ୍ତିପତ୍ର ସମ୍ପର୍କିତ ସମସ୍ୟା ସମାଧାନ ହୋଇପାରେ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ବିଜଡ଼ିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। କଳା, କ୍ରୀଡ଼ା, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ପରୋକ୍ଷ ଶତ୍ରୁତାରୁ କାର୍ଯ୍ୟହାନିଜନିତ ସ୍ଥଗିତ କାମ ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବା ଆଶଙ୍କା ରହିଛି।
କନ୍ୟା
କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ ସାମାଜିକ ସ୍ତରରେ ସୁସମ୍ପର୍କ ଅକ୍ଷୁଣ୍ଣ ରହିବ। ସାମାନ୍ୟ ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ପାଇବେ। ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ପରିବହନ, କ୍ରୟବିକ୍ରୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। କେତୁଙ୍କ ରାଶ୍ୟାବସ୍ଥାନ କାରଣରୁ ଚିନ୍ତାଧାରା ବିଶୃଙ୍ଖଳିତ ରହିବ।
ତୁଳା
ତୁଳା
ନିଜ ଲୋକ ଈର୍ଷାପରାୟଣ ହୋଇ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ସଭାସମିତିରେ ନିଷ୍ପତ୍ତି ବଦଳାଇବା ଫଳରେ ଅପ୍ର୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଯାତ୍ରା, ବାଣିଜ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ବିଛା
ବିଛା
ଆଜି ବାରମ୍ବାର ଭ୍ରମଣଜନିତ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘସମୟ ସ୍ଥିର ଭାବରେ ରହିପାରିବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟ, ସଭାସମିତି, ମନୋରଞ୍ଜନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ଆଗକୁ ବଢ଼ାଇବେ। ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ।
ଧନୁ
ଧନୁ
ସକାଳୁ କୌଣସି କର୍ମାରମ୍ଭରେ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମକଲେ ହଇରାଣରେ ପଡ଼ିବା ସୂଚନା ରହିଛି। ସୁସ୍ଥତା ଫେରିପାଇବେ, କିନ୍ତୁ ବିଶେଷ ଶ୍ରମ ଓ ଭ୍ରମଣ ଠିକ୍‍ ହେବନାହିଁ। ଲେଖାପଢ଼ା, ସାମ୍ବାଦିକତା, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ଅର୍ଥ ସମ୍ବନ୍ଧୀୟ ସମସ୍ୟା ନ ଥିଲେ ମଧ୍ୟ ସ୍ଥାନାନ୍ତରଜନିତ ମାନସିକ ଅସ୍ଥିରତା ଲାଗିରହିବ। ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନର ସମସ୍ୟା ସମାଧାନରେ ସଫଳ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବା ସୂଚନା ରହିଛି।
କୁମ୍ଭ
କୁମ୍ଭ
ନୂତନ କର୍ମନିଯୁକ୍ତି ସମ୍ପର୍କରେ ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନାର ସୁଯୋଗ ଜୁଟିପାରେ। ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ଉପଭୋଗ୍ୟ ନ ହୋଇପାରେ। ନୂତନ ଗୃହ, ଯାନବାହନ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ୍‍ ଜିନିଷ ପାଇଁ ମନ ବଳାଇବେ। ପଦମର୍ଯ୍ୟାଦା ବୃଦ୍ଧି ସହ ସମ୍ପର୍କୀୟଙ୍କ କଥାବାର୍ତ୍ତା ବ୍ୟଥିତ କରିପାରେ।
ମୀନମୀନ

ଆଜି ପ୍ରତ୍ୟେକ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ, ବନ୍ଧୁଙ୍କ ଆଦର ମନକୁ ପ୍ରଫୁଲ୍ଲିତ କରି ରଖିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଅନୁଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri