Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩ ତାରିଖ – Daily Horoscope

ମେଷ
ଉନ୍ନତ ଚିନ୍ତା ଓ କାର୍ଯ୍ୟଦକ୍ଷତାକୁ ଉପରିସ୍ଥଙ୍କ ଅନୁକମ୍ପା ସହକର୍ମୀଙ୍କୁ ସୁହାଇ ନ ପାରେ। ବିଦେଶସ୍ଥ ଆତ୍ମୀୟଙ୍କ ସମସ୍ୟା ବିଷୟରେ ଦୁଶ୍ଚିନ୍ତା ପାରିବାରିକ ଅଶାନ୍ତିର କାରଣ ହେବ। ବକେୟା ଅର୍ଥଲାଭ, ବ୍ୟବସାୟିକ ସଫଳତା, ପରିବହନରେ ଉନ୍ନତି ଓ ଆନୁଷ୍ଠାନିକ କାମରେ ନିୟୋଜିତ ରହିପାରନ୍ତି। ଆକସ୍ମିକ ଭ୍ରମଣ ସୁଯୋଗ ଜୁଟିପାରେ।
ବୃଷ
ବୃଷ
ବନ୍ଧୁଙ୍କ ସହ ଆଲୋଚନା କ୍ରମେ ନୂତନ ଯୋଜନାର ପରିକଳ୍ପନା କରିପାରନ୍ତି। ବହୁତ ଦିନରୁ ଅଟକିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ, ନିର୍ମାଣ, ଶିଳ୍ପ, ଏଜେନ୍ସିପ୍‍, ବୀମା, ଶେୟାର ବଜାର ଦିଗରୁ ସଫଳତା ହାସଲ କରିବେ। ପରୋକ୍ଷ ଶତ୍ରୁତାର କୁପରିଣାମ ସ୍ବରୂପ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ସମସ୍ୟା ସମାଧାନ କଷ୍ଟକର ହେବ। ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇବେ। ରାଜନୀତି, ସଙ୍ଗଠନ, ଭ୍ରମଣ ଏବଂ ସଭା ସମିତି କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ମାଲିମକଦ୍ଦମା ହେତୁ ମାନସିକ ସ୍ଥିତି ଠିକ୍‍ ରହି ନ ପାରେ।
କର୍କଟ
କର୍କଟ
ଅତ୍ୟଧିକ ଭାବପ୍ରବଣତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଉଚ୍ଚଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସମାଧାନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ବାକ୍‍ ଅସଂଯମତା ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ଆତ୍ମୀୟଙ୍କ ପରଶ୍ରୀକାତରତା ମନୋଭାବ ଓ ଈର୍ଷାପରାୟଣତା ମାନସିକ ଅଶାନ୍ତିର କାରଣ ହେବ।
ସି˚ହ
ସି˚ହ
ଶୁକ୍ରଙ୍କ ପ୍ରଭାବରେ ବନ୍ଧୁମାନଙ୍କ ସହ ମନୋରଞ୍ଜନ ପ୍ରତି ଆଗ୍ରହୀ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ କିମ୍ବା ଯାନ୍ତ୍ରିକ ଜିନିଷ କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ। ବ୍ୟବସାୟ, ପରିବହନ, ବାଣିଜ୍ୟ, ନିର୍ମାଣାଦି କାମରେ ଉନ୍ନତି ଘଟିବାର ସମ୍ଭାବନା ରହିଛି।
କନ୍ୟା
ଶନିଙ୍କ କୁପ୍ରଭାବରୁ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିଯିବ। ପ୍ରତୀକ୍ଷା କରିଥିବା କୌଣସି ଖବର ସରକାରୀ ସ୍ତରରୁ ପାଇ ବିସ୍ମୟ ପ୍ରକାଶ କରିବେ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା, କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଖରାପ ରହିଥବା କାରଣରୁ ମନ ସ୍ଥିର ରହିବ ନାହିଁ।
ତୁଳା
ତୁଳା
ଶନି କ୍ଷେତ୍ରସ୍ଥ ରାଶ୍ୟାଧିପତି ଯୋଗୁ ଥଣ୍ଡା ଜ୍ୱରରେ ପଡ଼ିପାରନ୍ତି। ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ଓ ସଭାସମିତିରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ସମୟରେ ଅସୁବିଧା ଭୋଗିବେ। ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧ କାରଣରୁ କେତେକ କାମ ଝୁଲନ୍ତା ଅବସ୍ଥାରେ ରହିଯାଇପାରେ।
ବିଛା
ବିଛା
ଗ୍ରହସ୍ଥିତିର ଅନୁକୂଳତା କାରଣରୁ ଆଜିର ଦିନଟି ସବୁ ଦିଗରୁ ଶୁଭଫଳ ପ୍ରଦାନ କରିବ। ଯାହା ଇଚ୍ଛା କରିବେ ତାହା ପାଇବେ ଏବଂ ନିଜ ପରିବେଶରେ ନିଜର ପ୍ରାଧାନ୍ୟ ବୃଦ୍ଧି ପାଇବ। ସ୍ବାଧୀନ ମନୋବୃତ୍ତି ବାଧାପ୍ରାପ୍ତ ହେବାରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ସାମାଜିକ କ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ଧନୁ
ଧନୁ
ବନ୍ଧୁମିଳନ ଅବକାଶରେ ଦୂର ସମ୍ପର୍କୀୟଙ୍କ ଦର୍ଶନରେ ମନ ଖୁସି ରହିବ। ଦେଖେଇ ଶିଖେଇ କହୁଥବା ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସଫଳତା ହାସଲ କରିବେ। ସଭାସମିତି, ଅଧ୍ୟୟନ ଓ ଅଧ୍ୟାପନା, କର୍ମାରମ୍ଭ, ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ବିଭିନ୍ନ ଘରୋଇ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‍ ରହି ନ ପାରେ। ଆଳସ୍ୟ ଓ ଅବହେଳା ଯୋଗୁ ପରିବାରରେ ମନାନ୍ତର ସୃଷ୍ଟି ହେବ। ଅର୍ଥ ସାହାଯ୍ୟ ପାଇବେ ଓ ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୌ ଅଟକିବ ନାହିଁ। ସଭା ସମିତି, ନିର୍ମାଣ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
କୁମ୍ଭ
କୁମ୍ଭ
ଯେକୌଣସି ପରିସ୍ଥିତିର ସାମ୍ନା କଲେ ମଧ୍ୟ କେବଳ ମିଠା କଥାରେ ଅନ୍ୟମାନଙ୍କୁ ବୁଝାଇବାରେ ସମର୍ଥ ହେବେ। ପ୍ରତିଯୋଗିତା, ମାଲିମକଦ୍ଦମା ପ୍ରଭୃତି ସପକ୍ଷରେ ଯିବାର ପୂର୍ଣ୍ଣ ଅନୁକୂଳ ସ୍ଥିତି ରହିଛି। ଦୈହିକ ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବିଚଳିତ କରିପାରେ। ଋଣ ପରିଶୋଧ ସକାଶେ କରଜଦାତାଙ୍କ ଚାପ ବୃଦ୍ଧି ପାଇପାରେ।
ମୀନମୀନ

ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରୁହନ୍ତୁ। ରପ୍ତାନି ବାଣିଜ୍ୟ, ପ୍ଲଟିଂ କାରବାର, ଧାତୁ ଅଳଙ୍କାର, କୁଟିରଶିଳ୍ପ ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ଅନାବଶ୍ୟକ ଖର୍ଚ୍ଚଭାର ଯୋଗୁ ମାନସିକ ଅସ୍ଥିରତା ଅନୁଭବ କରିପାରନ୍ତି। ରାଜନୀତି, ସଂଗଠନ, କଳା, ସାହିତ୍ୟ, ଚଳଚ୍ଚିତ୍ର ପ୍ରଭୃତିରେ ଉଚ୍ଚମାନର ଫଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?