Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ
ସହକର୍ମୀଙ୍କ ସାହାଯ୍ୟ ପାଇ କାମକୁ ତ୍ୱରାନ୍ବିତ କରିବା ନିଷ୍ପତ୍ତି ନେବେ। ଅବହେଳାରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ ରପ୍ତାନି ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉପକୃତ ହେବେ। ଜନକଲ୍ୟାଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରି ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଆଜିିର ବ୍ୟୟବହୁଳ ଜୀବନଯାତ୍ରା ହେତୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‌ସନ ଦୂର ହେବ। କଳା ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ସାଧାରଣ କଥାକୁ କେନ୍ଦ୍ରକରି ବାଦବିବାଦଜନିତ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ ସ୍ଥାପନରେ ଆଶା ଅନୁଯାୟୀ ଫଳ ପାଇବେ। କର୍ମଦକ୍ଷତା ହେତୁ ଉପର ଅଧିକାରୀ ଆପଣଙ୍କ ପ୍ରଶଂସା କରିପାରନ୍ତି। ରାଜନୈତିକ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ
କର୍କଟ
ଯେତେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ। ଅଟକି ରହିଥିବା କାମ ସମ୍ପନ୍ନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ଅଂଶୀଦାରଙ୍କ ପରାମର୍ଶରେ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ। ପାରିବାରିକ କ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ସି˚ହ
ସି˚ହ
ଆପଣଙ୍କ ଉନ୍ନତିରେ ପଡ଼ୋଶୀ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଊଣା ନ ହେଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ଅଫିସରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବାର ଆଶା ରହିଛି। କ୍ରୀଡ଼ା, ସଙ୍ଗୀତ ଓ ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ଲାଗିରହିବ।
କନ୍ୟା
ଆନୁଷଙ୍ଗିକ ସାହାଯ୍ୟ ସହଯୋଗରୁ ଆଜିର କାମ ସାଧନ କରିପାରିବେ। ମିତ୍ରମାନେ ସୁପରାମର୍ଶ ନ ଦେଇ କିଛି ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇ ପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ପରୋକ୍ଷଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। ଆଜି ପ୍ରିୟ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିବ। ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କିତ କଥା ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ଦୃଢ଼ ପଦକ୍ଷେପ ନେଇ ବକେୟା ଅର୍ଥକୁ ହାସଲ କରିବାରେ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତିରେ ଅବନତି ଆସିପାରେ। ଆକସ୍ମିକ କେତେକ ସମସ୍ୟା ଦେଖାଦେବାରୁ ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବିବ୍ରତ ହୋଇପାରନ୍ତି।
ଧନୁ
ଧନୁ
ସକାଳୁ ସକାଳୁ ଜଣେ ବନ୍ଧୁ ଆସି କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ର ବିବାଦୀୟ ହେବାର ଆଶଙ୍କା ରହିଛି।
ମକର
ମକର
ଆଜି ଯାହା କିଛି କରିବେ ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇ ପାରେ। ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ଅବଶ୍ୟ ଆପଣ ମୁହଁ ଖୋଲିଲେ ପାଖ ପଡ଼ୋଶୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କୁମ୍ଭ
କୁମ୍ଭ
ମନୋବଳ ବୃଦ୍ଧି କାରଣରୁ କର୍ମକ୍ଷେତ୍ରରେ ଅଗ୍ରଗାମୀ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ହେବ। ପରିବାର ଭିତରେ ବସନ ଭୂଷଣ ପ୍ରଭୃତି କ୍ରୟ କରିବା ନେଇ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ସହ ପାରସ୍ପରିକ ଅସହଯୋଗ କେତେକ ସାଧାରଣ ସମସ୍ୟା ସୃଷ୍ଟି କରିବାର ସୂଚନା ରହିଛି।
ମୀନମୀନ

ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ହାତକୁ ନେଇଥିବା କାମ ଅଟକି ରହିବ ନାହିଁ। କର୍ମକ୍ଷେତ୍ରର କେତେକ ଫାଇଲ୍‌ କାମ ସକାଶେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆନୁଷ୍ଠାନିକ କିମ୍ବା ସାମାଜିକ କାମରେ ଖଟଣି ବଢ଼ିଯିବ। ବ୍ୟବସାୟ, ପରିବହନ ଓ ଯାତ୍ରାରେ ସୁଫଳ ପାଇବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଭାଗ୍ୟ ସ୍ଥାନରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଧର୍ମକାର୍ଯ୍ୟର ଆଲୋଚନା ପ୍ରୀତିପଦ ରହିବ। ପାରିବାରିକ ଅବ୍ୟବସ୍ଥା ଦୂରେଇଯିବା ସହ ବନ୍ଧୁମିଳନର ଆୟୋଜନ କରିବେ। ଶାରୀରିକ...

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆମତ୍ୀୟଙ୍କ ସହ ଆଜିର ଯାତ୍ରା, କର୍ମାରମ୍ଭ ସାଙ୍ଗକୁ ବନ୍ଧୁମିଳନ ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ହାତ ପାହାନ୍ତାକୁ ସୁବିଧା ସୁଯୋଗ ଆସି ଜୁଟିଯିବ। ପ୍ରତ୍ୟେକ...

ରାଶିଫଳ: ସୋମବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନସ୍ଥ ନୀଚ୍ଚସ୍ଥ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟାଇବାକୁ ପଡ଼ିପାରେ। ଦୂରଯାତ୍ରା, ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ...

ରାଶିଫଳ: ରବିବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରର କୋଣ ସ୍ଥାନରେ ରାଶ୍ୟାଧିପ ଅବସ୍ଥାନ କରି ଉନ୍ନତ ମାନସିକତା ପ୍ରଦାନ କରିବେ। ପାରିବାରିକ ପରିବେଶ ହର୍ଷଣମୁଖର ରହିବା ସହ ଅର୍ଥଲାଭ ଓ...

ରାଶିଫଳ: ଶନିବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ଆପଣଙ୍କୁ ନିରୁତ୍ସାହିତ କରିପାରେ। ପ୍ରତ୍ୟେକ କାମରେ ବିଳମ୍ବତା ଜନିତ ମନସ୍ତାପ କରିପାରନ୍ତି। ତଥାପି ଦ୍ୱିଜା ନକ୍ଷତ୍ର ପାରିପାର୍ଶ୍ୱିକ...

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୪ ତାରିଖ – Daily Horoscope

ମେଷ ବାଣୀକାରକ ବୁଧ ପାପଗ୍ରହ ପ୍ରଭାବରେ ଆପଣଙ୍କ ଆଜିର ଭୁଲ୍‌ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ତଥାପି ସକାଳ...

ରାଶିଫଳ: ଗୁରୁବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଆଜି ଧନାଧିପ ସପ୍ତମସ୍ଥ ଯୋଗୁ ଅର୍ଥ, ସମ୍ମାନ ସହ କର୍ମକ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଆନୁଷ୍ଠାନିକ...

ରାଶିଫଳ: ବୁଧବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ କିନ୍ତୁ ମାନସିକ ସ୍ତରରେ ବ୍ୟସ୍ତତା ଲାଗିରହିବ। ଈର୍ଷା ପରାୟଣ ବ୍ୟକ୍ତି ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri