Posted inRasifala

ରାଶିଫଳ: ଶୁକ୍ରବାର , ଜୁନ୍‌ ୧୪ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଚନ୍ଦ୍ର ଥିବାରୁ କାର୍ଯ୍ୟସିଦ୍ଧି ହେଲେ ମଧ୍ୟ ଟେନ୍‌ସନ ଲାଗିରହିବ। ପାରିବାରିକ ସମସ୍ୟା ସମାଧାନ, ଲୋକସମ୍ପର୍କ ବୃଦ୍ଧି, ସାମାଜିକ ସମ୍ମାନ୍‌ପ୍ରାପ୍ତ କରାଇବେ। ବନ୍ଧୁମିଳନ ସାଙ୍ଗକୁ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ହେବନି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସମ୍ମାନିତ ହୋଇପାରନ୍ତି।
ବୃଷ
ବୃଷ
ଧନସ୍ଥାନରେ ଶୁକ୍ର ଥିବାରୁ ଅଭାବବୋଧ ରହିବନି ଏବଂ ବିଳାସବ୍ୟସନାଦି ଦିଗ ପ୍ରତି ଆକର୍ଷିତ ହୋଇପାରନ୍ତି। ଦୂରଯାତ୍ରାରେ ଲକ୍ଷ୍ୟ ପୂରଣ, ବନ୍ଧୁ ମିଳନଜନିତ ଆନନ୍ଦ ଅନୁଭବ କରିବେ। ଆମତ୍ୀୟଙ୍କ କଟୁବଚନ ମନରେ ଦୁଃଖ ଦେଇପାରେ। କୌଣସି କଥା ନ ବୁଝି ବିବାଦୀୟ ଘଟଣାରେ ପକ୍ଷଭୁକ୍ତ ହେବା ଠିକ୍‌ ହେବନାହିଁ।
ମିଥୁନ
ମିଥୁନ
ଭାଗ୍ୟସ୍ଥାନକୁ ଧନାଧିପଙ୍କ ଦୃଷ୍ଟି ଆର୍ଥିକ ଅଭିବୃଦ୍ଧି ସହିତ ସ୍ଥାନକୁ ଦେଖୁଥିବାରୁ କାର୍ଯ୍ୟସିଦ୍ଧି ନିଶ୍ଚିତ ଘଟିବ। ସ୍ତ୍ରୀଙ୍କ ସହଯୋଗ ଦ୍ୱାରା କିମ୍ବା ଦୂରାଗତ ବନ୍ଧୁଙ୍କ ସାହାଯ୍ୟରେ ଅପ୍ରୀତିକର ପରିସ୍ଥିତିରୁ ରକ୍ଷାପାଇବେ। ପିଲାଙ୍କ କଥାକୁ ସତ୍ୟମଣି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। କଳା, ସାହିତ୍ୟ, ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।
କର୍କଟ
କର୍କଟ
ଶନିଙ୍କ ପ୍ରଭାବରୁ ମାନସିକସ୍ତରରେ ନିରୁସତ୍ାହିତ ରହିବେ ଫଳରେ କୌଣସି କାମ ଲାଗି ଆଗ୍ରହ ପ୍ରକାଶ କରିବେନାହିଁ। ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି କାରଣରୁ ଆନନ୍ଦ ଅନୁଭବ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ରଚନାମତ୍କ କାର୍ଯ୍ୟରେ ସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ରବିଙ୍କ ଶୁଭ ପ୍ରଭାବରୁ ସମସ୍ୟାର ସମାଧାନ, ଆର୍ଥିକ ଅଭିବୃଦ୍ଧି ସହ ବନ୍ଧୁଙ୍କୁ ମନେଇ କାମ ହାସଲ କରିପାରିବେ। ପରିବାର ଖର୍ଚ୍ଚ ପରିମାଣ ବଢ଼ିଯିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ବ୍ୟବସାୟରେ ଲାଭବାନ୍‌ ହେବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରାଦି ତଥା ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ବୁଧ ଭାଗ୍ୟସ୍ଥାନରେ ଗୁରୁଯୁକ୍ତ ହେତୁ ଆଜିର ଗ୍ରହଯୋଗର ସୁଫଳ ହାତେ ହାତେ ପାଇଯିବେ। ଅଟକି ରହିଥିବା କାମ, ଫାଇଲପତ୍ର, ସରକାରୀ ଋଣ, ବିବାଦୀୟ ନିଷ୍ପତ୍ତି ସବୁକିଛିର ଶ୍ରେୟ ଆପଣଙ୍କ ସପକ୍ଷରେ ଯିବ। କିନ୍ତୁ କଥା ଦେଇଥିବା ବନ୍ଧୁ କୌଣସି କଥାକୁ ଭୁଲ୍‌ ରୂପେ ପରିବେଷଣ କରିବେ କିମ୍ବା ଅସ୍ବୀକାର କରିପାରନ୍ତି।
ତୁଳା
ତୁଳା
ମଙ୍ଗଳ ରାଶିକୁ ଦେଖୁଥିବାରୁ ମନ ଉତ୍ତେଜିତ ରହିବ କିନ୍ତୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବା ସାଙ୍ଗକୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଯେଉଁ କାମରେ ହାତ ଦେଇଛନ୍ତି ତାହା ସୁବିଧାରେ ହୋଇଯିବ। ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ବିଛା
ବିଛା
ସ୍ବଗୃହୀ ଶନି ଯୋଗୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବା ସକାଶେ ମନ ବଳାଇପାରନ୍ତି। ଆକସ୍ମିକ ଭାବେ ଚିନ୍ତା କରି ନ ଥିବା କୌଣସି ବିବାଦୀୟ ପରିସ୍ଥିତିରୁ ସହସା ମୁକ୍ତି ମିଳିପାରିବ। ଅଭାବ ପୂରଣ ଲାଗି ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା କରିପାରନ୍ତି। ଶିଳ୍ପ, ପରିବହନ ଓ ବ୍ୟବସାୟରେ ପରିସ୍ଥିତି ପୂର୍ବପରି ରହିବ।
ଧନୁ
ଧନୁ
ରାହୁଙ୍କ ପ୍ରଭାବରେ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସାମାଜିକ କ୍ଷେତ୍ରରେ ତଥା ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି ଏବଂ ଭ୍ରମଣ ପାଇଁ ଯୋଜନା ବନେଇ ପାରନ୍ତି।
ମକର
ମକର
ଅନୁକୂଳ ଗ୍ରହଙ୍କ ପ୍ରଭାବରୁ ଶାରୀରିକ, ମାନସିକ, ପାରିବାରିକ କ୍ଷେତ୍ରରେ ଶୁଭଫଳ ପାଇବେ। ସହଜରେ କାମ ହାସଲ ପାଇଁ ଚେଷ୍ଟାକଲେ ମଧ୍ୟ ସାମାନ୍ୟ ଅସୁବିଧା ଅନୁଭବ କରିବେ। ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗିରହିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
କର୍ମାଧିପ ମଙ୍ଗଳ ସ୍ବଗୃହକୁ ଦୃଷ୍ଟି ଦେଉଥିବାରୁ ସ୍ଥଗିତ କାମକୁ ପୁନରାୟ ଆରମ୍ଭ କରିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ଋଣ ପରିଶୋଧ, ବିବାଦୀୟ ଘଟଣାର ସମାଧାନ ସହ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ କ୍ଷୁବ୍ଧ ହେବେ କିନ୍ତୁ କିଛି ବି ପଦକ୍ଷେପ ନେଇପାରିବେ ନାହିଁ।
ମୀନମୀନ

ଅଷ୍ଟମାଧିପତି ଶୁକ୍ର ଚତୁର୍ଥସ୍ଥ ହେତୁ ପରିବାରରେ କିଛି ସମସ୍ୟା ଲାଗିରହିବା ହେତୁ ଟେନ୍‌ସନ ବଢ଼ିଯିବ। କିନ୍ତୁ ଆପଣ ବ୍ୟସ୍ତବିବ୍ରତ ନ ହୋଇ ସହଯୋଗ ଭିତ୍ତିରେ କାମକଲେ ଉପକାର ପାଇବେ। ନିର୍ମାଣାଧୀନ କାମରେ ଶେଷ ସ୍ପର୍ଶ ପ୍ରଦାନକରି ଶାନ୍ତିରେ ନିଃଶ୍ୱାସ ମାରିବେ। ଦୋକାନ, ହୋଟେଲ ମାଲିକମାନେ ଆଜି ବିଶେଷ ଲାଭବାନ୍‌ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?