Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୯ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହଯୁକ୍ତ ହେତୁ ଶଙ୍କାକୁଳ ମନରେ କାମ କରିବେ। ସମ୍ପର୍କୀୟଙ୍କ ଅନାଦରଭାବ ମନକୁ ବ୍ୟଥିତ କରିବ। କିନ୍ତୁ କର୍ମାଧିପ ଲାଭ ସ୍ଥାନସ୍ଥ ଯୋଗୁଁ ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ବାଧାପ୍ରାପ୍ତ ହେବ ନାହିଁ। ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ, କିନ୍ତୁ ଅର୍ଥ ସଂକଟ ଦେଖାଦେବ।
ବୃଷ
ବୃଷ
ଚନ୍ଦ୍ରଯୁକ୍ତ କେତୁ ହେତୁ ମାନସିକ ସ୍ଥିତି ଆଦୌ ଭଲ ରହିବ ନାହିଁ। ଏକାଧିକ କାମରେ ମୁଣ୍ଡ ପୂରାଇ କୌଣସି କାମକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଅବଶ୍ୟ ବିଭିନ୍ନ ପ୍ରକାରର ଘରୋଇ ଝାମେଲାକୁ ସୁଧାରି ନେବାରେ ସମର୍ଥ ହେବେ। ଦୂରସ୍ଥ ସନ୍ତାନ କିମ୍ବା ଆମତ୍ୀୟମାନଙ୍କ ସକାଶେ ମନ ବିଚଳିତ ରହିବ।
ମିଥୁନ
ମିଥୁନ
ତୃତୀୟାଧିପ ଦ୍ୱିତୀୟସ୍ଥ ଯୋଗୁ ସମ୍ପର୍କୀୟଙ୍କ ସାହାଯ୍ୟରେ ଅଟକି ରହିଥିବା କାମ ସମ୍ପନ୍ନ କରିପାରିବେ। ଶନିଙ୍କ ଦୃଷ୍ଟିରେ ବୁଧ ଥିବାରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ ହିତୈଷୀଙ୍କ ପରାମର୍ଶ ନେବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ।
କର୍କଟ
କର୍କଟ
ରବିଙ୍କ ପ୍ରଭାବରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି। ମାନସିକ ସ୍ଥିତି କେତେକାଂଶରେ ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ବହୁପୂର୍ବରୁ ପାଇବାକୁ ଥିବା ଅର୍ଥ ଆଜି ଅପରାହ୍ନରେ ପାଇପାରିବେ।
ସି˚ହ
ସି˚ହ
କର୍ମଭାବସ୍ଥ ମଙ୍ଗଳଙ୍କ ଯୋଗୁ ପାରିବାରିକ ପରିସ୍ଥିତି ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। ଆର୍ଥିକ ଅନଟନରେ ଅଣନିଃଶ୍ୱାସୀ ହୋଇ ଶେଷରେ ବନ୍ଧୁଙ୍କ ନିକଟରୁ କିଛି ପାଇବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ମିଳିବ। ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇ ପାରନ୍ତି।
କନ୍ୟା
ପାପଗ୍ରସ୍ତ ଚନ୍ଦ୍ରଜନିତ ସକାଳୁ କୌଣସି ଅଶୁଭ ଖବର ପାଇ ମନ ବିଚଳିତ ହେବ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ବାଧ୍ୟ ହୋଇପାରନ୍ତି। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ପରିସ୍ଥିତିରେ ପଡ଼ି ନିଜକୁ ସଂକୁଚିତ କରି ରଖିବାକୁ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
ବୁଧଯୁକ୍ତ ଶୁକ୍ର ଏକାଦଶସ୍ଥ ଯୋଗୁ ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭଲ ସମ୍ପର୍କ ନ ଥିବା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିରୁ ଦୀର୍ଘଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ସାହିତ୍ୟ, ସାମ୍ବାଦିକତା, ରାଜନୀତି, କ୍ରୀଡ଼ାରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ। ଖୋଜୁଥିବା ଜିନିଷଟି ସୁବିଧାରେ ପାଇଯିବେ।
ଧନୁ
ଧନୁ
ଶନି ଦୃଷ୍ଟ ଭାଗ୍ୟସ୍ଥାନଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କାମର ଚାପ ବୃଦ୍ଧି ପାଉଥିବାରୁ ଅତ୍ୟାବଶ୍ୟକ କାମଟିକୁ ଆସନ୍ତାକାଲି ପାଇଁ ରଖିବେ। ଯାନବାହନ ଚଳାଚଳରେ ସତର୍କ ରହିବା ଭଲ। ଉଚ୍ଚବାଚ ଘଟିଲେ ମଧ୍ୟ ବାକେୟା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ପାପଗ୍ରହଯୁକ୍ତ ସପ୍ତମାଧିପ ଯୋଗୁ ପାରିବାରିକ କ୍ଷେତ୍ରରେ ମନରେ ସରସତା ରହିବ ନାହିଁ। ବନ୍ଧୁ ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି। ରପତ୍ାନି,ଏଜେନ୍ସି, ଆନୁଷ୍ଠାନିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସପ୍ତମସ୍ଥ ଗ୍ରହ ପ୍ରଭାବରେ ଆଜିର ଯାତ୍ରା ସଫଳ ହେବ ଓ ଯାହା ଚାହୁଁଛନ୍ତି ତାହା ପାଇବେ। ଜଣେ ବନ୍ଧୁ ସମସ୍ୟା ସମାଧାନ ସକାଶେ ଆପଣଙ୍କୁ ନେହୁରା ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ ନତୁବା ସମସ୍ୟାଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।
ମୀନମୀନ

ଗୁରୁମଙ୍ଗୁଳି ଯୋଗ ପ୍ରଭାବରେ ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ଦୀର୍ଘଦିନରୁ ପାଇନଥିବା ବକେୟା ଅର୍ଥ ପାଇବାରେ କୌଣସି ଅସୁବିଧା ହେବନାହିଁ। ପରିସ୍ଥିତିବଶତଃ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭାସମିତରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri