Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ
ଆଜି ଲାଭଭାବରେ ଶନିଙ୍କ ସହ ଚନ୍ଦ୍ରଙ୍କ ସ୍ଥିତି ହେତୁ ଯେଉଁ କାମରେ ହାତଦେବେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ସମସ୍ୟା ଆଶଙ୍କା ରହିଛି। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, କ୍ରୟବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ। ସାହିତ୍ୟ, ସଙ୍ଗୀତ ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାରୁ ମନସ୍ତାପ କରିବେ। ସ୍ବାସ୍ଥ୍ୟହାନି ସମସ୍ୟା ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ। ପାରିବାରିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ନିଷ୍ପତ୍ତି ନେବାକୁ ପଡ଼ିପାରେ। କଚେରି ମାମଲା,ଜମିଜମା ବିବାଦ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଅବଶ୍ୟ ପାଇପାରିବେ।
ମିଥୁନ
ମିଥୁନ
ପାପଯୁକ୍ତ ବୁଧ ବାଧକାଧିପତି ଦୃଷ୍ଟ ହେତୁ ସ୍ବାସ୍ଥ୍ୟହାନି ଓ ବନ୍ଧୁଙ୍କ ସହ କଳହର କାରଣ ହୋଇପାରେ। ମନମାନି କାମ କରିବା ହେତୁ ପରିବାରରୁ ସମାଲୋଚିତ ହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧା ଭୋଗିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣକରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ଆଜି ଅଷ୍ଟମ ଚନ୍ଦ୍ରଜନିତ କର୍ମକ୍ଷେତ୍ରରେ ମତଭେଦ କାରଣରୁ କାର୍ଯ୍ୟହାନି ସାଙ୍ଗକୁ ଟେନ୍‌ସନ ଲାଗିରହିବ। ବନ୍ଧୁଙ୍କ ସାହାଯ୍ୟ ନେଇ ବିଭିନ୍ନ ଯୋଜନା କରିବାରେ ମନ ଦେଇପାରନ୍ତି। ସଭାସମିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ଯାତ୍ରା କାଳରେ ଅଜଣା ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧହେବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମାନସିକ ଉଦ୍‌ବିଗ୍ନ ବୃଦ୍ଧିପାଇବ। ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟ ଓ ପରିବହନରେ ହଠାତ୍‌ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇପାରେ।
କନ୍ୟା
ଭାଗ୍ୟସ୍ଥ ବୃହସ୍ପତିଙ୍କ ପ୍ରଭାବରୁ ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦର ଅନୁଭବ କରିବେ। ସ୍ଥଗିତ କାମ ବନ୍ଧୁଙ୍କ ସହଯୋଗରୁ ସମ୍ପନ୍ନହେବାରୁ ଉସତ୍ାହିତ ହେବେ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବାକୁ ଇଚ୍ଛାକରି ସମାଲୋଚିତ ହେବେ। ପରକଥାରେ ଭୁଲ୍‌ ମାର୍ଗ ଅନୁସରଣକରି ଅନୁତାପ କରିବାକୁ ପଡ଼ିପାରେ।
ତୁଳା
ତୁଳା
ପୂର୍ବର ସ୍ଥିତି ବଦଳିଯାଇଥିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି। ଦୀର୍ଘଦିନର ପ୍ରତୀକ୍ଷା ପରେ ଅଭିଳଷିତ ଜିନିଷ ପାଇବା କାରଣରୁ ମାନସିକ ସ୍ଥିତି ଭଲ ରହିବ। ପାରିବାରିକ କ୍ଷେତ୍ର, ପରିବହନ, ଆନୁଷ୍ଠାନିକ କାମରେ ସଫଳତା ପାଇବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବା ସୂଚନା ରହିଛି। ଯେତେ ଚେଷ୍ଟାକଲେ ମଧ୍ୟ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିପାରିବେ ନାହିଁ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ସହ ପାରିବାରିକ, ସାମାଜିକ ଏବଂ ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା, ପରିବହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ପରିବାରରେ କଳହ ଦେଖାଦେବ। ସାଙ୍ଗଠନିକ କାର୍ଯ୍ୟକ୍ରମ ଏବଂ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେବା କାରଣରୁ ମନ ବିଚଳିତ ରହିବ। ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଆର୍ଥିକ ସଙ୍କଟ ଲାଗି ରହିଥିବାରୁ କେତେକ କାମ ଅଧୁରା ରହିଯାଇପାରେ। ବନ୍ଧୁ ପରିଜନଙ୍କ ସହ ସକାଳୁଆ ଯାତ୍ରାରେ ଲକ୍ଷ୍ୟ ହାସଲ କରିପାରିବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହସ୍ଥ ହେତୁ ସହଜ ଓ ସୁବିଧାରେ ଆଜିର କାମଗୁଡ଼ିକ ସମ୍ପନ୍ନ ହୋଇଯିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବା ଆଶଙ୍କା ରହିଛି।
ମୀନମୀନ

ଆଜି ଶାରୀରିକ ସୁସ୍ଥତା, ନୂତନ ଯୋଜନାରମ୍ଭ, ମୂଲ୍ୟବାନ୍‌ ଜିନିଷ କ୍ରୟ କରିବାଜନିତ ମନ ଖୁସି ରହିବ। ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣାଜନିତ ପରିବେଶ ସରଗରମ ରହିପାରେ। ବ୍ୟବସାୟିକ ପ୍ରଗତି ଓ କର୍ମକ୍ଷେତ୍ରରେ ଅଗ୍ରଗତି ହେତୁ ସାମୟିକ ଆଶ୍ୱସ୍ତି ଲାଭକରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?