Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ
ଶୁକ୍ରଙ୍କ ଦୁର୍ବଳତା କାରଣରୁ ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି। କିନ୍ତୁ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ପରିବହନ ତଥା ବ୍ୟବସାୟିକ ସ୍ଥିତି ଭଲ ରହିବ। ବୁଧ ସହ ଶୁକ୍ର ସମ୍ପର୍କଜନିତ ସହକର୍ମୀ ବନେଇ ଚୁନେଇ କଥା କହି କାମ ହାସଲ କରିବେ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଆଶଙ୍କା କାରଣରୁ ସାଧାରଣ କଥାରେ ଛାତି ଧଡ୍‌ଧଡ୍‌ ହୋଇପାରେ।
ବୃଷ
ବୃଷ
ଆକସ୍ମିକ ଭାବରେ ପୁରାତନ ରୋଗୀମାନେ ପୀଡ଼ା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ତଥା ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମିଥୁନ
ମିଥୁନ
ବଳବାନ୍‌ ବୁଧ ପ୍ରଭାବରୁ ବାଧାବିଘ୍ନ ଓ ପ୍ରତିବନ୍ଧକ ଆସିଲେ ମଧ୍ୟ ଆଜି ହିଁ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରି ନ ପାରି ବ୍ୟଥିତ ହୋଇପାରନ୍ତି। କଚେରି ମାମଲାରେ ବିଚାର ବିଳମ୍ବିତ ହେବାରୁ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଜାଗ୍ରତ ହେବ। ଯୋଗାଯୋଗ, ସଭାସମିତି, ସାହିତ୍ୟ ଚର୍ଚ୍ଚାରୁ ଆନନ୍ଦ ପାଇବେ।
କର୍କଟ
କର୍କଟ
କୌଣସି କଥାକୁ କେନ୍ଦ୍ରକରି ପରିବାରରେ ସରସତା ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ଥିତିର ପ୍ରତିକୂଳତା ଅନୁଭବ କରିପାରନ୍ତି। ଆବଶ୍ୟକତା ଅନୁଭବ କରି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ବିବାଦର ଅବସାନ ଘଟିବ।
ସି˚ହ
ସି˚ହ
ଧନସ୍ଥାନସ୍ଥ କେତୁଜନିତ ଟଙ୍କା ପଇସା ଯୋଗାଡ କରିବା ପାଇଁ ଫନ୍ଦିଫିକର କରିବେ। ଫାଇଲ୍‌ପତ୍ର କିମ୍ବା ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ। ବନ୍ଧୁଙ୍କ କଥାକୁ ବିଶ୍ୱାସ କରି ନୂତନ କାର୍ଯ୍ୟରେ ହାତ ଦେବେ। ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ସମସ୍ୟା ସୁଧାରିବା ଲାଗି କିଛି କରିବାକୁ ପଡ଼ିପାରେ।
କନ୍ୟା
ନବମସ୍ଥ ଗୁରୁ ହେତୁ ପାରିବାରିକ କ୍ଷେତ୍ର ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟ ସକାଶେ ସୁଫଳ ଦେଇନପାରେ। ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ। ଈର୍ଷାପରାୟଣ ହୋଇ ଆମତ୍ୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଏବଂ ପ୍ରତିଯୋଗିତା, ଯାତ୍ରା ପ୍ରଭୃତିରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ଧନସ୍ଥାନକୁ ଧନାଧିପଙ୍କ ପ୍ରତ୍ୟକ୍ଷଦୃଷ୍ଟି ହେତୁ ଆର୍ଥିକସ୍ଥିତି ବଦଳିଯିବା ଆଶା କରାଯାଇପାରେ। ଚାକିରି ସମସ୍ୟା ନେଇ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବ କିନ୍ତୁ ପାରିବାରିକ କ୍ଷେତ୍ରରେ ଭଲକାମ କଲେ ସୁଦ୍ଧା ଆଦର ପାଇପାରିବେ ନାହିଁ।
ବିଛା
ବିଛା
ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଅପୂରଣୀୟ ଅଭିଳାଷ ମନକୁ ବାରମ୍ବାର ଆଲୋଡିତ କରିବ। ଶନି ପ୍ରଭାବରେ ଅଧିକାଂଶ କାମରେ ପାରିବାରିକ ପ୍ରତିରୋଧ ମଧ୍ୟ କାମକୁ ବିଶୃଙ୍ଖଳିତ କରିପାରେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ। ଘରମାଲିକ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ମାନସିକ ସୁସ୍ଥତା, ଶରୀର ଆରୋଗ୍ୟ, କର୍ମାରମ୍ଭ ଓ ପାରିବାରିକ ସୁଖସୌହାର୍ଦ୍ଦ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଉନ୍ନତି ସାଙ୍ଗକୁ ବ୍ୟବସାୟରେ ପୁଞ୍ଜିଲଗାଣ ମନ୍ଦ ହେବନାହିଁ। ଶୁକ୍ରଙ୍କ ଶୁଭଫଳସ୍ବରୂପ ଧାତୁ, ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବେ। କଳା, ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ହେବ।
ମକର
ମକର
ସପ୍ତମାଧିପତି କର୍ମଭାବରେ ଥିବାରୁ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ସହିତ କଳା, ସାହିତ୍ୟରେ ଉନ୍ନତି ଓ ପ୍ରଶଂସିତ ହେବେ। ଟିକିଏ ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହିବା ଦ୍ୱାରା ସମସ୍ୟା ଆସିପାରେ। ଆନୁଷ୍ଠାନିକ କିମ୍ବା ଧର୍ମ ସମ୍ବନ୍ଧୀୟ କାମରେ ମୁଖ୍ୟଭୂମିକା ଗ୍ରହଣ କରିପାରନ୍ତି।
କୁମ୍ଭ
କୁମ୍ଭ
ଶନି ଓ ମଙ୍ଗଳଙ୍କ ପ୍ରଭାବରେ ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କାମ ଅଟକିବ ନାହିଁ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ। ଦୀର୍ଘ ଦିନ ହେଲା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ଆଶା ରହିଛି। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିବ।
ମୀନମୀନ

ଧନାଧିପ ରାଶ୍ୟାଧିପତି ଯୁକ୍ତ ହେତୁ ଆର୍ଥିକ ଉନ୍ନତି ସାଙ୍ଗକୁ ପାରିବାରିକ ସଦ୍‌ଭାବରୁ ଖୁସି ରହିବେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ଆନୁଷ୍ଠାନିକ କାମରେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଆଜି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?