Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍‌ ୧୮ ତାରିଖ – Daily Horoscope

ମେଷ
ଆଜି ସ୍ବାତୀ ନକ୍ଷତ୍ରସ୍ଥ ଚନ୍ଦ୍ର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ନିରାମୟ ରଖିବାରେ ସାହାଯ୍ୟ କରିବେ। ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ୍‌ ହେବେ। ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣକରି ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ବୃହସ୍ପତିଙ୍କ ପ୍ରଭାବରେ ମାନସିକ ସ୍ଥିତି ଉସତ୍ାହପ୍ରଦ ରହିବ। ଆଜିର ଆଲୋଚନା ଓ ନିଷ୍ପତ୍ତି ପ୍ରତ୍ୟେକ ସ୍ତରରେ ଗ୍ରହଣୀୟ ହେବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ବର୍ତ୍ତମାନର ପରିସ୍ଥିତିକୁ ସାମ୍ନା କରିବାକୁ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ପାରିବାରିକ ସମସ୍ୟା ସାଙ୍ଗକୁ ବ୍ୟୟ ବୃଦ୍ଧି ଯୋଗୁ ବ୍ୟସ୍ତ ରହିପାରନ୍ତି।
ମିଥୁନ
ମିଥୁନ
ଧନାଧିପତି ଲାଭାଧିପତି ଦୃଷ୍ଟିରେ ଥିବାରୁ ଯୋଜନା ଫଳପ୍ରଦ ହେବ। ସରକାରୀ ସ୍ତରରୁ ସହାୟତା ଲାଭକରି ଉପକୃତ ହେବେ। ଶନିଙ୍କ ପ୍ରଭାବରେ ଅବହେଳା କାରଣରୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ସନ୍ତାନଙ୍କ କୃତି ଓ କୃତିତ୍ୱକୁ ନେଇ ନିଜକୁ ଭାଗ୍ୟବାନ୍‌ ମନେକରିବେ।
କର୍କଟ
କର୍କଟ
ଦୀର୍ଘଦିନରୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ମନୋଭାବରେ ପରିବର୍ତ୍ତନ ଲକ୍ଷ୍ୟକରି ଆମତ୍ସନ୍ତୋଷ ଲଭିବେ। ନୂତନ ପରିବେଶରେ ଆପଣଙ୍କ କର୍ମପ୍ରବାହ ଆଗକୁ ଗଡ଼ି ଚାଲିବ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। କର୍ମଦକ୍ଷତା କାରଣରୁ ସମ୍ମାନ ଲାଭ କରିବେ।
ସି˚ହ
ସି˚ହ
ଆଜି ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ପାରିବାରିକ କ୍ଷେତ୍ର ମଧ୍ୟ ବିଶେଷ ମନ୍ଦ ହେବନାହିଁ। କୌଣସି ଅଜଣା ବ୍ୟକ୍ତି ଦ୍ୱାରା ପ୍ରଭାବିତହୋଇ କିମ୍ବା ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବ ଓ ଶତ୍ରୁ ଉପଦବ୍ର କ୍ରମଶଃ ହ୍ରାସ ପାଇବ। ବ୍ୟବସାୟ ଯଥାପୂର୍ବଂ ତଥା ପରମ୍‌ କ୍ରମରେ ରହିପାରେ।
କନ୍ୟା
କେତୁଙ୍କ ପ୍ରଭାବରୁ ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ। ପରୋକ୍ଷ ଶତ୍ରୁତା ସାଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନ୍‌ସନ ବଢ଼ାଇବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବ୍ୟବସାୟିକ ଦିଗ ମଧ୍ୟ ମନ୍ଦ ହେବନାହିଁ।
ତୁଳା
ତୁଳା
ଶୁକ୍ର ପ୍ରଭାବରେ ମନୋରଞ୍ଜନ, ବନ୍ଧୁମିଳନ, ଦୂରଯାତ୍ରାରୁ ଦୂରେଇ ରହିବାକୁ ମନସ୍ଥ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ ଏବଂ ସାମାଜିକ ସ୍ତରରେ ସମ୍ପର୍କ ନିବିଡ଼ ହୋଇପାରିବ। କୌଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ। ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ କର୍ମକ୍ଷେତ୍ର୍ରର ସମସ୍ୟା ସମଧାନ ହୋଇଯିବା ସୂଚନା ରହିଛି।
ବିଛା
ବିଛା
ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା ବିବାଦ, ବନ୍ଧୁ ସମ୍ପର୍କ ହାନି ଏବଂ କାମର ଚାପରେ ଅତିଷ୍ଠ ହୋଇପାରନ୍ତି। ଘରର ଅତୀତ ଘଟଣା କିମ୍ବା ପିଲାଙ୍କ ସମ୍ବନ୍ଧୀୟ ସମସ୍ୟା ବିଷୟରେ ଚିନ୍ତାକରିବେ। ନିଜେ ସମସ୍ୟାମୁକ୍ତ ରହିଥିଲେ ହେଁ ଅନ୍ୟମାନଙ୍କ ସକାଶେ ନିଜକୁ ସନ୍ତୁଳିତ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତ ହେବେ।
ଧନୁ
ଧନୁ
ତୃତୀୟାଧିପତି ଶନିଙ୍କ ଯୋଗୁ ପୁରୁଣା ବନ୍ଧୁଙ୍କ ସହାୟତାରେ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବା ସମ୍ଭାବନା ରହିଛି। ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ପାରସ୍ପରିକ ଆଲୋଚନା ସାଙ୍ଗକୁ ଟିକିଏ ନରମି କଥାବାର୍ତ୍ତା କଲେ ପାରିବାରିିକ ସମସ୍ୟାର ସରଳ ସମାଧାନ ହୋଇଯିବ।
ମକର
ମକର
ଆଜି ପାରିବାରିକ, କର୍ମକ୍ଷେତ୍ର, ବାଣିଜ୍ୟ, ପରିବହନ, ଲୋକସମ୍ପର୍କ ଉନ୍ନତ ଧରଣର ରହିବ। ଈର୍ଷାପରାୟଣ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସାଙ୍ଗକୁ ସହଜରେ କାମ ହାସଲକରିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଭାବିଚିନ୍ତି ସତର୍କତାମୂଳକ ପଦକ୍ଷେପ ନ ନେଲେ ପରେ ପସ୍ତେଇବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ର୍ରରେ ସୁନାମ ଅର୍ଜନ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିପାରିଲେ ବହୁ ଉପକାରରେ ଆସିବ।
ମୀନମୀନ

ଗ୍ରହମାନଙ୍କ ସାମ୍ୟଭାବ କାରଣରୁ ଦିନଟି ସରଳ ଓ ସାବଲୀଳ ଭାବରେ ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ବନ୍ଧୁମାନଙ୍କ ପ୍ରିୟଭାଜନ ମଧ୍ୟ ହେବେ। କର୍ମକ୍ଷେତ୍ରରେ ଫାଇଲ୍‌ପତ୍ର ସମ୍ବନ୍ଧୀୟ ସହକର୍ମୀଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ପ୍ରଯନତ୍କରି ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ ଶୁକ୍ର ମୁଖଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭ କରି ଖୁସୀ ହେବେ ା ଅଫିସରେ ସହକର୍ମୀଙ୍କ ସୈାହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା…

ରାଶିଫଳ: ରବିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା…

ରାଶିଫଳ: ଶନିବାର, ଜୁନ୍ ୧୩ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ…

ରାଶିଫଳ: ଶୁକ୍ରବାର, ଜୁନ୍ ୧୨ ତାରିଖ – Daily Horoscope

ମେଷ ଗ୍ରହମାନଙ୍କ ଶୁଭ ସମ୍ବନ୍ଧ ଅଭାବରୁ ଯେ କୌଣସି ପ୍ରକାରର ପରିସ୍ଥିତିରେ ମଧ୍ୟ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇ ପାରିବେ ନାହିଁ।…

ରାଶିଫଳ: ଗୁରୁବାର , ଜୁନ୍ ୧୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତି ସ୍ବଗୃହରେ ଶୁକ୍ରନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହିବା ସହ ଖୁସିରେ ସମୟ କଟିବ। ଶନିଙ୍କ ସଂଯୋଗଜନିତ ଦ୍ୱାଦଶସ୍ଥ ଚନ୍ଦ୍ର ଯାତ୍ରା, ଆଧ୍ୟାତ୍ମିକ ଚିନ୍ତନ…

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୯ ତାରିଖ – Daily Horoscope

ମେଷ ଶ୍ରୁତିମଧୁର ବାକ୍ୟାଳାପ ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଶନିଙ୍କ ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡ଼ାଇନେବାରେ ସାହାଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଆନୁଷ୍ଠାନିକ…

ରାଶିଫଳ: ସୋମବାର, ଜୁନ୍ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri