Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ
ସକାଳୁ ପାରିବାରିକ କଥାକୁ କେନ୍ଦ୍ରକରି ମନରେ ଅସ୍ଥିରତା ସୃଷ୍ଟିହେବ। କିନ୍ତୁ ସଭାସମିତି ଓ ସଂଗଠନ, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରଶାସନିକ କିମ୍ବା ରାଜନୈତିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟ, ମନୋରଞ୍ଜନ, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ନିର୍ଭର କରି କାମକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ଦୀର୍ଘମିଆଦୀ ଯୋଜନା ସକାଶେ ପୁଞ୍ଜିଲଗାଣ ନିମନ୍ତେ ଅର୍ଥ ଆବଶ୍ୟକ ହୋଇପାରେ। ପାରିବାରିକ କ୍ଷେତ୍ରରେ ଚାପ ବୃଦ୍ଧି ପାଇବାରୁ ମାନସିକ ସୁସ୍ଥତା ରହିବ ନାହିଁ। ବ୍ୟବସାୟ, ପରିବହନ, କର୍ମାରମ୍ଭ, ଅର୍ଥ ସମ୍ପର୍କ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ପାଇଲା ଭଳି କଥା କହି କାମ ହାସଲ କରିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ଲାଗି ବିବାଦରେ ବିଜୟୀ ହେବେ। ଦୀର୍ଘଦିନରୁ ରହିଆସିଥିବା ରୋଗପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି। ମୂଲ୍ୟବାନ ଜିନିଷ, ଘରୋଇ ଉପକରଣ, ନୂତନ ପୋଷାକ ପରିଚ୍ଛଦ ଆଜି କିଣିବା ସକାଶେ ମନ ବଳାଇପାରନ୍ତି।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ପଡ଼ୋଶୀ କିମ୍ବା ପରିବାର ଲୋକ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାର ବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ସ୍ବାସ୍ଥ୍ୟ, ଶିକ୍ଷା, କଳା, ସାହିତ୍ୟ ଓ ସଭାସମିତିରେ ସମସ୍ୟା ସମାଧାନ ହେବ। ଆଜିର କାମଗୁଡିକୁ ଶେଷ କରିବାରେ ସଫଳତା ହାସଲ କରିପାରିବେ।
ସି˚ହ
ସି˚ହ
ସବୁ କାମ ସମସ୍ୟାବହୁଳ ହୋଇପଡୁଥିବାରୁ ମନରୁ ସରସତା ଉଭେଇଯିବ। ବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ପାଇବାର ହକ୍‌ ଥିଲେ ସୁଧା ଅନ୍ୟମାନଙ୍କ ଅବହେଳାରୁ ତାହା ନ ପାଇ ବ୍ୟସ୍ତତା ପ୍ରକାଶ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
କନ୍ୟା
ପ୍ରତ୍ୟେକ ସମସ୍ୟାମୂଳକ ପରିସ୍ଥିତିକୁ ସୁଧାରି ନେବେ କିନ୍ତୁ ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି। ବିତର୍କ ବୃଦ୍ଧି କାରଣରୁ ସଭାସମିତିରେ କିମ୍ବା ଆଲୋଚନା ପରିସରରେ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ହେବନାହିଁ। ଆର୍ଥିକ ସ୍ଥିତି ଭଲ ରହିବ। ହେଲେ ଖର୍ଚ୍ଚ ପରିମାଣ ବଢ଼ିଯିବ। ହୋଟେଲ, ଛୋଟ ଦୋକାନ ଓ ରେଷ୍ଟୁରାଣ୍ଟରୁ ଆଶାନୁରୂପ ଫଳ ମିଳିବ।
ତୁଳା
ତୁଳା
ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇ ପାରନ୍ତି। ଉଚ୍ଚ ପଦାଧିକାରୀଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ମିଳିବ। ପଡ଼ୋଶୀଙ୍କ ପରାମର୍ଶରେ ଘରର ପୂର୍ବ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସଫଳ ହେବେ।
ବିଛା
ବିଛା
ସତର୍କତା କିମ୍ବା ଅସାବଧାନତା କାରଣରୁ ଅକସ୍ମାତ୍‌ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ନିଜ ଚିନ୍ତାଧାରାର ଓଲଟା କାର୍ଯ୍ୟ ଦେଖି ପଡ଼ୋଶୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଯେଉଁ ଘଟଣା ସକାଶେ ଆଶଙ୍କା କରୁଛନ୍ତି ସେଥିରେ ଅସୁବିଧା ହେବ ନାହିଁ। ପ୍ରଶାସନ, ସଭାସମିତି କ୍ଷେତ୍ରରେ ଆଶାଜନକ ଫଳ ଲାଭ କରିବେ।
ଧନୁ
ଧନୁ
ଆଜି କେତେକ କ୍ଷେତ୍ରରେ ନିଜେ କିଛି ଭୁଲ୍‌ ନ କରି ମଧ୍ୟ ଦୋଷୀ ଭଳି ନୀରବ ରହିବାକୁ ବାଧ୍ୟ ହେବେ। କେତେକ ନୂତନ କାମର ଯୋଜନା ଓ ପରିକଳ୍ପନା କରି କାମକୁ ବଢାଇ ନେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିବେ। ସାହାଯ୍ୟ ସକାଶେ ଅନୁରୋଧ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ ନିୟୋଜିତ ରହିବେ।
ମକର
ମକର
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସୌହାଦ୍ଦ୍ୟରୁ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। କର୍ମକ୍ଷେତ୍ରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ବନ୍ଧୁ ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବା ସହ ଆର୍ଥିକ ଉନ୍ନତିରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧୁରି ଯିବାରୁ ସାମୟିକ ଅସ୍ଥିରତା ଦୂରହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ବୃଥା ସନ୍ଦେହ କରି ପାଇବାକୁଥିବା ସୁବିଧା ସୁଯୋଗକୁ ହରାଇପାରନ୍ତି। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତର ଦେଇ ରହିବ। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ଚିନ୍ତିତ ରହିପାରନ୍ତି ।
ମୀନମୀନ

ଘର ଭିତରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସୂଚନା ମଧ୍ୟ ରହିଛି। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି। ଋଣ ପରିଶୋଧ କରିବା ସକାଶେ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡ଼ିବ। ପରିଜନଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସୁଧାରିବାରେ କେତେକାଂଶରେ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?