Posted inRasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୮ ତାରିଖ – Daily Horoscope

ମେଷ
ଆଜିର ଆନୁଷ୍ଠାନିକ କାମର ବନ୍ଧୁମିଳନରେ ପରାମର୍ଶଦାତା ହୋଇ ପ୍ରଶଂସିତ ହେବ। ବ୍ୟବସାୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବ। ରାଜନୀତି, ଯାତ୍ରା ଓ କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
ବୃଷ
ବୃଷ
ସାମାଜିକ ସ୍ତରରେ ଆପଣଙ୍କ କଥା ଓ କାମରେ ଅନ୍ୟମାନେ ସନ୍ତୋଷ ପ୍ରକାଶ କରିବେ। ଆର୍ଥିକ ଉନ୍ନତି କାରଣରୁ ନୂଆ ନୂଆ କାମ ପାଇଁ ଯୋଜନା ତିଆରି କରିପାରନ୍ତି। ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ଖୁସି ଓ ଆତ୍ମପ୍ରଶଂସାର ସମାଲୋଚନା କରିପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଭ୍ରମଣ ସୁଯୋଗ ଲାଭ କରିବେ। ଅର୍ଥ ସମ୍ପର୍କ, ପାରିବାରିକ ସ୍ଥିତି, ଚେଷ୍ଟା କରୁଥିବା କାମ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ।
କର୍କଟ
କର୍କଟ
ସାମାନ୍ୟ ଭୁଲ୍‌ଜନିତ ପରିବାରରେ କୈଫିୟତ୍‌ ଦେବାକୁ ପଡ଼ିପାରେ। ଦୀର୍ଘଦିନ ଅତିକ୍ରାନ୍ତ ପରେ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ପାରିବାରିକ ଜୀବନରେ ସନ୍ଦେହଜନିତ ଫାଟ ସୃଷ୍ଟିହେବାର ସାମାନ୍ୟ ସୂଚନା ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ମନେ ହୋଇପାରେ।
ସି˚ହ
ସି˚ହ
ପରିବାରର ଆବଶ୍ୟକତା ସକାଶେ ଆର୍ଥିକ ଅନଟନର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା କାରଣରୁ ଦୁଃପରିସ୍ଥିତି ମଧ୍ୟରେ ଆମତ୍ୀୟସ୍ବଜନ ଦୂରେଇଯିବେ। ସାହିତ୍ୟାଲୋଚନା, ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। ହିତୈଷୀଙ୍କ ପରାମର୍ଶକ୍ରମେ ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍‌ରେ ସମୟ କାଟିବେ। ସରକାରୀ ସ୍ତରରୁ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବେ। କୃତି ଓ କୃତିତ୍ୱରୁ ସାମାଜିକସ୍ତରରେ ସମ୍ମାନଲାଭ କରିବା ସାଙ୍ଗକୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଏଜେନଶିପ୍‌, କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ସାମ୍ବାଦିକତାରେ ଉଚ୍ଚ ପ୍ରଂଶସିତ ହେବେ। ଭଲ୍‌ ବୁଝାମଣା ହେତୁ ପରିବାରରେ ସୁଖଶାନ୍ତି ବ୍ୟାହତ ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ଆଶା ରହିଛି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଭାବପ୍ରବଣତା ପରିହାରପୂର୍ବକ କାମ କରିବା ଭଲ। ଅନୁରାଧା ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ। ସ୍ତ୍ରୀଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ। ରାଜନୀତି, ପ୍ରେସ୍‌, ପବ୍ଲିକେଶନ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ବନ୍ଧୁଙ୍କ ପ୍ରରୋଚନାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସମୟ ଅଭାବର ଦ୍ୱାହିଦେଇ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଆପଣଙ୍କ ପ୍ରତ୍ୟେକ କାମ ସକାଶେ ପଡ଼ୋଶୀ ସହଯୋଗର ହାତ ବଢ଼ାଇପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଜଞ୍ଜାଳ ବୃଦ୍ଧି ହେତୁ ଚାପର ସମ୍ମୁଖୀନ ହୋଇପାରନ୍ତି। ବିଶେଷତଃ ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା କାରଣରୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ପରିସ୍ଥିତିରେ ପଡ଼ି ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବାକୁ ବାଧ୍ୟହେବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଯାନ୍ତ୍ରିକ ଶିଳ୍ପ, ବୈଦ୍ୟୁତିକ ଗଣମାଧ୍ୟମ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଅବସର ବିନୋଦନ କ୍ଷେତ୍ରରେ ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ସମୟ କଟାଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ମୀନମୀନ

କର୍ମକ୍ଷେତ୍ର୍ରରେ ସ୍ଥଗିତ କାମକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭରୁ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ସାହାଯ୍ୟ, ସହଯୋଗ ଲାଭକରି ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଆମତ୍ୀୟସ୍ବଜନ ସମ୍ମୁଖରେ ଭଲକଥା କହି ପଛରେ ସମାଲୋଚନାମତ୍କ କଥା କହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?