Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ
ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସ୍ମରଣୀୟ ମନେହେବ। ସାମାଜିକ ସ୍ତରରେ ଏକାଧାରରେ ଅର୍ଥ, ସମ୍ମାନ, ଉପଢୌକନ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି। ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁ ମିଳନ, ନୂତନ ବସ୍ତ୍ରାଭରଣ, ସୌଜନ୍ୟମୂଳକ ସାକ୍ଷାତାଲୋଚନା ମାନସିକ ସ୍ଥିତିକୁ ରୁଦ୍ଧିମନ୍ତ କରିବ।
ବୃଷ
ବୃଷ
ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନିଜକୁ ଗୌରବାନ୍ବିତ ମନେକରିବେ। ବନ୍ଧୁଙ୍କ ସହାୟତାରେ ଅନଟନ ଦୂରେଇ ଯିବ ଓ କାର୍ଯ୍ୟଗଡ଼ିକ ସରଳୀକୃତ ହେବ। ପାରିବାରିକ ସମସ୍ୟା ଊଣାଅଧିକେ ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ଆଜି ପ୍ରତିଯୋଗିତାରେ ସଫଳତା, ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ପ୍ରଶଂସା ମଧ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ସକାଳୁ ସକାଳୁ କାହାର ଡାକରା ଆପଣଙ୍କୁ ଚଳଚଞ୍ଚଳ କରାଇପାରେ। ପାରିବାରିକ ସ୍ଥିତି ସାମୟିକ ଭାବେ ମନକୁ ବିଷାଦିତ କରିବ। କର୍ମକ୍ଷେତ୍ରରେ ଭୁଲ୍‌ ନିଷ୍ପତ୍ତି ଏକତରଫା ହୋଇଯାଇପାରେ, ଯାହାକୁ ନେଇ ସମାଲୋଚିତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ହସ, ଖୁସିରେ ସମୟ କଟାଇବେ। କାମରେ ଉତ୍ସାହିତ ହେବେ। ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ବହୁ ପରିମାଣରେ ବୃଦ୍ଧି କରିବ। ଗୃହ, ଯାନବାହନ, ଶିଳ୍ପ, ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହେବ ନାହିଁ। ସାମୟିକ ଭାବରେ ଅତୀତ କଥା ଓ ଉପସ୍ଥିତ ସମସ୍ୟା ସମ୍ପର୍କିତ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିପାରେ।
ସି˚ହ
ସି˚ହ
ଅର୍ଥହାନି, ପାରିବାରିକ ଝଗଡ଼ା, ପରିବହନରେ ସମସ୍ୟା, ବନ୍ଧୁମାନଙ୍କ ସହ ମତପାର୍ଥକ୍ୟ ସୃଷ୍ଟି କରିପାରେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସି ଓ ସଭାସମିତିରେ ପ୍ରଶଂସିତ ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିପାରନ୍ତି। ଜମିଜମା, ମାଲିମକଦ୍ଦମା ସମ୍ପର୍କିତ ଦୁଶ୍ଚିନ୍ତା ମଧ୍ୟ ରହିବ।
କନ୍ୟା
ଆକସ୍ମିକ ଯାତ୍ରାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି,ଏଣୁ ସତର୍କ ରହିବା ଭଲ। ଆମତ୍ୀୟଙ୍କ ପରାମର୍ଶରେ ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ତୁଳା
ତୁଳା
ଆଜି ଆପଣ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି କର୍ମାରମ୍ଭ କଲେ ଭୁଲ୍‌ କରିବେ। ନିର୍ମାଣାଧୀନ କାମ, ଚୁକ୍ତିପତ୍ର, ବିବାଦୀୟ ଘଟଣା ଓ ଜମିଜମା କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ। ସଭାସମିତି, ଲେଖାପଢ଼ା, କଳା, ସାହିତ୍ୟ, ବକ୍ତୃତା କ୍ଷେତ୍ରରୁ ପ୍ରଶଂସିତ ହେବେ। ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରୁ ଖୁସି ରହିବେ।
ବିଛା
ବିଛା
ଆଜି କିଛି କାମରେ ସନ୍ତୋଷ ପାଇବା ସଙ୍ଗକୁ କିଛି ବିରକ୍ତିକର ପରିସ୍ଥିତି ମଧ୍ୟ ସାମନାକୁ ଆସିବ। ଅବଶ୍ୟ ଅଫିସ୍‌ କାମରେ, ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ ମଧ୍ୟାହ୍ନରେ ଟେନ୍‌ସନ୍‌ ଦୂର ହେବ। ନୂତନ ବସ୍ତ୍ରଭୂଷଣ, ସମ୍ମାନ ପ୍ରାପ୍ତି ଯୋଗ ମଧ୍ୟ ରହିଛି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ ସମସ୍ୟା ସଜାଡ଼ିବାରେ ଯନତ୍ବାନ ହେବେ।
ଧନୁ
ଧନୁ
ପ୍ରତ୍ୟେକ କଥାକୁ ସକାରାମତ୍କ ଦୃଷ୍ଟିରୁ ବିଚାରକଲେ ଉପକୃତ ହେବେ। ବିରକ୍ତିଭାବ ଦୂରେଇଯିବ, ଧୈର୍ଯ୍ୟ ବୃଦ୍ଧି ପାଇବ, ଯାହା କି ଆଜି ପାଇଁ ତାହାର ଆବଶ୍ୟକତା ରହିଛି। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ମିତ୍ର, ବନ୍ଧୁମାନଙ୍କ ପରାମର୍ଶ ମାନିବା ଭଲ। କଳା, ସଙ୍ଗୀତ, ସାହିତ୍ୟ ଓ ସାମ୍ବାଦିକତାରେ ସମ୍ମାନିତ ହେବେ।
ମକର
ମକର
ଆଜି ଆପଣ ଟିକିଏ ବିନୟର ସହ କହିଲେ ଯେ କେହି ଆପଣଙ୍କଠାରୁ କାମ ହାସଲ କରିନେବେ। ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍‌ କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
କୌଣସି ପ୍ରତିବନ୍ଧକ ଆଜି ଆପଣଙ୍କ କାମକୁ ଅଟକାଇ ରଖିପାରିବ ନାହିଁ। ମୁଣ୍ଡ ଖେଳାଇ ନ ହେବା କାମକୁ ମଧ୍ୟ କରି ଦେଇପାରିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ମଧ୍ୟ ପ୍ରଶଂସିତ ହୋଇପାରନ୍ତି। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ମୀନମୀନ
ଆଜି ଆକସ୍ମିକ ଭାବେ ଜଣେ ବନ୍ଧୁଙ୍କ ସହ ଦେଖା ହୋଇଯିବ, ଯେ କି ଆଗାମୀ ସମୟରେ ଆପଣଙ୍କ କାମକୁ ଆସିବେ। ପଡୋଶୀଙ୍କ କଥାରେ ଚିହ୍ନା ପଡି କୌଣସି କାମ କରିବା ଠିକ୍‌ ହେବ ନାହିଁ। ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?