Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ, କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଗୃହ ସମସ୍ୟା, ଭୂମି, ଗାଡ଼ିମୋଟର ସମ୍ପର୍କିତ ପ୍ରତିବନ୍ଧକ ଲାଗି ରହିବ। ଧାର କରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସାହିତ୍ୟ, କ୍ରୀଡ଼ା ଏବଂ ସଙ୍ଗୀତାଦି କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ବୃଷ
ବୃଷ
ଧନାଧିପଙ୍କ ଶୁଭତ୍ୱ ଆପଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ କରାଇବ। ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡ଼ିପାରେ। ଦୀର୍ଘଦିନର ସୁଚିନ୍ତିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ।
ମିଥୁନ
ମିଥୁନ
ସପ୍ତମାଧିପତି ବ୍ୟୟଭାବସ୍ଥ ହେତୁ କୌଣସି ବିବାଦୀୟ ଘଟଣାରେ ହସ୍ତକ୍ଷେପ ଆପଣଙ୍କୁ ମହଙ୍ଗା ପଡ଼ିପାରେ। ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ। ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ହେବନାହିଁ।
କର୍କଟ
କର୍କଟ
ଭାଗ୍ୟାଧିପତି ମନ୍ଦଗ୍ରହ ମଧ୍ୟବର୍ତ୍ତୀ ହେତୁ ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ। ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବାଣିଜ୍ୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଧନଲାଭାଧିପତି ବୁଧ କର୍ମଭାବକୁ ଅବଲୋକନ କରୁଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। କର୍ମକ୍ଷେତ୍ରର ସମସ୍ୟା ସମାଧାନର ଚିନ୍ତା ମନକୁ ବିବ୍ରତ କରିପାରେ। ତରବରିଆ ଯାତ୍ରାରୁ ଦୂରେଇରହିଲେ ଭଲ। ରଚନାମତ୍କ କାମ, ଅଧ୍ୟାପନା, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
କବନ୍ଧଗ୍ରହ କେତୁ ରାଶିରେ ଥିବାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇଲେ ଆଶା ପୂରଣ ହୋଇପାରିବ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମର ସମୀକ୍ଷାକରି ବ୍ୟସ୍ତ ହେବେ। ପିଲାଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ।
ତୁଳା
ତୁଳା
ବକ୍ରି ଶନି ଏକାଦିକ୍ରମେ କର୍ମକ୍ଷେତ୍ରର ଅବ୍ୟବସ୍ଥା ଓ ପାରିବାରିକ ଜୀବନକୁ ପ୍ରଭାବିତ କରିବ। ମାନସିକ ଅଶାନ୍ତିଜନିତ ପ୍ରତ୍ୟେକ କାମରେ ଭଗ୍ନମନୋରଥ ଯନ୍ତ୍ରଣାକୁ ବଢ଼ାଇପାରେ। ଚିତ୍ରା ନକ୍ଷତ୍ର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଆଜି ରାହୁଯୁକ୍ତ ଚନ୍ଦ୍ରଙ୍କ କୋଣଭାବସ୍ଥ ସ୍ଥିତି ସନ୍ତାନ ହେତୁକ ମାନସିକ ଅସ୍ଥିରତା ପ୍ରଦାନ କରିବ। ବନ୍ଧୁମିଳନ ସାଙ୍ଗକୁ ଆନୁଷ୍ଠାନିକ କାମ ଓ ଆଲୋଚନା ଫଳପ୍ରଦ ହେବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବା ଆଶଙ୍କା ରହିଛି।
ଧନୁ
ଧନୁ
ନବମାଧିପତି ଏକାଦଶସ୍ଥ ଦୁର୍ବଳ ହେତୁ ଧର୍ମକାର୍ଯ୍ୟରେ ଅର୍ଥାଭାବ ସମସ୍ୟାର କାରଣ ହେବ। ଉତ୍ତରାଷାଢ଼ା ନକ୍ଷତ୍ର ଶାନ୍ତ ଓ ସୁଶୀଳତାର ଝଲକରେ ଆମତ୍ୀୟଙ୍କ ମନ କିଣିନେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିପାରେ। ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି।
ମକର
ମକର
ତୃତୀୟ ବ୍ୟୟାଧିପ କାରଣରୁ ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ପ୍ରିୟଜନଙ୍କ ଆଶ୍ୱାସନା ସାମୟିକ ମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। ଶ୍ରବଣା ନକ୍ଷତ୍ର ଅନ୍ୟର ବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥା ଦ୍ୱାରା କେତେକାଂଶରେ ଉପକୃତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହରେ ଥିବା କାରଣରୁ ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି। ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡ଼ନ ସୃଷ୍ଟି କରିବ। ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପଣେଇ ନେଇ ପାରନ୍ତି। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ

ଆଜିର ଚନ୍ଦ୍ର ରାଶିରେ ରାହୁଯୁକ୍ତ ଥିବାରୁ କାର୍ଯ୍ୟସିଦ୍ଧି ସାମାନ୍ୟ ବିଳମ୍ବିତ ସମୟରେ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତବୋଧ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri