Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ
ବକ୍ରୀ ମଙ୍ଗଳ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ହୋଇ ନ ପାରେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ। ଆର୍ଥିକ ସଂକଟ ମଧ୍ୟରେ ଗତିକରି ବିଚଳିିତ ରହିପାରନ୍ତି ।
ବୃଷ
ବୃଷ
କର୍ମାଧିପଙ୍କ ସହ ରାଶ୍ୟାଧିପ ରହିଥିବାରୁ ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରିୟଜନଙ୍କ ସହ ସମ୍ପର୍କ ଛିଣ୍ଡିଯାଉଥିବାରୁ ଭାବପ୍ରବଣ ହେବେ। ଲୋକସମ୍ପର୍କ, ବ୍ୟବସାୟିକ ସ୍ଥିତି, ପୂର୍ବସ୍ଥିରୀକୃତ କାର୍ଯ୍ୟ ଏବଂ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ରବି ଯୁକ୍ତ ବୁଧ ହେତୁ କୌଣସି ହିତୈଷୀଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ଦୁସ୍ଥ ମାନସିକତାରେ ପରିବର୍ତ୍ତନ ଘଟିପାରେ। ଆର୍ଥିକ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବେ। ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ଏକାଦଶସ୍ଥ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି, ବନ୍ଧୁପ୍ରୀତି, ଅର୍ଥଲାଭ, ଶୁଭଖବରା ଆଦି ପ୍ରାପ୍ତହେବ। ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରିବ ନାହିଁ। ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଟେନସନ୍‍ ଲାଗିରହିବ। ସନ୍ତାନଙ୍କ ରୁଗ୍‍ଣ ସ୍ବାସ୍ଥ୍ୟ ଓ ଏକଜିଦିଆ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ସି˚ହ
ସି˚ହ
କୋଣଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ଆଜି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟସାଧନ କରିବେ। ଲୋକସମ୍ପର୍କ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମ ପାଇଁ କୈଫିୟତ୍‍ ଦେବାକୁ ପଡ଼ିପାରେ। ଭୁଲ୍‍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ରାଶିରେ କବନ୍ଧଗ୍ରହ କେତୁ ରହିଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। ସମ୍ପର୍କୀୟ ସମ୍ମୁଖରେ ହିତବାଣୀ ଶୁଣାଇ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ସାମାଜିକ କ୍ଷେତ୍ରରେ, ସଭାସମିତିରେ, ଆଲୋଚନାରେ ସମ୍ମାନ ପାଇବେ। ଯାତ୍ରା, ବାଣିଜ୍ୟ, ଶିଳ୍ପ, ପ୍ରକଳ୍ପାରମ୍ଭ ପାଇଁ କୌଣସି ଅସୁବିଧା ହେବନାହିଁ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ସ୍ଥାନସ୍ଥିତିରୁ ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମୟ ଅତିବାହିତ କରିବେ। ନିଜର ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପରେ ପ୍ରଚାର କରିପାରନ୍ତି। ଘରୋଇ ବ୍ୟାପାରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଯାତ୍ରା ସମୟରେ ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ବିଛା
ବିଛା
ଅନୁକୂଳ ଗ୍ରହଙ୍କ ସ୍ଥିତି ଯୋଗୁ ସମ୍ମାନଜନକ ସ୍ଥିତିରେ ରହିବା ସହ ଅର୍ଥ ଓ ସମ୍ମାନ ଲାଭ କରିବେ। ରବି ଓ ବୁଧଙ୍କ ପ୍ରଭାବରେ କଥାବାର୍ତ୍ତାରେ ବ୍ୟତିକ୍ରମ ଅଶାନ୍ତ ସ୍ଥିତି ଉପତ୍ନ କରିପାରେ। ଯାତ୍ରା, ବାଣିଜ୍ୟ, ପରିବହନ, କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ଧନୁ
ଧନୁ
ରାଶିରେ ରବି ଓ ବୁଧ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ ଓ ବିଜୟୀ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି। ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। ଯାତ୍ରା, ବାଣିଜ୍ୟ ଓ ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିବେ।
ମକର
ମକର
ଦ୍ୱିତୀୟସ୍ଥ ଶୁକ୍ର ପ୍ରଭାବରେ ସୁହାଇଲା ଭଳି କଥା କହି କାମ ହାସଲ କରିପାରିବେ। ଶ୍ରବଣା ନକ୍ଷତ୍ର କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ରର ଅଭାବ ନ ଥିଲେ ମଧ୍ୟ ଅର୍ଥ ସମ୍ପର୍କୀୟ କାମରେ ଅସ୍ଥିରତା ଲାଗି ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେବା ସହ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। ନିଜ ପରିବେଶରେ କିମ୍ବା ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ

ପାପଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣା ଅଭାବରୁ ଅଶାନ୍ତ ରହିବ। ଗାଡି, ମୋଟର ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ବିଳମ୍ବିତ ସମୟରେ କାମଗୁଡ଼ିକ ଠିକ୍‍ ଭାବରେ ସମ୍ପନ୍ନ ହେବା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ରହିବ ନାହିଁ। ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ପ୍ରଭାବରୁ ବନ୍ଧୁଙ୍କ ପ୍ରିୟପାତ୍ର ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ...

ରାଶିଫଳ: ଗୁରୁବାର, ଜାନୁଆରୀ ୧୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ମଙ୍ଗଳ ଯୋଗଜନିତ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ...

ରାଶିଫଳ: ବୁଧବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ ଆଜି ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ନୀଚାଂଶରେ ରହିଥିବା ମଙ୍ଗଳଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଆତ୍ମୀୟସ୍ବଜନଙ୍କୁ ଅତି...

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବେ। ଅର୍ଥ ସଙ୍କଟ ସାଙ୍ଗକୁ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ମାନସିକ ସୁସ୍ଥତା ରହି...

ରାଶିଫଳ: ସୋମବାର, ଜାନୁଆରୀ ୧୩ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ କୌଣସି କାମ ଶୃଙ୍ଖଳିତ ହେବନାହିଁ। ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଖରାପ ଦିଗକୁ ଗତି...

ରାଶିଫଳ: ରବିବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମାପନ ହେବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର...

ରାଶିଫଳ: ଶୁକ୍ରବାର , ଜାନୁଆରୀ ୧୦ ତାରିଖ – Daily Horoscope

ମେଷ ଆଜି କଲ୍ୟାଣ ଚନ୍ଦ୍ର ହେତୁ ଆପଣଙ୍କ ଚେଷ୍ଟା ଓ କର୍ମାନୁସାରେ ଅର୍ଥପ୍ରାପ୍ତିର ମାର୍ଗ ପ୍ରଶସ୍ତ ରହିବ। ମନରେ ଆଶଙ୍କା ଓ ସନ୍ଦେହ ଉଙ୍କିମାରୁଥିଲେ ହେଁ...

ରାଶିଫଳ: ଗୁରୁବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ନିକଟରୁ ସହଯୋଗ ପାଇବେ। ପାରିବାରିକ ସ୍ତରରେ ରାଗ, ରୁଷା ଓ ଅଭିମାନଭରା ପରିବେଶ ସୃଷ୍ଟି ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri