Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୧ ତାରିଖ – Daily Horoscope

ମେଷ
ବକ୍ରୀ ମଙ୍ଗଳ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ହୋଇ ନ ପାରେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ। ଆର୍ଥିକ ସଂକଟ ମଧ୍ୟରେ ଗତିକରି ବିଚଳିିତ ରହିପାରନ୍ତି ।
ବୃଷ
ବୃଷ
କର୍ମାଧିପଙ୍କ ସହ ରାଶ୍ୟାଧିପ ରହିଥିବାରୁ ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ। ପ୍ରିୟଜନଙ୍କ ସହ ସମ୍ପର୍କ ଛିଣ୍ଡିଯାଉଥିବାରୁ ଭାବପ୍ରବଣ ହେବେ। ଲୋକସମ୍ପର୍କ, ବ୍ୟବସାୟିକ ସ୍ଥିତି, ପୂର୍ବସ୍ଥିରୀକୃତ କାର୍ଯ୍ୟ ଏବଂ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ରବି ଯୁକ୍ତ ବୁଧ ହେତୁ କୌଣସି ହିତୈଷୀଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ଦୁସ୍ଥ ମାନସିକତାରେ ପରିବର୍ତ୍ତନ ଘଟିପାରେ। ଆର୍ଥିକ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବେ। ଶୁକ୍ରଙ୍କ ଶୁଭତ୍ୱରୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ଏକାଦଶସ୍ଥ ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି, ବନ୍ଧୁପ୍ରୀତି, ଅର୍ଥଲାଭ, ଶୁଭଖବରା ଆଦି ପ୍ରାପ୍ତହେବ। ପରୋକ୍ଷ ଶତ୍ରୁତା ପ୍ରତ୍ୟେକ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରିପାରିବ ନାହିଁ। ବ୍ୟବସାୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଟେନସନ୍‍ ଲାଗିରହିବ। ସନ୍ତାନଙ୍କ ରୁଗ୍‍ଣ ସ୍ବାସ୍ଥ୍ୟ ଓ ଏକଜିଦିଆ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ସି˚ହ
ସି˚ହ
କୋଣଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ଆଜି ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାର୍ଯ୍ୟସାଧନ କରିବେ। ଲୋକସମ୍ପର୍କ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କାମ ପାଇଁ କୈଫିୟତ୍‍ ଦେବାକୁ ପଡ଼ିପାରେ। ଭୁଲ୍‍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ରାଶିରେ କବନ୍ଧଗ୍ରହ କେତୁ ରହିଥିବାରୁ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ସମସ୍ୟାବହୁଳ ରହିବ। ସମ୍ପର୍କୀୟ ସମ୍ମୁଖରେ ହିତବାଣୀ ଶୁଣାଇ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ସାମାଜିକ କ୍ଷେତ୍ରରେ, ସଭାସମିତିରେ, ଆଲୋଚନାରେ ସମ୍ମାନ ପାଇବେ। ଯାତ୍ରା, ବାଣିଜ୍ୟ, ଶିଳ୍ପ, ପ୍ରକଳ୍ପାରମ୍ଭ ପାଇଁ କୌଣସି ଅସୁବିଧା ହେବନାହିଁ।
ତୁଳା
ତୁଳା
ଆଜି ଶୁକ୍ରଙ୍କ ସ୍ଥାନସ୍ଥିତିରୁ ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମୟ ଅତିବାହିତ କରିବେ। ନିଜର ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପରେ ପ୍ରଚାର କରିପାରନ୍ତି। ଘରୋଇ ବ୍ୟାପାରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଯାତ୍ରା ସମୟରେ ଅସାବଧାନତା କାରଣରୁ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ।
ବିଛା
ବିଛା
ଅନୁକୂଳ ଗ୍ରହଙ୍କ ସ୍ଥିତି ଯୋଗୁ ସମ୍ମାନଜନକ ସ୍ଥିତିରେ ରହିବା ସହ ଅର୍ଥ ଓ ସମ୍ମାନ ଲାଭ କରିବେ। ରବି ଓ ବୁଧଙ୍କ ପ୍ରଭାବରେ କଥାବାର୍ତ୍ତାରେ ବ୍ୟତିକ୍ରମ ଅଶାନ୍ତ ସ୍ଥିତି ଉପତ୍ନ କରିପାରେ। ଯାତ୍ରା, ବାଣିଜ୍ୟ, ପରିବହନ, କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ଧନୁ
ଧନୁ
ରାଶିରେ ରବି ଓ ବୁଧ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ ଓ ବିଜୟୀ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି। ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। ଯାତ୍ରା, ବାଣିଜ୍ୟ ଓ ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିବେ।
ମକର
ମକର
ଦ୍ୱିତୀୟସ୍ଥ ଶୁକ୍ର ପ୍ରଭାବରେ ସୁହାଇଲା ଭଳି କଥା କହି କାମ ହାସଲ କରିପାରିବେ। ଶ୍ରବଣା ନକ୍ଷତ୍ର କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ହେତୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ରର ଅଭାବ ନ ଥିଲେ ମଧ୍ୟ ଅର୍ଥ ସମ୍ପର୍କୀୟ କାମରେ ଅସ୍ଥିରତା ଲାଗି ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେବା ସହ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ। ନିଜ ପରିବେଶରେ କିମ୍ବା ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ

ପାପଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣା ଅଭାବରୁ ଅଶାନ୍ତ ରହିବ। ଗାଡି, ମୋଟର ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ବିଳମ୍ବିତ ସମୟରେ କାମଗୁଡ଼ିକ ଠିକ୍‍ ଭାବରେ ସମ୍ପନ୍ନ ହେବା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ରହିବ ନାହିଁ। ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୦ ତାରିଖ – Daily Horoscope

ମେଷ ପରିବାରରେ ସାଧାରଣ କଥାରେ ମତଭେଦଜନିତ ମାନସିକ ଅସ୍ଥିରତା ଲାଗିରହିବ। ପରୋକ୍ଷ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହେବେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ। ସାମାଜିକ ସ୍ତରରେ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହେବ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?