Posted inRasifala

ରାଶିଫଳ: ଶନିବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ
ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ପ୍ରଭାବରେ ପୂଜାପାର୍ବଣରେ ସତ୍‌ସଙ୍ଗ ଓ ଈଶ୍ୱରୀୟ ଅନୁଚିନ୍ତା ଜାଗ୍ରତ ହେବ। ଜଣେ ବନ୍ଧୁ ଘରକୁ ଆସିବେ ଏବଂ ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେବେ। ବିଶେଷ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେବ। ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ ନେଇପାରନ୍ତି।
ବୃଷ
ବୃଷ
ସ୍ବାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ ଅଟକିଥିବା କାମକୁ ନେଇ ମନ ବିଚଳିତ ରହିପାରେ। ଆଜି ସକାଳୁ ଦେଖା କରିବାକୁ କହିଥିବା ବ୍ୟକ୍ତିଟି ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ବ୍ୟସ୍ତତାର ଗୁରୁତ୍ୱ ହୃଦୟଙ୍ଗମ ପୂର୍ବକ ବନ୍ଧୁଙ୍କ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ।
ମିଥୁନ
ମିଥୁନ
କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ମନ ଭିତରର ଗୋପନ କଥାକୁ ବନ୍ଧୁଙ୍କ ନିକଟରେ ପ୍ରକାଶ କରିପାରିବେ ନାହିଁ। ପରିବାରରେ ବୃଥା ସନ୍ଦେହ କରି ଅନ୍ୟମାନଙ୍କ ବିରାଗଭାଜନ ହେବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ଅଶାନ୍ତ ରହିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ର, ଯାତ୍ରା, ଭ୍ରମଣ, କଳା, ସାହିତ୍ୟରୁ ପ୍ରଶିଂତ ହୋଇପାରନ୍ତି।
କର୍କଟ
କର୍କଟ
ବୁଧଙ୍କ ପ୍ରଭାବରେ ଅପ୍ରିୟ ସତ୍ୟ ଭାଷଣଜନିତ ସାମାନ୍ୟ କଥାରେ ମତଭେଦ ଘଟିପାରେ। କୌଣସି ହିତୈଷୀଙ୍କ ଦ୍ୱରା ମାନସିକ ଅବସାଦ ଦୂର ହେବ। ବାଣିଜ୍ୟ, ବ୍ୟବସାୟରେ, ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀ ଏବଂ ପଡ଼ୋଶୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ସି˚ହ
ସି˚ହ
ସୁଯୋଗର ସଦ୍‌ ବ୍ୟବହାର ସାଙ୍ଗକୁ ଅନୁକୂଳ ଗ୍ରହ ପ୍ରଭାବରେ ପ୍ରତିଷ୍ଠିତ ହେବେ। ଅଂଶୀଦାରଙ୍କ ପରାମର୍ଶ କ୍ରମେ ବ୍ୟବସାୟକୁ ନେଇ ଦୂରଯାତ୍ରା କରିବାକୁ ପଡ଼ିବ। ସମସ୍ୟାର ସରଳ ସମାଧାନ କରି ଆଶ୍ୱସ୍ତି ଅନୁଭବ କରିବେ। ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି।
କନ୍ୟା
ଷଷ୍ଠାଧିପଙ୍କ କୁପ୍ରଭାବଜନିତ ପ୍ରାପ୍ୟ ହାସଲରେ ବାଧା ଉପୁଜିବ। ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆଜିର ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ସଭାସମିତିରେ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
କୋଣଭାବର ଅଶୁଭତ୍ୱ କାରଣରୁ ଆଜିହିଁ ଶେଷ କରିବାକୁ ଚିନ୍ତା କରିଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଭଲ ରହିବନି। କୌଣସି ମୂଲ୍ୟବାନ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିରୁ ଝଗଡ଼ା ଲାଗିପାରେ।
ବିଛା
ବିଛା
ଦୁଃସ୍ଥାନସ୍ଥ ରାଶ୍ୟାଧିପ କାରଣରୁ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟିହେବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନଟା କାହିଁକି କେମିତି କେମିତି ଲାଗିପାରେ। ସଭାସମିତିରେ ଛୋଟ ଘଟଣାକୁ ଗୁରୁତ୍ୱ ଦେଲେ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି।
ଧନୁ
ଧନୁ
ତୃତୀୟାଧିପଙ୍କ ସୁପ୍ରଭାବରେ ନିଜ ଲୋକ ଶତ୍ରୁତା କଲେ ମଧ୍ୟ ବନ୍ଧୁ ତାହା ଦୂରେଇ ନେବେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ତରରେ ଅସ୍ଥିରତା ଅନୁଭବ କରିବେ। ପ୍ରତିକୂଳ ସମୟ ଚାଲିଥିବାରୁ ପରିସ୍ଥିତିବଶତଃ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଜି ସାହିତ୍ୟ, ସାମ୍ବାଦିକତାରେ ଅଗ୍ରଗତି ଘଟିବ।
ମକର
ମକର
ଚତୁର୍ଥାଧିପଙ୍କ ଅଶୁଭତ୍ୱ କାରଣରୁ ପାରିବାରିକ ସମସ୍ୟାରେ ଦୁଶ୍ଚିନ୍ତାଯୁକ୍ତ ହେବେ। ଆନୁଷ୍ଠାନିକ ଉତ୍ସବରେ ସାମିଲ ହୋଇ ଆନନ୍ଦ ଅନୁଭବ କରିବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ କାମଗୁଡ଼ିକ ସମ୍ପନ୍ନ ହେବ। ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି କରିବେ।
କୁମ୍ଭ
କୁମ୍ଭ
ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରି ପ୍ରଶଂସିତ ହେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରେଇଯିବ ଓ ଲାଭବାନ ଅବଶ୍ୟ ହେବେ। କୌଣସି ବନ୍ଧୁଙ୍କ ସହାୟତାରେ ପ୍ରିୟ ବନ୍ଧୁଟି ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ

ଗୁରୁଙ୍କ ସୁପ୍ରଭାବ ସାମାନ୍ୟ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ସୁରୁଖୁରୁରେ କଟିବ। ଆଜିର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ଜମିଜମା କାରବାର, ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri