Posted inRasifala

ରାଶିଫଳ: ବୁଧବାର , ଜୁନ୍‌ ୨୬ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଶନିଯୁକ୍ତ ଚନ୍ଦ୍ର ହେତୁ ସମସ୍ୟା ମଧ୍ୟରେ ଅଟକି ରହିଥିବା କାମଟି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଆମତ୍ୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ଆର୍ଥିକ ଦିଗଟି ବିଶେଷ ଭଲ ନ ରହିଲେ ମଧ୍ୟ କାମ ଅଟକି ରହିବ ନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରି ପ୍ରଶଂସିତ ହେବେ।
ବୃଷ
ବୃଷ
ତୃତୀୟାଧିପତିଙ୍କ ଶୁଭତ୍ୱରୁ ଆମତ୍ୀୟଙ୍କ ସାହାଯ୍ୟରୁ ଆଶା ପୂରଣ ହେବ। କଠୋର ପରିଶ୍ରମରୁ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ଯାଇ ପାରନ୍ତି। ଇଚ୍ଛା ନ ଥାଇ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ
ମିଥୁନ
କର୍ମାଧିପ ଦ୍ୱାଦଶସ୍ଥ ହେତୁ ପୂର୍ବପରିକଳ୍ପିତ କାମକୁ ସମ୍ପନ୍ନ କରିବା କଷ୍ଟକର ହେବ। କାହାରି କଥାରେ ପ୍ରଭାବିତ ହୋଇ ମୂଲ୍ୟହୀନ କାମରେ ମୁଣ୍ଡ ପୂରାଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଉପକୃତ ହେବେ। ପୁରାଣ ପଠନ, ସତ୍‌ସଙ୍ଗ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହୀ ହୋଇପାରନ୍ତି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଅଷ୍ଟମଭାବ ସଂସ୍ଥାନ ହେତୁ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରହି ନ ପାରେ। ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିବ। ଅତୀତର ସମସ୍ୟା ସମୀକ୍ଷା କରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ବନ୍ଧୁଙ୍କୁ ବିଶ୍ୱାସ କଲେ ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ।
ସି˚ହ
ସି˚ହ
ଲାଭଭାବସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, ବାଣିଜ୍ୟ, ଭ୍ରମଣ ଶାନ୍ତିପ୍ରଦ ରହିବ। ଯେମିତି ଚାହୁଁଛନ୍ତି ସେମିତି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି। ପରିବାରର ଅସଜଡ଼ା ପରିସ୍ଥିତିକୁ ପଡ଼ୋଶୀଙ୍କ ସହାୟତାରେ ସଜାଡ଼ି ନେବେ।
କନ୍ୟା
ପାପଗ୍ରହ ପ୍ରଭାବରେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ବ୍ୟବହାରିକ ପରିବର୍ତ୍ତନ ପରିଲକ୍ଷିତ ହେବ। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ଆଶଙ୍କା ରହିଛି। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ରଚନାମତ୍କ କାମରେ ସମସ୍ୟା ସମାଧାନ ହେବ।
ତୁଳା
ତୁଳା
ଆଜି ଧନାଧିପତିଙ୍କ ରାଶିକୁ ଦୃଷ୍ଟି ଯୋଗୁ ଅର୍ଥଲାଭ ଯୋଗୁ ଖୁସୀ ମନରେ କାମ କରିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ଅଷ୍ଟମ ଭାବସ୍ଥ ତିନୋଟି ଗ୍ରହ ହେତୁ ଅଧିକାଂଶ ସମୟ ଅସ୍ଥିରତା ଲାଗି ରହିବ, ମାତ୍ର ଆର୍ଥିକ ସଂକଟ ଦୂରେଇ ଯିବ। ରାହୁଙ୍କ ପ୍ରଭାବରୁ ସମସ୍ୟାବହୁଳ କର୍ମକ୍ଷେତ୍ର ଓ ଅସଜଡା ପାରିବାରିକ ପରିସ୍ଥିତି ଟେନ୍ସନ ସୃଷ୍ଟି କରିବ। ବୃହସ୍ପତି ପ୍ରଭାବରୁ ଠିକଣା ସମୟରେ ନିଷ୍ପତ୍ତି ନେଇ ଉପକୃତ ହେବେ। ନୂଆ ଯୋଜନା ରୂପାୟନ ସଫଳ ହେବେ।
ଧନୁ
ଧନୁ
ଅଷ୍ଟମାଧିପତି ସହ ତୃତୀୟାଧିପତିଙ୍କ ସମ୍ବନ୍ଧ ଭ୍ରାତୃବିବାଦର କାରଣ ହେବ। ପରୋକ୍ଷ ଶତ୍ରୁତାଜନିତ ଭୁଲ୍‌ ବୁଝାମଣାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ କରିବେ। ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସହ ମିତ୍ରତା ସ୍ଥାପନ କଲେ ସମସ୍ୟାମୁକ୍ତ ହେବେ। ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ।
ମକର
ମକର
ବୃହସ୍ପତିଙ୍କ ଦୃଷ୍ଟିର ପ୍ରଭାବରେ ବନ୍ଧୁଙ୍କ ସହ ଦୂରଯାତ୍ରାର ଯୋଜନା କରିବେ। ସୁସମ୍ପର୍କ ରହିଥିବା ବିଜାତୀୟ ବ୍ୟକ୍ତିଙ୍କ ସହଯୋଗ ପାଇ କୃତ୍ୟକୃତ୍ୟ ହେବେ। ସକାଳୁ ଖୋଜୁଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହେବ। ଅତିନିକଟତର ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖ ଘଟିବ।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହସ୍ଥିତିଜନିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିପାରିବେ। ଅଟକି ରହିଥିବା ନିର୍ମାଣାଧୀନ କାମ ଆରମ୍ଭକରିବାକୁ ମନ ବଳାଇବେ। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ତଥାପି ସ୍ତ୍ରୀଙ୍କ ସାହାଯ୍ୟ, ସହାନୁଭୂତି ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ।
ମୀନମୀନ

ମଙ୍ଗଳଙ୍କ ସ୍ବଭାବ ସ୍ଥିତି ଆର୍ଥିକ ଅଭିବୃଦ୍ଧି ସହ ଭୂସମ୍ପତ୍ତି ଲାଭ କରାଇପାରେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?