Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍‌ ୨୧ ତାରିଖ – Daily Horoscope

ମେଷ
ଆଜିର ଅଷ୍ଟମଚନ୍ଦ୍ର ଦ୍ୱିତୀୟଭାବକୁ ଦେଖୁଥିବାରୁ ଯାତ୍ରା ଓ ବାଣିଜ୍ୟରୁ ଅର୍ଥଲାଭ କରାଇବ। ବନ୍ଧୁଙ୍କ ସାହାଯ୍ୟ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ନିଷ୍ପତ୍ତି ନେବେ। ଉପସ୍ଥିତ ବୁଦ୍ଧି ଖଟାଇ ଘରର ଅଶାନ୍ତ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଅଧ୍ୟାପନା, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା ତଥା ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।
ବୃଷ
ବୃଷ
ଗଜକେଶରୀ ଯୋଗ ଫଳସ୍ବରୂପ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ସବୁ ସମୟରେ ମିଶିପାରୁଥିବା ବନ୍ଧୁଙ୍କ ସହ ଆଲୋଚନା ପୂର୍ବକ କାର୍ଯ୍ୟପନ୍ଥା ଗ୍ରହଣ କରିପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କଳା, କ୍ରୀଡା, ସଙ୍ଗୀତ, ଚଳଚ୍ଚିତ୍ର ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ରାଶିରେ ତିନୋଟିଗ୍ରହ ପ୍ରଭାବରୁ ଆପଣଙ୍କ ମନ ଯେମିତି ଉଚ୍ଚ କଥା ଓ କାମ ମଧ୍ୟ ଶୃଙ୍ଖଳିତ ରହିବ। ସମୟାନୁସାରେ କାମ ଶେଷ କରି ଲକ୍ଷ୍ୟ ହାସଲ କରିବେ। ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟିର ସୂଚନା ରହିଛି। ଆନୁଷ୍ଠାନିକ ତଥା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କର୍କଟ
କର୍ମାଧିପତି ସ୍ବଗୃହସ୍ଥ ଯୋଗୁ ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ଲାଭ କରି କର୍ମପ୍ରବାହକୁ ଗତିଶୀଳ କରାଇବେ। ପାରିବାରିକ ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁକୂଳ ରହିବ। ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ। ରଚନାତ୍ମକ କାମ ତଥା ବିଜ୍ଞାନ, କାରିଗରିରେ ପ୍ରୋତ୍ସାହନ ପାଇବେ।
ସି˚ହ
ସି˚ହ
ପୂର୍ବ ସମସ୍ୟା କେତେକାଂଶରେ ଦୂରୀଭୂତ ହୋଇ ଯାଇଥିବାରୁ ମନ ହାଲୁକା ରହିବ। ବନ୍ଧୁଙ୍କ ପ୍ରତିଶ୍ରୁତିରୁ ଆଗାମୀ ଆଶାକୁ ନେଇ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡିଚାଲିବ। ଘରୋଇ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇ ନ ପାରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ। ଶାରୀରିକ ଅସୁସ୍ଥତାଜନିତ ମନ ଭାରାକ୍ରାନ୍ତ ରହିପାରେ।
କନ୍ୟା
ଲାଭାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ଘରକୁ ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ସ୍ବାର୍ଥହାନି ଆଶଙ୍କାରେ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଭିଳଷିତ କାମ ହାସଲ କରିବେ। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡିପାରେ।
ତୁଳା
ତୁଳା
ଆଜି କଲ୍ୟାଣଚନ୍ଦ୍ର ଯୋଗୁ ଯାହା ଯେମିତି ଚାହୁଁଛନ୍ତି ତାହା କରିବାରେ ଅସୁବିଧା ହେବନାହିଁ। ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଘରୋଇ ସମସ୍ୟା ଦୂର କରିବେ। ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସମାରୋହ, ପ୍ରବଚନ, ସତ୍‌ସଙ୍ଗ ଓ ମନୋରଞ୍ଜନରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି ଘଟଣା ବିଚଳିତ କରିପାରେ କିନ୍ତୁ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ବିଛା
ବିଛା
ପରିସ୍ଥିତିର ବିଷମତା ଥିଲେ ମଧ୍ୟ ଗୁରୁଦୃଷ୍ଟିରେ ଚନ୍ଦ୍ର ହେତୁ ପୂର୍ବ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇପାରିବ। ସ୍ବଗୃହୀ ଷଷ୍ଠସ୍ଥ ଚନ୍ଦ୍ର ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଅନୁରାଧା ନକ୍ଷତ୍ର ପୁରୁଣା ଦିନର କଥାକୁ ନେଇ ଦୁଃଖରେ ରହିବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଶନିଙ୍କ ପ୍ରଭାବରେ ବନ୍ଧୁଙ୍କ ସାହାଯ୍ୟରୁ ଅଭାବ ଦୂରେଇଯିବ। ଆଳସ୍ୟ ଓ ଅବହେଳା କ୍ଷତିର କାରଣ ହୋଇପାରେ। ସାହିତ୍ୟ, କଳା, ସାମ୍ବାଦିକତା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ପ୍ରଶାସନିକ କିମ୍ବା ସାମାଜିକ ସ୍ତରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ।
ମକର
ମକର
ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରେ ଧର୍ମକାର୍ଯ୍ୟରେ ବ୍ୟୟକରିବେ ଏବଂ ଦୂରଯାତ୍ରା କରିବାକୁ ପଡ଼ିପାରେ। ସ୍ଥଗିତ କାମ ଆରମ୍ଭ ଯୋଜନା ଫଳପ୍ରଦ ହେବ। ପ୍ରତିବନ୍ଧକକୁ ପ୍ରତିହତ କରି କାମ କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ବନ୍ଧୁଙ୍କ ବଦାନ୍ୟତାରୁ ଅଭିଳଷିତ ଜିନିଷ ପାଇବାରେ କୌଣସି ଅସୁବିଧା ରହିବ ନାହିଁ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ଗୁରୁ ହେତୁ ମନ ବୁଝିଲା ଭଳି କଥା କହି ସମସ୍ୟା ସମାଧାନରେ ତପତ୍ରତା ଦେଖାଇବେ। ଘରୋଇ କଥାକୁ କେନ୍ଦ୍ରକରି ଆତ୍ମୀୟ ଦୂରେଇ ଯାଇପାରନ୍ତି। ଶିଳ୍ପ ଓ ବ୍ୟବସାୟରେ ଉନ୍ନତିରୁ ସନ୍ତୋଷ ଲାଭ କରିବେ। ସଙ୍ଗୀତ ସାଧନା, ସାହିତ୍ୟ ଚର୍ଚ୍ଚା, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଜଗତରୁ ସୁନାମ ଅର୍ଜନ କରିବାରେ ସହାୟକ ହେବ।
ମୀନମୀନ

ରାହୁ ରାଶିରେ ଥିବାରୁ କୌଶଳ ପ୍ରୟୋଗକରି ଦିନଟିକୁ ଖୁସି ମନରେ ବିତାଇବେ। ଏହା ସାଙ୍ଗକୁ ସମସ୍ୟାର ସମାଧାନ, ଅଭିଳଷିତ ଜିନିଷ ପ୍ରାପ୍ତି ଏବଂ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ମଧ୍ୟ ପାଇପାରିବେ। ରାଜନୀତି, ସଂଗଠନ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?