Posted inRasifala

ରାଶିଫଳ: ଶନିବାର , ନଭେମ୍ବର ୨ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ନିଜ କାମରେ ଲାଗିଯିବେ ଏବଂ ଆଶାନୁଯାୟୀ ମଧ୍ୟ ଫଳ ପାଇପାରନ୍ତି। ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗରୁ ସ୍ଥଗିତ କାମ ସମ୍ପନ୍ନ ହେବ। ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କଲେ ମଧ୍ୟ କିଛି ଅସୁବିଧା ହେବନି। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ନିଃସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଯାଇ ଆତ୍ମସନ୍ତୋଷ ଲାଭ କରିପାରନ୍ତି। ପରିବାରରେ ଅର୍ଥ କିମ୍ବା ଜମିଜମାକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ନୂତନ କର୍ମାରମ୍ଭରେ ଅର୍ଥ ସଂକଟ କାମକୁ ଅଟକାଇ ରଖିବାର ଆଶଙ୍କା ରହିଛି। ଲୁଚି ରହିଥିବା ମନର ଦୁଃଖକୁ ବନ୍ଧୁଙ୍କ ସମ୍ମୁଖରେ କହି ଆଶ୍ୱସ୍ତିି ଲାଭ କରିବେ। କର୍ମସସ୍ଥାନ ପାଇଁ ମନ ବଳିବ ଏବଂ ବନ୍ଧୁଙ୍କ ଦ୍ୱାରା ଦିଗ୍‌ଦର୍ଶନ ପାଇବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
କର୍କଟ
କର୍କଟ
ଅଭାବ ଏବଂ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଦିନରୁ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ନିଜ ପରିସରର ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି।
ସି˚ହ
ସି˚ହ
ନିଜ ପରିସର ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଅର୍ଥସଂକଟ ଦୂରେଇଯିବ। ସନ୍ତାନଙ୍କ ସମସ୍ୟା ସହଜରେ ସମାଧାନ ହୋଇଯିବ। ଆନୁଷ୍ଠାନିକ, ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ଅପମାନିତ ହେବାକୁ ପଡ଼ିବାର ଆଶଙ୍କା ରହିଛି।
କନ୍ୟା
ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଲଭିବେ। ଆତ୍ମୀୟସ୍ବଜନଙ୍କ ସ୍ନେହ ଓ ସହାନୁଭୂତି ସାମୟିକ ମନର ଦୁଃଖକୁ ଲାଘବ କରିପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଆପଣଙ୍କର କୃତିତ୍ୱର ଗୁଣଗାନ କରିବା ସହ କର୍ମକ୍ଷେତ୍ରରେ ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀଙ୍କ ମନଗଢ଼ା କଥାକୁ ବିଶ୍ୱାସ କରି ଭାବପ୍ରବଣ ହୋଇପାରନ୍ତି। ପାରିବାରିକ ସମ୍ପର୍କ ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବନ୍ଧୁମିଳନ ପାଇଁ ଯୋଜନା କରିବେ। ଦରକାରୀ କାଗଜପତ୍ର କିମ୍ବା ଜିନିଷ ଆବଶ୍ୟକ ସମୟରେ ପାଇବେ ନାହିଁ। ଆଜିର ଯାତ୍ର୍ରା ପ୍ରୀତିପ୍ରଦ ରହିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ।
ବିଛା
ବିଛା
ପରିବାରର ବିଭିନ୍ନ ଜଞ୍ଜାଳରେ ବ୍ୟସ୍ତ ରହିବା ହେତୁ ମନ ଅସ୍ଥିର ରହିବ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟିକୁ ନିକଟରେ ପାଇ ଆତ୍ମହରା ହୋଇପାରନ୍ତି। ଆନୁଷ୍ଠାନିକ କାମ, ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ସାମାନ୍ୟ ପ୍ରତିବନ୍ଧକ କାରଣରୁ ବିଳମ୍ବିତ ସମୟରେ ଆଶା ପୂରଣ ହୋଇଯିବ।
ଧନୁ
ଧନୁ
ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଓ କାମରେ ପ୍ରତିବନ୍ଧକ ଦୁଶ୍ଚିନ୍ତାକୁ ବଢ଼ାଇଦେବ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ର୍ରରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ବାଣିଜ୍ୟ, ନୂତନ ବନ୍ଧୁସମ୍ପର୍କ ଏବଂ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ।
ମକର
ମକର
କର୍ମକ୍ଷେତ୍ରରେ ଆଶାଜନକ ସଫଳତା ପାଇବା ଯୋଗୁ ମନ ଖୁସି ରହିବ। ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଆତ୍ମୀୟସ୍ବଜନଙ୍କ ପରଶ୍ରୀକାତରତାଜନିତ କଟୁ ମନ୍ତବ୍ୟ ହେତୁ ଅନ୍ୟମନସ୍କ ରହିପାରନ୍ତି। ଉଚ୍ଚଶିକ୍ଷା, ବିଦେଶ ଯାତ୍ରା, ଆମଦାନୀ କାରବାର ଓ ଶୁଭଖବରରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ସରକାରୀ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଦୀର୍ଘଦିନରୁ ସ୍ଥଗିତ ରହିଥିବା କାମଟି ବନ୍ଧୁଙ୍କ ସାହାଯ୍ୟରେ ହଠାତ୍‌ ହୋଇଯିବ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ନ ହେଲେ ହଜିଯାଇପାରେ। ପୂର୍ବାଲୋଚନା କ୍ରମେ ପ୍ରିୟଜନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କର୍ମକ୍ଷେତ୍ରରେ ଅସାଧ୍ୟ ସାଧନ କରିପାରିବେ। ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ଉତ୍ତରଭାଦ୍ର ନକ୍ଷତ୍ରର ପାରିବାରିକ ସ୍ଥିତି ଭଲ ରହିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମାୟିକ ଆଶ୍ୱସ୍ତି ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅଗଷ୍ଟ ୮ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ମାଧ୍ୟମରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟିକୁ ଆରମ୍ଭ ପାଇଁ ପଥ ପରିଷ୍କାର କରାଇବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୭ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି, ଅବିଳମ୍ବେ ସଫଳତା ପାଇବେ। ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇ କମ୍‌ ସମୟରେ ସମାଧାନ ହୋଇଯିବ। ପାରିବାରିକ…

ରାଶିଫଳ: ଗୁରୁବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ମାନସିକ ଅସ୍ଥିରତା ଲାଗିରହିବା ସହ ଯାତ୍ରା, ବିବାଦରୁ ଦୂରେଇ ରହିବା ଭଲ। କେତୁ ପ୍ରଭାବରୁ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri