Posted inRasifala

ରାଶିଫଳ: ଶନିବାର, ଜୁନ୍‌ ୮ ତାରିଖ – Daily Horoscope

ମେଷ
ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁମାନଙ୍କ ମତାନ୍ତର ଜନିତ କଳହର ମଧ୍ୟ ସୂଚନା ରହିଛି। ଅବଶ୍ୟ ଆନୁଷ୍ଠାନିକ କାର୍ଯ୍ୟ, ପ୍ରତ୍ୟୁଷ ଯାତ୍ରାଦିରେ ସଫଳତା ହାସଲ କରିବେ। କୃତ୍ତିକା ନକ୍ଷତ୍ର କେତେକ ଆକସ୍ମିକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପ୍ରକାଶନ, ପ୍ରଶାସନ, କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ର ମନ୍ଦ ହେବନି।
ବୃଷ
ବୃଷ
ଉନ୍ନତ ଚିନ୍ତାକୁ ବାସ୍ତବତାରେ ପରିଣତ କରିବାର ଯୋଜନାରେ ସଫଳତା ହାସଲ କରିବେ। ଆଜିର ନୂତନ କର୍ମାରମ୍ଭ, ଧାର୍ମିକ କାର୍ଯ୍ୟ ତଥା ମନୋରଞ୍ଜନ ପ୍ରୀତିପ୍ରଦ ହେବ। ରାହୁଙ୍କ କୁପ୍ରଭାବରୁ ସାମୟିକ ଭୁଲ୍‌ ବୁଝାମଣା ଜନିତ ମନାନ୍ତର ଆଶଙ୍କା ରହିଛି। ରୋହିଣୀ ନକ୍ଷତ୍ର ବିନା କାରଣରେ କାହା ସାଙ୍ଗରେ ଶତ୍ରୁତା କରିବା ଠିକ୍‌ ହେବନାହିଁ।
ମିଥୁନ
ମିଥୁନ
ଯାହାକୁ ଅତି ନିଜର ମନେ କରୁଥିବେ ସିଏହିଁ ମୁହଁ ପଛରେ ସମାଲୋଚନା କରିବ। ଅର୍ଥ ଓ ସମ୍ମାନ ପାଇବେ, ସହକର୍ମୀଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ମୃଗଶିରା ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହେବେ। କର୍ମକ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ଚିନ୍ତା, ବୃଥା ସନ୍ଦେହ, ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେବାରେ ମନକୁ ନିୟୋଜିତ କରିବେ। ପର୍ଯ୍ୟାପ୍ତ ଖର୍ଚ୍ଚକୁ ରୋକିବା ଦିଗରେ ଅସମର୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର, ବ୍ୟବସାୟରେ କ୍ଷତି, ବୃଥାଭ୍ରମଣ ଦ୍ୱାରା ଟେନ୍‌ସନରେ ରହିବେ। ଶୁକ୍ରଙ୍କ ପ୍ରଭାବରୁ ପାରିବାରିକ ସୁଖ, ଆନୁଷ୍ଠାନିକ କାମର ସୁଯୋଗ ଲାଭକରିବେ।
ସି˚ହ
ସି˚ହ
ପୂର୍ବାଫାଲଗୁନୀ ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଖର୍ଚ୍ଚାନ୍ତ ହେବେ। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମନକୁ ବିବ୍ରତ କରିପାରେ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ପାଇଁ ଚେଷ୍ଟା କରିପାରନ୍ତି। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
ନିଜ ଅପେକ୍ଷା ଅନ୍ୟମାନଙ୍କ ସକାଶେ ଅଧିକ ବ୍ୟସ୍ତତା ଅନୁଭବ କରିବେ। କର୍ମକ୍ଷେତ୍ରରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟାକଲେ ସଫଳତା ମିଳିବ। ଚିତ୍ରା ନକ୍ଷତ୍ରର ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ପରିବାରର ବରାଦ ଅନୁଯାୟୀ ଅଳଙ୍କାର ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ତୁଳା
ତୁଳା
ଆଜି ସ୍ବାତୀ ନକ୍ଷତ୍ର ଯେଉଁ କାମରେ ହାତ ଦେବେ ତାହା ପୂରଣ ହେବ। ଯାହାକୁ ଯାହା କହିବେ ସେ ନିର୍ବିବାଦରେ ତାହାକୁ ସ୍ବୀକାର କରିନେବ। ମାତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଘରୋଇ ସମସ୍ୟା ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି।
ବିଛା
ବିଛା
ଅନୁରାଧା ନକ୍ଷତ୍ର କର୍ମାରମ୍ଭ ସକାଶେ ମାନସିକତା ସୃଷ୍ଟି କରିବେ। ଅତୀତର ଅପମାନ, ସମସ୍ୟା ଓ କାର୍ଯ୍ୟ ସାଧନରେ ଅସାମର୍ଥ୍ୟତା ବିଷୟରେ ସମୀକ୍ଷା କରିପାରନ୍ତି। କାମ ହାସଲ ଉଦ୍ଦେଶ୍ୟରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ବିବାଦୀୟ ଘଟଣାର ଫଳାଫଳ ସପକ୍ଷରେ ଯିବାର ସମ୍ଭାବନା ରହିଛି।
ଧନୁ
ଧନୁ
ସ୍ଥଗିତ ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟି ଆଜି ସମ୍ପନ୍ନ ହୋଇଯିବ। ଘରୋଇ ସମସ୍ୟା କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୋଇ ମନ୍ତବ୍ୟ ଦେବା ଠିକ୍‌ ହେବନାହିଁ। ଉତ୍ତରାଷାଢା ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ଖେଳକୁଦରେ ପ୍ରଶଂସା ପାଇବେ। ଆତ୍ମୀୟଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟକରି ସାମୟିକ ଚିନ୍ତା ପ୍ରକଟ କରିପାରନ୍ତି।
ମକର
ମକର
ସାଧାରଣ କେତେକ ସମସ୍ୟାକୁ ବାଦ୍‌ ଦେଲେ ଦିନଟି ଭଲରେ ଭଲରେ କଟିବ। ଧନିଷ୍ଠା ନକ୍ଷତ୍ର୍ର ପାଇଁ ପ୍ରତ୍ୟେକ ପ୍ରକାରର ଅନୁକୂଳ ବାତାବରଣ ରହିଥିଲେ ମଧ୍ୟ ସଂଗଠନ, ରାଜନୀତି, ସଭାସମିତି, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅତି ନିକଟରେ ରହିଥିବା ଲୋକଟିର କାର୍ଯ୍ୟକାଳାପ ସନ୍ଦେହଜନକ ହୋଇପାରେ।
କୁମ୍ଭ
କୁମ୍ଭ
ନିଜ ଲୋକ ଆପଣଙ୍କ କାମକୁ ପଛରେ ରଖି ପର ପାଇଁ ବ୍ୟଗ୍ରତା ସୃଷ୍ଟି କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଫଳରେ ଆଶ୍ୱସ୍ତି ଅନୁଭବ କରିବେ। ଶତଭିଷା ନକ୍ଷତ୍ର ବନ୍ଧୁଙ୍କ ସହ ପ୍ରାତଃ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ଆର୍ଥିକ ସ୍ଥିତି ବିଶେଷ ଥିବା କାରଣରୁ ଚାହୁଁଥିବା ଜିନିଷ ପାଇବେ କିମ୍ବା ଭାବୁଥିବା କାମଟି କରିବାରେ ସମର୍ଥ ହେବେ।
ମୀନମୀନ

ଆଜି ଯେମିତି ମନଟି ଉଚ୍ଚା କାମଗୁଡ଼ିକ ମଧ୍ୟ ତଦ୍ରୁପ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ପରିବର୍ତ୍ତିତ ପରିସ୍ଥିତିରେ ପାରିବାରିକ ଜୀବନ ସୁଖରେ କଟିବ। ଆଇନ ଅଦାଲତରେ, ପରିବହନରେ କିମ୍ବା କୌଣସି ବାଦବିବାଦରେ ଆପୋସ ସମାଧାନ ଘଟିପାରେ। ରେବତୀ ନକ୍ଷତ୍ର ବୃଥାଭ୍ରମଣ, ଜମା ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନଙ୍କ ସକାଶେ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?