Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୪ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ପାରିବାରିକ ସମସ୍ୟା ସମାଧାନ କରି ଆଶ୍ୱସ୍ତି ଲଭିବେ। ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା, ବ୍ୟବସାୟ, ପରିବହନ ଓ ନିର୍ମାଣାଧୀନ କାମରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ପ୍ରତିବାଦର ସ୍ବର ଉଠାଇ ପରିସ୍ଥିତିକୁ ଜଟିଳ କରିଦେବେ। ଅଭାବଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଏକ ଭିନ୍ନ ପରିବେଶରେ କୃତ୍ତିକା ନକ୍ଷତ୍ରର ଭାଇ, ବନ୍ଧୁ, ପଡ଼ୋଶୀ ଓ ସହକର୍ମୀଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ନିଜ କାମ ପଛକୁ ପକାଇ ଅନ୍ୟ ପାଇଁ କାମକରି ଅସୁବିଧାର ସମ୍ମୁଖୀନ ହେବେ। ମୃଗଶିରା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରଭୃତିରୁ ଲାଭବାନ ହେବେ। ଭୁଲ୍‍ ବୁଝାମଣାରୁ ପରିବାରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଶାରୀରିକ ଅସୁସ୍ଥତା କାରଣରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯାଇପାରେ। ଆର୍ଥିକ ଅନଟନ ଓ ବିବାଦୀୟ କଥା ପରିସ୍ଥିତିକୁ ସରଗରମ କରିଦେଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ଆରଦ୍ରା ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଭାଙ୍ଗି ପଡ଼ିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପରିସ୍ଥିତିକୁ ଅବଲୋକନ କରି ନିଜକୁ ସଜାଡ଼ିବାକୁ ବାଧ୍ୟ ହେବେ। ମତାନ୍ତର ଯୋଗୁ ପିତାଙ୍କ ସହ ମତପାର୍ଥକ୍ୟ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିବ। ବାକ୍‍ ଅସଂଯମତା ଯୋଗୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ପୁଷ୍ୟା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ।
ସି˚ହ
ସି˚ହ
ବିବାଦୀୟ ସ୍ଥିତି ଦୂରେଇଯିବ ଏବଂ ବିଜାତୀୟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପନ କରାଇବ। ପଦସ୍ଥ ବ୍ୟକ୍ତିଙ୍କ ସହ ଭୁଲ୍‍ ବୁଝାମଣାରୁ ସୁଯୋଗ ହାତଛଡ଼ା ହୋଇପାରେ। ଆନୁଷ୍ଠାନିକ କାମ, ବାଣିଜ୍ୟ, ପରିବହନରେ ସମ୍ପର୍କହାନି ଆଶଙ୍କା ଦେଖାଦେବ। ପୂର୍ବାଫାଲ୍‍ଗୁନୀ ନକ୍ଷତ୍ର ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ।
କନ୍ୟା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ସାହାଯ୍ୟ, ସହଯୋଗ କାର୍ଯ୍ୟ ହାସଲ ଦିଗରେ ସହାୟକ ହେବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର ଓ ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। ପରିଜନଙ୍କ ସହିତ ଆଜିର ଭ୍ରମଣ ସୁଖ ବେଶ୍‍ ଉପଭୋଗ୍ୟ ହୋଇପାରେ। ହସ୍ତା ନକ୍ଷତ୍ର ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ବହୁତ ଶୁଭଫଳ ପ୍ରଦାନ କରିବ।
ତୁଳା
ତୁଳା
ପରିସ୍ଥିତି ସ୍ବାଭାବିକ ହେବା ସାଙ୍ଗକୁ ପରିବାରିକ ସ୍ଥିରତା ଫେରି ଆସିବ। ସ୍ବାତୀ ନକ୍ଷତ୍ର ଚେଷ୍ଟା କରୁଥିବା କାମଗୁଡିକ ପାଇଁ ଚିନ୍ତିତ ହେବେ। ପରିବାରରେ ମନର ଦୁଃଖ ଓ ଅବସୋସକୁ ପ୍ରକାଶ କରି ନ ପାରି ନୀରବ ରହିବାକୁ ବାଧ୍ୟ ହେବେ। ନିଜର ସଚ୍ଚୋଟତା ଓ ଜିଦ୍‍ଖୋର ପ୍ରବୃତ୍ତି କେତେକ ସମ୍ଭାବ୍ୟ ସମସ୍ୟାକୁ ନିମନ୍ତ୍ରଣ କରିପାରେ।
ବିଛା
ବିଛା
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ଅଭ୍ୟର୍ଥନା ମନୋବଳ ବୃଦ୍ଧିରେ ସହାୟକ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଜ୍ୟେଷ୍ଠା ନକ୍ଷତ୍ର ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କାରବାରରେ ଲାଭବାନ ହେବେ। ଆଇନ, ଅଦାଲତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି।
ଧନୁ
ଧନୁ
ପ୍ରତିକୂଳତା ଦୂରହେବା ସାଙ୍ଗକୁ ପରିବାର, ପରିବହନ, ସାମାଜିକ ସ୍ଥିତି ହ୍ରାସ ପାଇବ। ମନାନ୍ତରଜନିତ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସାହାଯ୍ୟରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ଉତ୍ତରାଷାଢ଼ା ନକ୍ଷତ୍ରର ଯାତ୍ରା, ଆଲୋଚନା, ନିର୍ମାଣ, ଚୁକ୍ତିପତ୍ର ପ୍ରଭୃତିରେ ଆଂଶିକ ସଫଳତା ମିଳିବ।
ମକର
ମକର
ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ମାନସିକ ସ୍ତରରେ ଅସନ୍ତୁଷ୍ଟ ରହିପାରନ୍ତି। ଧନିଷ୍ଠା ନକ୍ଷତ୍ର ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ। ବହୁ ପୂର୍ବରୁ ଆଶା ପୋଷଣ କରିଥିବା କୌଣସି ଖବର ପାଇ ଖୁସି ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଆଜି ଆଶା କରିଥିବା ଦିଗରୁ ଅର୍ଥଲାଭ ସହ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିବେ। ଶତଭିଷା ନକ୍ଷତ୍ରର ଅତ୍ୟଧିକ କର୍ମଜଞ୍ଜାଳ ଜନିତ ମାନସିକ ଚାପ ବୃଦ୍ଧି ପାଇବ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ, ଏଜେନ୍ସିପ୍‍ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ପ୍ରିୟ ବନ୍ଧୁଟିର ଅଶାଳୀନ ମନ୍ତବ୍ୟ କିମ୍ବା ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନମୀନ

ପୂର୍ବଭାଦ୍ର ନକ୍ଷତ୍ର ସକାଶେ ଆଜି ପୂର୍ବ ସଂକଳ୍ପିତ କାର୍ଯ୍ୟ ସାଧିତ ହେବାରେ କୌଣସି ଅସୁବିଧା ରହିବ ନାହିଁ। କର୍ମକ୍ଷେତ୍ରରେ ଶତ୍ରୁତା ଜନିତ ବିଭିନ୍ନ ସମସ୍ୟା ମନକୁ ଭାରାକ୍ରାନ୍ତ କରିରଖିବ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‍ କାମ କରିପାରନ୍ତି। ବ୍ୟସ୍ତ ଓ ବିବ୍ରତତାକୁ ଦେଖି ଆମତ୍ୀୟ ଓ ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri