Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୦ ତାରିଖ – Daily Horoscope

ମେଷ
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ। ପରିବାରରେ ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିପାରେ। ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶାନୁସାରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିବ।
ବୃଷ
ବୃଷ
ଆର୍ଥିକ ଅଭିବୃଦ୍ଧିଜନିତ ଅଟକିଥିବା କାମ ସମ୍ପନ୍ନ କରିପାରିବେ। ବିଭିନ୍ନ ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇ ପାରନ୍ତି। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିଜନିତ ମାନସିକ ସୁସ୍ଥତା ରହିବ ନାହିଁ। ଅତ୍ୟାବଶ୍ୟକ କାମଗୁଡ଼ିକ ଅଟକିରହିଥିବା କାରଣରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ନୂତନ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। ଯାନ ବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
ସମ୍ପର୍କୀୟଙ୍କ ବିବାଦର ସମାଧାନ ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଅନୁକମ୍ପା ପଥ ପରିଷ୍କାର କରିଦେବ। ପାରିବାରିକ କ୍ଷେତ୍ରରେ ଅସୁବିଧା ଭୋଗିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଏବଂ କୃତକାର୍ଯ୍ୟ ମଧ୍ୟ ହୋଇପାରନ୍ତି। ଗୃହମରାମତି, ଯାନବାହନ କ୍ରୟ, ତଥା ଯାନ୍ତ୍ରିକ ତ୍ରୁଟିକୁ ସୁଧାରିବା ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ସ୍ବସ୍ଥାନହନ୍ତା ବୃହସ୍ପତି ମାରକାଧିପତି ଶନିଙ୍କ ନକ୍ଷତ୍ରରେ ଅବସ୍ଥାନ କରି ବ୍ୟବସାୟ, ଯାତ୍ରାରେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରନ୍ତି। ପରିବାରରେ ସାଧାରଣ କଥା ଜଟିଳ ହୋଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। କୌଣସି ସାଂଗଠନିକ କାମ, ରାଜନୈତିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।
କନ୍ୟା
ମାନସିକ ଅସୁସ୍ଥତା କାରଣରୁ ବୁଝାମଣା ଓ ବିଚାରଧାରା ଓଲଟ ପାଲଟ ହୋଇଯିବ। ମିତ୍ରମାନେ ଶତ୍ରୁତା ଆଚରଣ କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଗୃହ, ଜମିଜମା, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନା ମଧ୍ୟ ବିଗିଡ଼ି ଯିବାର ଆଶଙ୍କା ରହିଛି।
ତୁଳା
ତୁଳା
ବନ୍ଧୁଙ୍କ ସହାୟତାରେ ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ବିଭିନ୍ନ ଉପାୟ ଚିନ୍ତା କରିପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା କ୍ଷେତ୍ରରୁ ସୁଫଳ ମିଳିପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର ଓ କଚେରି ମାମଲା କ୍ଷେତ୍ରରେ ଶୁଭ ଫଳ ପାଇବେ।
ବିଛା
ବିଛା
ପରିବାରରେ ଆପଣ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ, ଯାହାକି ପରକ୍ଷଣରେ ଦରକାରରେ ଆସିବ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି। ଦୀର୍ଘଦିନର ସମ୍ପର୍କରେ ଭଟ୍ଟା ହେବା କାରଣରୁ ମନ ଭଲ ରହିବନାହିଁ।
ଧନୁ
ଧନୁ
ଉତ୍ତମ ବୁଝାମଣା ହେତୁ ସୁନ୍ଦର ପାରିବାରିକ ଜୀବନ ସୌଭାଗ୍ୟର ପ୍ରତୀକ ରୂପେ ଅନୁଭବ କରିବେ। ଘର ଅପେକ୍ଷା ବାହାର ଲୋକ ଆପଣଙ୍କ ପକ୍ଷ ସମର୍ଥନ କରି ସଫଳତା ଆଣିପାରନ୍ତି। ବ୍ୟବସାୟରେ ସମସ୍ୟା ସମାଧାନ ପାଇଁ ଅସୁବିଧା ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ମକର
ମକର
ପରୋକ୍ଷଶତ୍ରୁତା ଓ ମାନସିକ ଅସୁସ୍ଥତା କାରଣରୁ ଭଲ କଥାକୁ ଓଲଟା ଦୃଷ୍ଟିରେ ଦେଖିପାରନ୍ତି। ସୁଯୋଗର ସଦ୍‌ବ୍ୟବହାର କରିପାରିଲେ ଆଶା ନିଶ୍ଚିତ ପୂରଣ ହେବ। ସେବା ଓ ସାହାଯ୍ୟ, ସହଯୋଗ ମାଧ୍ୟମରେ ନିଜପାଇଁ ନୂତନ ସୁଯୋଗର ରାସ୍ତା ଉନ୍ମୋଚନ କରିବେ। ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
କୁମ୍ଭ
କର୍ମଦକ୍ଷତା ସଙ୍ଗକୁ ସମୟାନୁବର୍ତ୍ତିତା କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ। ଗତକାଲିଠାରୁ ଯାହା ଚିନ୍ତା କରୁଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ଚିନ୍ତା କରିବେ। ସହକର୍ମୀ କିମ୍ବା ନିଜର ଉପରିସ୍ଥ ଅଫିସରଙ୍କ କ୍ରୋଧ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ।
ମୀନମୀନ

ଅନୁକୂଳ ଗ୍ରହସ୍ଥିତିଜନିତ ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ। ପାରିବାରିକ କ୍ଷେତ୍ରରେ କୌଣସି ନୂତନ ଯୋଜନାର ଅଗ୍ରଗତି ମନକୁ ଉଚ୍ଚାଟ କରିବ। ଉତ୍ତରଭାଦ୍ରପଦର ସମସ୍ୟା ବଢ଼ିବା କାରଣରୁ ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରିପାରିବେ ନାହିଁ। ବହୁତ ଖଟଣି ଭ୍ରମଣ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?