Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ
ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ରାହୁଙ୍କ ପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବା ଆଶଙ୍କା ରହିଛି। ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗଜନିତ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡ଼ୋଶୀ ସାହାଯ୍ୟ କରିବେ। ଉପରିସ୍ଥଙ୍କ ଅନୁକମ୍ପାରୁ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ହେତୁ ମନ ହାଲୁକା ହୋଇଯାଇପାରେ। ପିଲାଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ଅସ୍ଥିରତାର ସୂଚନା ମଧ୍ୟ ରହିଛି।
ମିଥୁନ
ମିଥୁନ
ମଙ୍ଗଳ ଦୃଷ୍ଟ ଶନି ହେତୁ ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘ ଦିନର ଅଭିଳାଷ ପୂରଣକରି ନ ପାରେ। ସ୍ବାସ୍ଥ୍ୟରେ ଉନ୍ନତି ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣରେ ରହିବ। ମକଦ୍ଦମା, ଆଲୋଚନା, ଗବେଷଣା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
କର୍ମାଧିପତି ରାଶିରେ ଥିବାରୁ ନୂତନ ପରିବେଶରେ ଭିନ୍ନ ସ୍ବାଦର ଅନୁଭୂତି ଲାଭ କରିବେ। କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗଜନିତ ମନ ଖୁସି ରହିବ। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ହେତୁ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟି ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟସ୍ତତା ଅନୁଭବ କରିବେ। ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ। ଏହା ସାଙ୍ଗକୁ ଅପୂରଣୀୟ ଆଶା, ସଙ୍ଗୀତ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ଅଧୁରା କାମ ପୂରାକରିବା ପାଇଁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ପାପଗ୍ରହ ଯୁକ୍ତ ଚନ୍ଦ୍ର ହେତୁ ବିଭିନ୍ନ ସମସ୍ୟା ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିବ। ହସ୍ତା ନକ୍ଷତ୍ରର ମନରେ ଶୁଦ୍ଧ ଭାବନା ରହିଲେ ମଧ୍ୟ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇଦେଇପାରେ। ହଠାତ୍‌ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ।
ତୁଳା
ତୁଳା
କର୍ମାଧିପ ବ୍ୟୟସ୍ଥ ଯୋଗୁ ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବା ସହ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। ଗୃହନିର୍ମାଣ କିମ୍ବା ଜମିଜମା ସଂକ୍ରାନ୍ତୀୟ କଳହର ଆଶଙ୍କାକୁ ଏଡ଼ିହେବ ନାହିଁ।
ବିଛା
ବିଛା
ଶନି ଦୃଷ୍ଟିରେ ଶୁକ୍ର ଥିବାରୁ ସାଧାରଣ ସମସ୍ୟା ମଧ୍ୟ ଦେଇ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବେ। ମନରେ ବିରକ୍ତି ଜାଗ୍ରତ ହେବା ସହ କଥାବାର୍ତ୍ତାର କଠୋରତା ସମ୍ପର୍କକୁ ହ୍ରାସ କରାଇବ। ପରିସ୍ଥିତିର ବିଡ଼ମ୍ବନା କାରଣରୁ ମତାନ୍ତର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।
ଧନୁ
ଧନୁ
ଅଷ୍ଟମାଧିପତି ଏକାଦଶସ୍ଥ ଯୋଗୁ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ। ଅର୍ଥନୈତିକ କାରବାର, ବ୍ୟବସାୟ, ଆଲୋଚନା, ଯାତ୍ରାଦିରେ ହଇରାଣ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ସମସ୍ୟାକୁ ନିମନ୍ତ୍ରଣ କରିବ। ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମକର
ମକର
ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବା ଆଶଙ୍କା ରହିଛି। ସପ୍ତମସ୍ଥ ମଙ୍ଗଳ ଯୋଗୁ ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ ହେବାର ସୂଚନା ରହିଛି। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶନିଙ୍କ ଶୁଭଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଆଧ୍ୟାମତ୍ିକ କାର୍ଯ୍ୟକ୍ରମରେ ଯୋଗଦେବେ। ଯାନ୍ତ୍ରିକ ଜିନିଷ, ଅଳଙ୍କାର ପ୍ରଭୃତି ପାଇଁ ପରିବାରରୁ ବରାଦ ପାଇବେ। ଏହା ସାଙ୍ଗକୁ ଆରକ୍ଷୀ ମାମଲା, ଜମିଜମା, ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ। ଆନୁଷ୍ଠାନିକ କାର୍ଯ୍ୟ ସମ୍ପନ୍ନରେ ବନ୍ଧୁ ସାହାଯ୍ୟ ଆଶା କରିପାରନ୍ତି।
ମୀନମୀନ

କୌଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ଉପଢୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ଗୁରୁ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ବିନିମୟ କାରଣରୁ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?