Posted inRasifala

ରାଶିଫଳ: ଗୁରୁବାର , ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ମଙ୍ଗଳ ଯୋଗ ହେତୁ ପାରିବାରିକ ଓ କର୍ମକ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ। ଘରକୁ ନୂଆ ବନ୍ଧୁ ଆସିବେ, ସାମାଜିକ ସମ୍ମାନ ସହ ଆର୍ଥିକ ସ୍ଥିତି ଭଲ ରହିବ। ସନ୍ତାନଙ୍କ ସ୍ବାସ୍ଥ୍ୟହାନି, ଶିକ୍ଷା, ପରୀକ୍ଷା ସାଙ୍ଗକୁ ସମ୍ପର୍କରେ ଫାଟ ସୃଷ୍ଟି ଆଶଙ୍କା ରହିଛି। ବନ୍ଧୁଙ୍କ ସହ ଆଲୋଚନାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ସକାଶେ ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇ ପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ସମ୍ଭାବନା ରହିଛି। ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
ଆଜି ବୁଧଙ୍କ ସ୍ଥିତି ବିଶେଷ ଭଲ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ ନିଜ ଲୋକଙ୍କ କଟୂକ୍ତି ଶୁଣିପାରନ୍ତି। ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାର ସକାଶେ ଦିନଟି ଭଲ। ଆନୁଷ୍ଠାନିକ କାମରେ ବ୍ୟତିକ୍ରମକୁ ଦେଖି ଆଘାତ ପାଇପାରନ୍ତି। ସମସ୍ୟା ସମାଧାନ ସାଙ୍ଗକୁ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ।
କର୍କଟ
କର୍କଟ
ରାଶିରେ ଚନ୍ଦ୍ର ସହ ମଙ୍ଗଳଜନିତ କର୍ମକ୍ଷେତ୍ରରୁ ସମ୍ମାନ ଓ ସଦିଚ୍ଛା ପାଇବେ। ସହକର୍ମୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସମାଲୋଚନାର ଶରବ୍ୟ ହେବେ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା, ଅଭିମାନ କରିଥିବା ସନ୍ତାନ, ପଡ଼ୋଶୀଙ୍କ ଅଭିଯୋଗ ସକାଶେ ମନରେ ଭାବାନ୍ତର ସୃଷ୍ଟି ହେବ।
ସି˚ହ
ସି˚ହ
ମଙ୍ଗଳ ନିଜର ଉଚ୍ଚ ସ୍ଥାନକୁ ଦେଖୁଥିବାରୁ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଧୈର୍ଯ୍ୟହାନି ଘଟିବ ନାହିଁ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ରାଜନୈତିକ କିମ୍ବା ପ୍ରଶାସନିକ ସ୍ତରରେ ପରିସ୍ଥିତି ଭଲ ରହି ନ ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ଶୁକ୍ର ଚତୁର୍ଥଭାବସ୍ଥ ଯୋଗୁ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କାମରେ କିମ୍ବା ରାଜନୈତିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିପାରେ।
ତୁଳା
ତୁଳା
ଶୁକ୍ରଙ୍କ ତୃତୀୟ ଭାବ ସଂଯୋଗରୁ ଆମତ୍ୀୟଙ୍କ ସହଯୋଗରୁ ସମାଧାନର ସୂତ୍ର ବାହାର କରିପାରିବେ। ଆର୍ଥିକ ସ୍ଥିତି, ପାରିବାରିକ ସଦ୍ଭାବ, ଭ୍ରମଣ ଓ ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ। ଆଜିର ଯାତ୍ରା ଶୁଭପ୍ରଦ ହେବ। ମାଲିମକଦ୍ଦମା, ଜମିଜମା ସମସ୍ୟା ସମାଧାନ ଦିଗକୁ ମୁହଁାଇବ।
ବିଛା
ବିଛା
ଶନିଙ୍କ ପ୍ରଭାବରେ ସତର୍କତା ଅଭାବରୁ ଯାହା ଭାବୁଥିବେ କାମ ବେଳକୁ ତାହା ଓଲଟା ହୋଇଯିବ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ଅଫିସରେ ବିବାଦୀୟ ପରିସ୍ଥିତି ମୁକାବିଲାରେ ସମର୍ଥ ହେବେ। କଳା ସାହିତ୍ୟ, କ୍ରୀଡ଼ାରେ ସମସ୍ୟା ସମାଧାନ ହେବ। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ
ଧନୁ
ଲାଭାଧିପ ରାଶିରେ ଥିବାରୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭ କରି ଗୌରବାନ୍ବିତ ମନେକରିବେ। ଶାରୀରିକ ସୁସ୍ଥତା ଫେରିପାଇବାରୁ ମାନସିକ ଅସ୍ଥିରତା ଦୂରେଇଯିବ। ଦୂରଯାତ୍ରା, ପର୍ଯ୍ୟଟନ, ବନ୍ଧୁ ସମ୍ପର୍କ, ଆମଦାନୀ କାରବାର ପ୍ରାୟତଃ ଭଲ ରହିବ। ଜମିଜମା ସମ୍ବନ୍ଧୀୟ କଥାବାର୍ତ୍ତା ପ୍ରଭୃତିରେ ଉନ୍ନତମାନର ସୁଫଳ ପାଇବେ।
ମକର
ମକର
ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ ମାନସିକ ଚାପ ସାଙ୍ଗକୁ ବିଭିନ୍ନ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ପରକ୍ଷଣରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ। ସମ୍ପର୍କ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ଅଶୋଭନୀୟ ଆଚରଣ ସନ୍ଦେହ ସୃଷ୍ଟି କରିପାରେ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ତାହା ଦୂରେଇଯିବ।
କୁମ୍ଭ
କୁମ୍ଭ
ରାଶି ପ୍ରତି ରାହୁ ଦ୍ୱିତୀୟ ଭାବସ୍ଥ ହେତୁ କାମ ଶୃଙ୍ଖଳିତ ନ ହୋଇପାରେ। ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ। ନିଜର ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇ ଖୁସି ହୋଇଯିବେ।
ମୀନମୀନ

ଭାଗ୍ୟସ୍ଥାନ ଗୁରୁ ଦୃଷ୍ଟ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ସହ ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri