Posted inRasifala

ରାଶିଫଳ: ସୋମବାର, ଜୁନ୍‌ ୧୭ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟ ପରିସ୍ଥିତି ଭଲ ରହିଲେ ମଧ୍ୟ କ୍ରୋଧ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ। ଶନି ପ୍ରଭାବରୁ କର୍ମକ୍ଷେତ୍ରରେ ମନୋବଳ ଖୁବ୍‌ ଟାଣ ରହିବ, ମାତ୍ର ନିଜ ଜିଦ୍‌ରେ ଅଟଳ ରହିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ନିକଟ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଧନ ସ୍ଥାନସ୍ଥ ଗ୍ରହମାନଙ୍କ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଯୋଜନା କରିପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ର୍ରରୋଚିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ନ ରହିବାରୁ କାମ ହାସଲରେ ଅନ୍ତରାୟ ସୃଷ୍ଟି କରିବ। ଶୁକ୍ରଙ୍କ ପ୍ରଭାବରୁ ବିଳାସପ୍ରିୟ ଓ ଭ୍ରମଣ ଇଚ୍ଛା ଜାଗ୍ରତ ହେବ।
ମିଥୁନ
ମିଥୁନ
ବୁଧଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ ଥିବାରୁ ଟିକିଏ କଥାରେ ରାଗି ପରିସ୍ଥିତିକୁ ବିଗାଡି ଦେଇ ପାରନ୍ତି। ଆଜି ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନା କରି ଆଶ୍ୱସ୍ତି ଲାଭ କରିବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଭଲ। ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ଚୁକ୍ତିପତ୍ରରେ, ବୈବାହିକ ସମ୍ପର୍କୀୟ ନିଷ୍ପତ୍ତିରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟିରୁ ଆଜି ଅନ୍ୟମାନଙ୍କ କାର୍ଯ୍ୟ ହାସଲ ସକାଶେ ନିଜକୁ ସମର୍ପିତ କରି ପ୍ରଶଂସିତ ହେବେ। ସହକର୍ମୀ ଓ ବନ୍ଧୁଙ୍କଠାରୁ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବଢ଼ିବ। ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହେବ। କରଜଦାତାଙ୍କ ଚାପରେ ଋଣ ପରିଶୋଧ କରିବାକୁ ବ୍ୟଗ୍ରତା ବୃଦ୍ଧି ପାଇବ।
ସି˚ହ
ସି˚ହ
ଅନୁକୂଳ ଗ୍ରହସ୍ଥିତିରୁ ଆଜି ଯେଉଁ କାମରେ ହାତଦେବେ ସଫଳତା ପାଇବେ। ଆମତ୍ୀୟଙ୍କ ସକାଶେ ଦାନର ପ୍ରତିଦାନ ନ ପାଇ ଅନୁଶୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ନିଜ ସହକର୍ମୀମାନଙ୍କ ସହ ଭୁଲ୍‌ ବୁଝାମଣାଜନିତ ଦ୍ୱନ୍ଦ୍ୱରେ ପଡି ପାରନ୍ତି। ଭ୍ରମଣ ରାଜନୀତି, ସଂଗଠନ, ପ୍ରକାଶନ ଓ ପ୍ରଶାସନ ପାଇଁ ଦିନଟି ବହୁତ ଭଲ।
କନ୍ୟା
ଆଜି ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ। କର୍ମସ୍ଥ ଶୁକ୍ରଙ୍କ ସ୍ଥିତି କାରଣରୁ ଶ୍ରୁତିରୋଚକ କଥା କହିଲେ ମଧ୍ୟ ବନ୍ଧୁଙ୍କୁ ତାହା ସୁହାଇ ନ ପାରେ। ସାୟାହ୍ନେ ଗୁରୁପାକ ଦ୍ରବ୍ୟ ଭୋଜନରୁ ଆମାଶୟ ଦେଖା ଦେଇପାରେ। ରାଶିରେ କେତୁଙ୍କ କୁପ୍ରଭାବରୁ କ୍ରନିକ୍‌ ରୋଗ କଷ୍ଟ ପାଇବେ।
ତୁଳା
ତୁଳା
ରାଶିରେ ଚନ୍ଦ୍ର ଥିବାରୁ ମନ ପ୍ରଫୁଲ୍ଲ ରହିବ। ଶନିଙ୍କ ଶୁଭ ସଂସ୍ଥାନରୁ ପୂର୍ବ ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହୋଇପାରିବେ। ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନୀଚ୍ଚଜାତି ବିଶେଷଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ, ଏଣୁ ସତର୍କ ରହିବା ଭଲ।
ବିଛା
ବିଛା
ମଙ୍ଗଳ ଓ ଶନିଙ୍କ ସଂସ୍ଥିତିଜନିତ ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ସ୍ବାଭାବିକ ରହିବ। କର୍ମକ୍ଷେତ୍ରରେ ଯେତେ ସମସ୍ୟା ଆସୁନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ସଭାସମିତି, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ କରିବେ। ଖଚୁଆ, ମିଛୁଆଙ୍କ ପ୍ରରୋଚନାରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ରୋଷର ଶିକାର ହୋଇପାରନ୍ତି।
ଧନୁ
ଧନୁ
ଗୁରୁଙ୍କ କୃପାରୁ ସମସ୍ୟା ଅପସରି ଯାଇ ମନୋବଳ ବୃଦ୍ଧି ପାଇବ। ଆପୋସ ଆଲୋଚନାରୁ ପାରିବାରିକ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାଜନିତ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ହେତୁକ କୈଫିୟତ ଦେବାକୁ ପଡିପାରେ। ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଅନ୍ୟମାନଙ୍କୁ ନଜରହୀନ କରି ସମାଲୋଚିତ ହେବେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହେବ ନାହିଁ, ମାତ୍ର ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନସ୍ତାପରେ ରହିବେ। କାମ ମନ୍ଥର ଗତିରେ ଚାଲିବା ହେତୁ କ୍ଷୋଭ ପ୍ରକାଶ କରିପାରନ୍ତି। ସମ୍ପର୍କୀୟମାନେ ମୁହଁରେ ମିଠାକଥା କହି ପଛରେ ଖାଲରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଗୃହକାର୍ଯ୍ୟ ଶେଷ ପୂର୍ବରୁ ସମସ୍ୟା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ଚନ୍ଦ୍ରଙ୍କ ଅଷ୍ଟମସ୍ଥ ଯୋଗୁ ଅନିଶ୍ଚିତତା ପଛରେ ଆପଣଙ୍କୁ ଗୋଡାଇବାକୁ ପଡିପାରେ। ସାବଧାନତା ସହକାରେ କାମ ନ କଲେ ପରଉପରେ ନିର୍ଭର କରି ପଶ୍ଚାନ୍ତେ ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ଔଚିତ୍ୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପଡୋଶୀଙ୍କ ସହ ଭୁଲ୍‌ ବୁଝାମଣା ହେତୁ ଚିନ୍ତିତ ରହିପାରନ୍ତି।
ମୀନମୀନ

ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ବନ୍ଧୁବର୍ଗମାନେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିବେ। ସାମାଜିକ ସ୍ତରରେ ତଥା ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର, ମନୋରଞ୍ଜନ କାର୍ଯ୍ୟକ୍ରମରେ ସନ୍ତୋଷ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?