Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ଆଜି ଦୀର୍ଘଦିନର ଆଶା ପୂରଣ ସକାଶେ ବିଭିନ୍ନ ଉପାୟ ଅବଲମ୍ବନ କରି ସଫଳ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରର ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରଶାସନିକ ସ୍ଥିତି, ରାଜନୈତିକ ପରିସ୍ଥିତି ଗମ୍ଭୀର ରହିପାରେ।
ବୃଷ
ବୃଷ
ନିଜ ଲୋକଙ୍କ ସହ ବକେୟା ଅର୍ଥ ସମ୍ପର୍କକୁ କେନ୍ଦ୍ରକରି କଳହର ସମ୍ମୁଖୀନ ହୋଇପାରନ୍ତି। ଆକସ୍ମିକ ଜଣେ ଅପରିଚିତ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ, ଯାହାକି ଆପଣ କେବେ ମଧ୍ୟ କଳ୍ପନା କରି ନ ଥିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜିର ଯାତ୍ରାରେ ବିଳମ୍ବ ଘଟିପାରେ। ନିର୍ମାଣାଧୀନ କାମରେ ବିଳମ୍ବଜନିତ ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି।
ମିଥୁନ
ମିଥୁନ
ଆର୍ଥିକ ଉନ୍ନତି, ଶିକ୍ଷାରେ ସଫଳତା, ସମ୍ପର୍କରେ ନିବିଡତା, ସନ୍ତାନଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ସାମାଜିକ ସ୍ତରରେ ଧ୍ୟୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରି ସଫଳତା ପାଇପାରିବେ। ଖଳ ଲୋକମାନଙ୍କ କଥାରେ ମୁଣ୍ଡ ପୂରାନ୍ତୁ ନାହଁି।
କର୍କଟ
କର୍କଟ
ସାମଗ୍ରିକ ସୁଖସନ୍ତୋଷ, ଅର୍ଥସମ୍ମାନ ଓ ସୌଭାଗ୍ୟଲାଭରୁ ମନ ଖୁସି ରହିବ। ବିବାଦୀୟ ପରିସ୍ଥିତିରେ ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ପାଇପାରନ୍ତି। ପ୍ରଶାସନ, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। କିନ୍ତୁ ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବା କାରଣରୁ ସାମାନ୍ୟ ମନ ହାଲୁକା ହୋଇଯିବ। ସଭାସମିତିରେ ପରିହାସ ଯୁକ୍ତ କଥା ସମସ୍ୟା ସୃଷ୍ଟି କରିପାରେ। ନିଜର ସମୟୋପଯୋଗୀ ପଦକ୍ଷେପ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କର ବିଶେଷ କିଛି କ୍ଷତି ହେବ ନାହିଁ।
କନ୍ୟା
ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ପୂର୍ଣ୍ଣାଙ୍ଗ ହୋଇପାରିବ। ନିଜ ପରିସରରେ ସାଧାରଣ ଖେଳରୁ କଳହର ସମ୍ଭାବନା ରହିଛି। ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ, ଏଣୁ ସତର୍କତାର ସହ କାମ କରିବା ଭଲ ହେବ। ସାୟାହ୍ନେ କୈାଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି।
ତୁଳା
ତୁଳା
ମନ ଭିତରେ ଥିବା କେତେକ ଅକୁହା କଥା କଳ୍ପନା ମାଧ୍ୟମରେ ସୁଖାନୁଭୂତି ଆଣିବ। ଶେଷ ସମୟରେ ବୃଥା ସନ୍ଦେହଜନିତ ବନ୍ଧୁ ଆପଣଙ୍କ ନିକଟରୁ ଦୂରେଇ ରହିପାରନ୍ତି। ନିଜ ଚତୁଃପାର୍ଶ୍ୱସ୍ଥ ବ୍ୟକ୍ତିବିଶେଷ ଆପଣଙ୍କ ସାହାଯ୍ୟ ଓ ଅନୁକମ୍ପା ପ୍ରାର୍ଥୀ ହେବାର ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ବିଛା
ବିଛା
ଆଜି ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା, ମାଲିମକଦ୍ଦମା କ୍ଷେତ୍ରରେ ଶୁଭଫଳ ପାଇବେ। ଅନୁରାଧା ନକ୍ଷତ୍ରର ଅପୂରଣୀୟ ଆଶା ଓ କାମନା ମନକୁ ବିଚଳିତ କରିପାରେ। ଅନ୍ୟକୁ ନିଜ ସହ ତୁଳନାକରି କିମ୍ବା ନିଜର କେତେକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ। ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବାରୁ ସାମୟିକ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ନିଜ ଲୋକଙ୍କଠାରୁ ଯେତିକି ଦୂରେଇ ରହିବେ ସମଅନୁପାତରେ ବାହାର ଲୋକଙ୍କ ସହ ସେତିକି ମିତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଅସୂୟାଭାବ ପୂର୍ବକ ଯେସାକୁ ତେସା ନୀତିରେ କାମ କଲେ ସମାଲୋଚିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ମକର
ମକର
ଆଜି ଦିନଟିରେ ସାହାଯ୍ୟ,ସହଯୋଗ ଲାଭକରି ଅଭିଳଷିତ କାମକୁ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ସମ୍ଭାବନା ରହିଛି। ଘର ଲୋକମାନଙ୍କ ଅନୁରୋଧରେ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। ଆର୍ଥିକ ସ୍ଥିତି ସନ୍ତୋଷଜନକ ନ ରହିଲେ ମଧ୍ୟ ହାତ ଖାଲି ରହିବ ନାହିଁ।
କୁମ୍ଭ
କୁମ୍ଭ
ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ, ଅବଶ୍ୟ ସମାଧାନର ରାସ୍ତା ମଧ୍ୟ ଖୋଜି ପାଇପାରିବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ପ୍ରଶାସନିକ ସ୍ତରରେ ସଫଳତା ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ର ମନାନ୍ତର ଓ ମତାନ୍ତର ହେତୁ ନିରସ ରହିପାରେ।
ମୀନମୀନ

ନିଜେ ଭଲ ତ ଦୁନିଆ ଭଲ ନୀତି ଆପଣେଇବା କାରଣରୁ ସମାଲୋଚିତ ହେବାକୁ ପଡିବ। ବନ୍ଧୁଙ୍କ ଅନୁରୋଧରେ ସକାଳୁ ସକାଳୁ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଜାଣିଶୁଣି କେତେକ ବ୍ୟକ୍ତି ପାରିବାରିକ ସମସ୍ୟା ସୃଷ୍ଟିର ସହାୟକ ହୋଇପାରନ୍ତି। କର୍ମ କ୍ଷେତ୍ରରେ ଉପରିସ୍ଥ ଅଫିସରଙ୍କୁ ମନକଥା ପ୍ରକାଶ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?