Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର କାମ ହାସଲର ଅନୁକୂଳ ସୂଚନା ପାଇ ମନ ହାଲୁକା ହୋଇଯିବ। ଅର୍ଥ ଲାଭ ସଙ୍ଗକୁ ପାରିବାରିକ ସମସ୍ୟାର ସମାଧାନ ଖୁସୀକୁ ଦ୍ୱିଗୁଣିତ କରିଦେବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ବନ୍ଧୁମାନଙ୍କ ଗହଣରେ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ରର ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ ସାମନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ସମ୍ଭାବନା ରହିଛି। ପ୍ରଶାସନ, ପ୍ରକାଶନ, ବାଣିଜ୍ୟ ଓ ବ୍ୟବସାୟ ତଥା ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
ପରିବାରରେ ନିଜ ନିଜ ଜିଦ୍‌ରେ ଅଟଳ, ଅଚଳ ରହିବା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘତ ପାଇପାରନ୍ତି। ଅଫିସିଆଲି ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଆରର୍ଦ୍ରା ନକ୍ଷତ୍ରର ବାଣିଜ୍ୟ,ବ୍ୟବସାୟ,ପରିବହନ ପାଇଁ ଦିନଟି ମନ୍ଦ ହେବନି।
କର୍କଟ
କର୍କଟ
ବନ୍ଧୁଙ୍କ ସାହାଯ୍ୟ କେତେକ ସୁବିଧା କରାଇଲେ ମଧ୍ୟ ପାରିବାରିକ କ୍ଷେତ୍ରକୁ ବିପଦ ସଂକୁଳ କରିବ। ପୁନର୍ବସୁ ନକ୍ଷତ୍ର ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ କିଛି ଅସୁବିଧା ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ଯେଉଁ ଜିନିଷ ପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ପାଇବେ। ମଘା ନକ୍ଷତ୍ର ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଚିତ୍ରା ନକ୍ଷତ୍ର ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ପ୍ରକାରର କଥା କହିପାରନ୍ତି।
ତୁଳା
ତୁଳା
ମନରେ ବହୁବିଧ ଭାବନା ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ସ୍ବାତୀ ନକ୍ଷତ୍ର ଆରମ୍ଭ କରୁଥିବା ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ। ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ସତର୍କତା ଅଭାବରୁ ଯାହା ଭାବୁଥିବେ କାମ କରିବା ବେଳକୁ ଓଲଟା ହୋଇଯିବ। ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ରୋକ୍‌ଠୋକ୍‌ କହିବା କାରଣରୁ ଅଫିସରେ ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା ତଥା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଯାତ୍ରା ସମୟରେ ମୂଳା ନକ୍ଷତ୍ର ସରଳ ଭାବେ ଅନ୍ୟ ମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିବେ। ବୈବାହିକ ସମ୍ବନ୍ଧ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିପାରନ୍ତି। ଆକସ୍ମିକ ସମସ୍ୟା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ବନ୍ଧୁ ମାନଙ୍କ ସାହାଯ୍ୟରୁ ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିବାକୁ ପଡ଼ିବ। କୌଣସି ଏକ ସାଧାରଣ କଥାକୁ ନେଇ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ। ଶ୍ରବଣା ନକ୍ଷତ୍ର ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସଭାସମିତି, ରାଜନୀତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ପୂର୍ବଭାଦ୍ରବ ନକ୍ଷତ୍ରର ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ଆଜି ଚେଷ୍ଟା କଲେ ପାଇ ପାରିବେ।
ମୀନମୀନ
ଆଜି ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଅଭାବ ନ ଥିଲେ ମଧ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମନ ଅଶାନ୍ତ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri