Posted inRasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ
ବିଚାରବୁଦ୍ଧି, ଦୂରଦର୍ଶିତା ଏବଂ ନ୍ୟାୟୋଚିତ ଦିଗ୍‌ଦର୍ଶନ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ରବିଙ୍କ ଦୁର୍ବଳତା କାରଣରୁ କୃତ୍ତିକା ନକ୍ଷତ୍ରର ମାନସିକ ସ୍ତରରେ ଏକାଧିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଶୁକ୍ରଙ୍କ କେନ୍ଦ୍ରାବସ୍ଥାନ ହେତୁ ଉତ୍ତମ ସ୍ବାସ୍ଥ୍ୟ, ଅର୍ଥନୈତିକ ଅଭିବୃଦ୍ଧି ହେବ। ପାରିବାରିକ ଜୀବନରେ କିଛି ତ୍ରୁଟିବିଚ୍ୟୁତି ଘଟିପାରେ।
ବୃଷ
ବୃଷ
ଯୋଗକାରକ ଗ୍ରହ ଶୁକ୍ର ଷଷ୍ଠସ୍ଥ ଅବସ୍ଥାନ କରି ସୌଭାଗ୍ୟ ପ୍ରାପ୍ତ କରାଇବେ। ବନ୍ଧୁଙ୍କୁ ନିଜ ସପକ୍ଷରେ ନେଇ ସମସ୍ୟାକୁ ସୁଧାରି ନେବାରୁ ମନ ହାଲୁକା ରହିବ। ଅଶ୍ଳେଷା ନକ୍ଷତ୍ରସ୍ଥ ଚନ୍ଦ୍ରଜନିତ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ କ୍ଷେତ୍ରରେ ସମସ୍ୟା କମି କମି ଆସିପାରେ।
ମିଥୁନ
ମିଥୁନ
ଷଷ୍ଠାଧିପ ମଙ୍ଗଳ ରାଶିରେ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ଗ୍ରହଣ କରିପାରନ୍ତି। କାର୍ଯ୍ୟଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ପ୍ରତିଷ୍ଠିତ ଓ ପ୍ରଶଂସିତ ହେବେ। ଫାଇଲ୍‌ କାମ ଅଟକି ରହିଥିବାରୁ ଅନୁତାପ କରିପାରନ୍ତି। ପ୍ରାତଃ ଭ୍ରମଣ ସାଙ୍ଗକୁ ସଙ୍ଗଠନ କାମ, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ।
କର୍କଟ
କର୍କଟ
ବୁଧ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ କର୍ମଜଞ୍ଜାଳର ମାନସିକ ଚାପ ଜନିତ ସାମୟିକ ବିଚଳିତ ରହିବେ। ଅର୍ଥ, ସମ୍ମାନ, ସଦିଚ୍ଛା, ବନ୍ଧୁମିଳନ, ପର୍ଯ୍ୟଟନ, ପରିଭ୍ରମଣର ସୁଯୋଗ ପାଇପାରନ୍ତି। ଭାଗ୍ୟସ୍ଥାନସ୍ଥ ରାହୁ ପରିବାର ଭିତରେ ବିନା କାରଣରେ ମନାନ୍ତର ସୃଷ୍ଟି କରିପାରନ୍ତି। ମଙ୍ଗଳଙ୍କ ଦୁର୍ବଳତାଜନିତ କାର୍ଯ୍ୟହାନିରୁ ସାମୟିକ ଧୈର୍ଯ୍ୟଚ୍ୟତି ଘଟିପାରେ।
ସି˚ହ
ସି˚ହ
ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ମୁଖଭାଗସ୍ଥ ରବି ଓ ବୁଧଙ୍କ ପ୍ରଭାବରୁ ଅପ୍ରିୟ ସତ୍ୟ ସୁସମ୍ପର୍କକୁ ନଷ୍ଟ କରିବ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହଯୋଗ ଲୋଡ଼ିପାରନ୍ତି। ସଂକଟଜନକ ସ୍ଥିତିର ଫାଇଦା ନେବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
କନ୍ୟା
ରାଶ୍ୟାଧିପ ବୁଧଙ୍କ ସ୍ବଗୃହମଣ୍ଡନ ଉତ୍ତମ ସ୍ବାସ୍ଥ୍ୟ, ବନ୍ଧୁବତ୍ସଳତା ଏବଂ କର୍ମକ୍ଷେତ୍ରରେ ଲୋକପ୍ରିୟତା ସଷ୍ଟି କରିବ। ତୃତୀୟାଧିପ କ୍ରୂରଗ୍ରହ ମଙ୍ଗଳଙ୍କ କୁପ୍ରଭାବରୁ ଆତ୍ମୀୟଙ୍କ ବିରୋଧରୁ ଦୂରେଇ ପାରିବେ ନାହିଁ। ସମସ୍ୟା ବଢୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିର ଆଶଙ୍କା ରହିଛି।
ତୁଳା
ତୁଳା
ଦିନଟି ତିକ୍ତ ମଧୁର ଅନୁଭୂତିକୁ ନେଇ ବିତିବ। ପରିସ୍ଥିତିର ସାମ୍ନା କରିବାକୁ ଯାଇ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରଶାସନ, ପ୍ରକାଶନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ବୃହସ୍ପତି ସ୍ବଭାବରୁ ଷଷ୍ଠସ୍ଥ ଯୋଗୁ ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
ବିଛା
ବିଛା
ଗୁରୁଙ୍କ ଶୁଭଦୃଷ୍ଟି ପାରିବାରିକ ଜୀବନରେ ସହାନୁଭୂତି ଲାଭ ସହ ସମ୍ପର୍କୀୟଙ୍କ ପରିବର୍ତ୍ତିତ ମନୋଭାବରୁ ଖୁସି ରହିବେ। ପ୍ରବାସୀ ସନ୍ତାନଙ୍କ ପାଇଁ ମନରେ ଭାବନାର ଜୁଆର ଉଙ୍କି ମାରିପାରେ। ପ୍ରତ୍ୟେକ କ୍ଷେତ୍ରରେ ହତୋତ୍ସାହିତ ନ ହୋଇ କାମ କରିଚାଲିଲେ ସଫଳତା ଅବଶ୍ୟ ପାଇବେ। ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଅଷ୍ଟମାଧିପତି ଚନ୍ଦ୍ର ଭାଗ୍ୟସ୍ଥାନରେ ରହି ଆପଣଙ୍କ ପ୍ରତ୍ୟେକ ଉଦ୍ୟମକୁ ସମସ୍ୟାବହୁଳ କରିପାରନ୍ତି। ଅନ୍ୟ ଗ୍ରହଙ୍କ ଶୁଭତ୍ୱରୁ ରାଜନୀତି, ସଭାସମିତି, ଆନୁଷ୍ଠାନିକ କାମରେ ସଫଳତା ପାଇବେ। ବ୍ୟବସାୟ, ସାହିତ୍ୟ, ଗବେଷଣାରୁ ପ୍ରଶଂସିତ ହେବେ। ଚତୁର୍ଥାଧିପ ଷଷ୍ଠସ୍ଥ ରୋଗପୀଡ଼ା, ଋଣ ଚିନ୍ତା ଓ କାର୍ଯ୍ୟହାନି ଜନିତ ଶୋକାକୁଳ ହୋଇପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ସବୁ ସମୟରେ ପାଖରେ ରହୁଥିବା କର୍ମଚାରୀଟିର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ସପ୍ତମାଧିପତିଙ୍କ ପ୍ରଭାବରେ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କର୍ମସ୍ଥ ଶୁକ୍ରଙ୍କ ସୁପ୍ରଭାବ ଯୋଗୁ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବା ସହ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜି ଦିନସାରା ବିଭିନ୍ନ ସମସ୍ୟାମୂଳକ କାମର ସମାଧାନ ଦିଗରେ ବ୍ୟସ୍ତ ରହିବେ। ସମ୍ପର୍କୀୟଙ୍କ ସହ ମିଶି କାମ ହାସଲ କରିବାର ଅବକାଶ ପାଇପାରନ୍ତି। ଆନୁଷ୍ଠାନିକ, ସାମାଜିକ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। କ୍ରମବର୍ଦ୍ଧମାନ ଆର୍ଥିକ ସ୍ଥିତି ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବାରେ ସାହାଯ୍ୟ କରିବ।
ମୀନମୀନ

ଭାଗ୍ୟସ୍ଥାନ ଗୁରୁଦୃଷ୍ଟିରୁ ଅପୂର୍ବ ଯୋଗର ସମନ୍ବୟ ପ୍ରତ୍ୟେକ କାମରେ ସିଦ୍ଧିଲାଭ କରାଇବାରେ ସାହାଯ୍ୟ କରିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ। ବନ୍ଧୁ ଈର୍ଷାନ୍ବିତ ହୋଇ ନିଜର ସୁବିଧା ହାସଲ କରିବା ସକାଶେ ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ପ୍ରାୟତଃ ମାନ୍ଦା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?