Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ଏକାଦଶ ଭାବରେ ଶନି ସହ ଚନ୍ଦ୍ରଙ୍କ ସଂଯୋଗ ରାଶ୍ୟାଧିପ ମଙ୍ଗଳଙ୍କ ନୀଚତ୍ୱ କାରଣରୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ସ୍ମୃତିଚାରଣ, ଆନୁଷ୍ଠାନିକ କାମ ସକାଶେ ଉସତ୍ାହିତ ରହିବେ। କିନ୍ତୁ ପାରିବାରିକ କଳହ, ଲୋକ ସମ୍ପର୍କ ଦିଗରୁ ବ୍ୟତିକ୍ରମର ସାମ୍ନା କରିବେ। ସରକାରୀ ସ୍ତରରୁ ସାହାଯ୍ୟ ଆଶାୟୀ ହୋଇପାରନ୍ତି।
ବୃଷ
ବୃଷ
ରାଶି ପ୍ରତି ବୁଧଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଅର୍ଥଲାଭ ଓ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ବନ୍ଧୁମିଳନଜନିତ ଆନନ୍ଦମୁଖର ପରିବେଶରେ ମସ୍‌ଗୁଲ୍‌ ରହିପାରନ୍ତି। ଗୁରୁ ଗୃହସ୍ଥ ଶୁକ୍ର ପ୍ରଭାବରୁ ସ୍ବାସ୍ଥ୍ୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ।
ମିଥୁନ
ମିଥୁନ
ଅଷ୍ଟମାଧିପ ଶନି ଧନାଧିପ ସାନ୍ନିଧ୍ୟରେ ଅର୍ଥ ଓ ମତ ମନ୍ତବ୍ୟକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି କରିପାରେ। ଦୁଃଖ ଖବର ମନକୁ ସାମୟିକ ନିସ୍ତେଜ କରିଦେବାର ଆଶଙ୍କା ରହିଛି। ଅବଶ୍ୟ ପୂର୍ବ ଯୋଜନା ଅନୁଯାୟୀ କୈାଣସି କର୍ମ କରିବାରେ ସମର୍ଥ ହୋଇପାରନ୍ତି। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
କର୍କଟ
କର୍କଟ
ଚନ୍ଦ୍ର ଓ ସପ୍ତମାଧିପ ଦୁଃସ୍ଥାନସ୍ଥ ଯୋଗୁ ସ୍ବାସ୍ଥ୍ୟର ଅବନତି ମନକୁ ବିବ୍ରତ କରିବ। ବନ୍ଧୁ ଓ ସ୍ବଜନମାନେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ଗ୍ରହଣ କରିବେ। ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ। ଆଜିର ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିପାରେ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ସାଙ୍ଗକୁ ଚତୁର୍ଥାଧିପତିଙ୍କ ଷଷ୍ଠଭାବସ୍ଥ ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ଲାଗି ରହିବ। ତୃତୀୟାଧିପ ଶୁକ୍ରଙ୍କ ପ୍ରଭାବରୁ ପଡ଼ୋଶିନୀ କିମ୍ବା ହିତୈଷୀଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୌଣସି କାମରେ ପଛକୁ ଫେରି ଚାହିଁବା ପରିସ୍ଥିତି ସୃଷ୍ଟି ହେବନାହିଁ। ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ।
କନ୍ୟା
ଲାଭାଧିପତି ଶନି ଯୁକ୍ତ କାରଣରୁ ଆଜି ଯାହା ପାଇବାକୁ ଚିନ୍ତା କରିଛନ୍ତି ତାହା ଦୁର୍ଲ୍ଲଭ ହୋଇପଡିବ। ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡିପାରେ। ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ଠିକ୍‌ ହେବନି। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ତୁଳା
ତୁଳା
ଧନାଧିପତିଙ୍କ ନୀଚତ୍ୱ କାରଣରୁ ଆପଣଙ୍କୁ ଅର୍ଥପ୍ରାପ୍ତିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେଇପାରନ୍ତି। ପାରିବାରିକ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ପଣ୍ଡିତଗ୍ରହ ଦ୍ୱୟଙ୍କ ସ୍ଥିତି ପ୍ରଭାବରେ ଉନ୍ନତ ଯୋଜନାକୁ ବାସ୍ତବ ରୂପ ଦେବାର ନକ୍ସା ପ୍ରସ୍ତୁତ କରିପାରନ୍ତି। ଲୁହା ଦେଖି ପାଣି ଦେଲାପରି ଆବଶ୍ୟକତା ଅନୁଯାୟୀ ଆପଣଙ୍କ ମନ୍ତବ୍ୟ ଶାଳୀନତାପୂର୍ଣ୍ଣ ରହିବ। ଦୀର୍ଘ ଦିନରୁ ପ୍ରତୀକ୍ଷିତ ଶୁଭ ଖବର ମନକୁ ଆହ୍ଲାଦିତ କରିପାରେ। ସାଙ୍ଗସାଥୀଙ୍କ ସହ କିଛି ନୂଆ ସ୍ଥାନକୁ ଯାଇପାରନ୍ତି।
ଧନୁ
ଧନୁ
ରାଶିସ୍ଥ ଶୁକ୍ର ହେତୁ ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାର ଧୈର୍ଯ୍ୟ ଧାରଣ କରିବେ। ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆମତ୍ୀୟଙ୍କ ଜରିଆରେ ବକେୟା ଆଦାୟରେ ସକ୍ଷମ ହେବାର ସମ୍ଭାବନା ରହିଛି। ଆଇନ ଅଦାଲତ କ୍ଷେତ୍ରରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ବାରମ୍ବାର ଦୌଡିବାକୁ ପଡିପାରେ।
ମକର
ମକର
କେନ୍ଦ୍ରସ୍ଥ ମଙ୍ଗଳଙ୍କ ଦୁର୍ବଳତା ପରିବାରର ଆନ୍ତରିକ ସହଯୋଗ ପାଇବାରେ ଅସମର୍ଥ ହେବେ। ଦୀର୍ଘ ଦିନରୁ ଦେଖି ନ ଥିବା କୈାଣସି ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ। କଳା, ସାହିତ୍ୟ, ସାମ୍ବାଦିକତା, ପରିବହନରେ ଏବଂ ସର୍ବୋପରି ଚେଷ୍ଟା କରୁଥିବା କାମରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଶନିଙ୍କ ସୁପ୍ରଭାବରୁ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ସଭାସମିତି, ବନ୍ଧୁଙ୍କ ସହ ବିଚାରବିମର୍ଶ ମାନସିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। ଆର୍ଥିକ ଅନଟନ ଭରଣା କରିବାକୁ ନୂଆ ନୂଆ ଯୋଜନା କରିପାରନ୍ତି। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡିପାରେ।
ମୀନମୀନ

ବୃହସ୍ପତିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ପାରିପାର୍ଶ୍ୱିକ ସୁନ୍ଦର ପରିବେଶ ମନକୁ ଉତ୍ସାହିତ କରିବ। ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମାନସିକ ସୁସ୍ଥତା ରହି ନ ପାରେ। ତଥାପି ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଆପଣଙ୍କ ସୁପରାମର୍ଶ ଓ ପ୍ରସ୍ତାବକୁ ବନ୍ଧୁମାନଙ୍କ ସମର୍ଥନ ପୂର୍ଣ୍ଣମାତ୍ରାରେ ରହିବାର ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri