Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ତୃତୀୟସ୍ଥ ହେତୁ କୌଣସି ବିଶିଷ୍ଟବ୍ୟକ୍ତିଙ୍କ ସହାୟତା ଲାଭକରି କୌଣସି ନୂତନ କାର୍ଯ୍ୟାରମ୍ଭ ସକାଶେ ପ୍ରୟାସୀ ହେବେ। ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଦୂରାଗତ ବନ୍ଧୁଙ୍କ କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଅଫିସରେ ଅଟକି ରହିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ବାଧକାଧିପତି ଦୃଷ୍ଟ ଶୁକ୍ର ପ୍ରଭାବରେ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ନିଷ୍ପତ୍ତିର ଶେଷ ସମୟରେ ଟଣାଓଟରା ଲାଗିପାରେ।
ମିଥୁନ
ମିଥୁନ
ଧନାଧିପ ରାଶିସ୍ଥ ହେତୁ ଅର୍ଥଲାଭ ସହ ଦିନ ଭିତରେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବାକୁ ପଡିବ। ବାଣିଜ୍ୟ, ବ୍ୟବସାୟ ସଙ୍ଗକୁ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
କର୍କଟ
କର୍କଟ
ଭୁଲ୍‌ ବୁଝାମଣା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ ଏବଂ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଶନିଙ୍କ ସୁପ୍ରଭାବରେ ଶେୟାର ବଜାର, ପ୍ଲଟିଂ କାରବାରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ। ଆଜିର ଯାତ୍ରାରେ ସଫଳତା ମିଳିବ କିନ୍ତୁ ଅଯଥା ବ୍ୟସ୍ତବିବ୍ରତ ହେବା ଠିକ୍‌ ହେବନି।
ସି˚ହ
ସି˚ହ
ମଙ୍ଗଳ ଦ୍ୱିତୀୟସ୍ଥ ଯୋଗୁ ପଛକଥା ନ ଭାବି ପରିସ୍ଥିତିକୁ ସାମନା କରିବା ଭଲ। ଆପଣଙ୍କ ସଚ୍ଚୋଟତା ଓ ନିର୍ଭୀକତା ଯୋଗୁ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। କଠିନଶ୍ରମ ଓ ବ୍ୟସ୍ତତା କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।
କନ୍ୟା
ଶୁକ୍ର ମୁଖଭାବସ୍ଥ ଯୋଗୁ ଯାହା ଆଶା କରୁଛନ୍ତି ତାହା ପାଇବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ିଯାଉଥିବାରୁ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେନାହିଁ। ନିଜ ଫାଇଦା ପାଇଁ ନିକଟସ୍ଥ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ଆବଶ୍ୟକତା ପୂରଣ କରିବାକୁ ଯାଇ ଧାରକରଜ କରିବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମାଧିପ ଭାଗ୍ୟଭାବସ୍ଥ ଯୋଗୁ ଯାହା କରନ୍ତୁ ଅଳ୍ପ ପରିଶ୍ରମରେ ସାଧିତ ହୋଇପାରିବ। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ। ଶାରୀରିକ ପୀଡ଼ା ଯୋଗଁୁ ମନ ବିଚଳିତ ହୋଇପାରେ। ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
ବିଛା
ବିଛା
ଦୃଢ ମନୋବଳ ନେଇ କାମକରି ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବେ। ତୃତୀୟାଧିପ ରାଶ୍ୟାଧିପର ଶତ୍ରୁ ହେତୁ ଆମତ୍ୀୟମାନେ କ୍ରମଶଃ ଦୂରେଇ ଯିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ ନ ରହିଲେ ଅନର୍ଥ ଅବଶ୍ୟମ୍ଭାବୀ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି ଶେଷ ସମୟରେ ତାହା ସ୍ଥଗିତ ରଖିବାକୁ ବାଧ୍ୟ ହୋଇପାରନ୍ତି । କୌଣସି ଯୁକ୍ତିତର୍କ କାରଣରୁ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ଘରେ ସ୍ତ୍ରୀଙ୍କ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ।
ମକର
ମକର
ଶନିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବା ଆଶା କରାଯାଇପାରେ। ଖଳ ଲୋକମାନଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି। କର୍ମକ୍ଷେତରେ ବିଗତ ଦିନ ମାନଙ୍କର ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆଜି ବନ୍ଧୁଙ୍କ ସହ ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନାରେ ସମୟ କଟାଇବେ। ଦ୍ୱାଦଶସ୍ଥ ବୃହସ୍ପତିଜନିତ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମୀନମୀନ
ରାଶି ପ୍ରତି ଶନି ଦୃଷ୍ଟି ପ୍ରଭାବରେ ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। କଚେରୀ ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଆଜି ପରିବାରର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri