Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ
ଆଜି ଘରର ବାକି ରହିଥିବା କାମକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବାଧ୍ୟ ହେବେ। ପୂର୍ବ ସ୍ଥିରୀକୃତ ଯାନ ବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ ମନ ବଳାଇପାରନ୍ତି। ଅଭାବ ନ ଥିଲେ ମଧ୍ୟ ଧାରକରଜ କରିପାରନ୍ତି। କିଛି ନୂଆ ତଥ୍ୟ ଓ ଅନୁସନ୍ଧାନ କ୍ଷେତ୍ରରେ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ପାରିବାରିକ ମତାନ୍ତର ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିପାରେ। ଅଫିସ୍‌ କାମରେ ବ୍ୟସ୍ତ ରହି ଘରୁ ବରାଦ ପାଇଥିବା ଜିନିଷଟି ଆଣିବାକୁ ଭୁଲିଯାଇପାରନ୍ତି। ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲ୍‌କା କରିବେ। ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ
ମିଥୁନ
ଜଣେ ସମ୍ପର୍କୀୟଙ୍କ ନିକଟରୁ କୌଣସି ନୂଆ ଖବର ପାଇ ଖୁସି ହୋଇପାରନ୍ତି। ବହୁ ଦିନରୁ ସମାଧାନ ହୋଇପାରୁ ନ ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି। ମନ ଭଲ ନ ଥିବା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ବ୍ୟସ୍ତ ହୋଇପାରନ୍ତି। ମନରେ ଅସ୍ଥିରତା ଲାଗି ରହିଲେ ମଧ୍ୟ କିଛି ଆଶା ନେଇ ଦୌଡିପାରନ୍ତି। କେତେକ କ୍ଷେତ୍ରରେ ବିରକ୍ତିଜନିତ ବାକ୍‌ ଅସଂଯମତା ଯୋଗୁଁ ବନ୍ଧୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟ, ପରିବହନ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଭଲରେ କଟିବ। କେତେକ କ୍ଷେତ୍ରରେ ଅନୁତାପ କରିବେ ସିନା କିଛି ଲାଭ ହେବନି। ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଆଳାପ ଆଲୋଚନା ମଧ୍ୟରେ ସମୟ ଅତିବାହିତ ହେବ।
କନ୍ୟା
ପରିବର୍ତ୍ତିତ ସମୟର କେତେକ ବ୍ୟତିକ୍ରମକୁ ନେଇ ଦୋଷୀ ରୂପେ ପରିଗଣିତ ହୋଇପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ଦିଗରେ କେତେକ ନିକଟତମ ବନ୍ଧୁ ଖୋରାକ ଯୋଗାଇବେ। ଅଫିସ ସମୟରେ ହଠାତ୍‌ କୌଣସି ଖବର ପାଇ ହତଚକିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହି ପାରନ୍ତି। ଆର୍ଥିକ ଦିଗଟି ଦୁର୍ବଳ ରହିଥିବାରୁ ସବୁ କାମରେ ପଛେଇ ଯିବେ।
ବିଛା
ବିଛା
ମନ କଥା ମନରେ ରଖି ସମସ୍ୟାର ସରଳ ସମାଧାନ କରିବେ। ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଭାବୁଥିବା କାମଟିକୁ ଶେଷ କରିପାରିବେନି, ଯଦିଓ ଏଥିପାଇଁ ଆଜି ବହୁତ ଚେଷ୍ଟା ଓ ପରିଶ୍ରମ କରିବାକୁ ପଡିବ। ପାରିବାରିକ କ୍ଷେତ୍ରରେ ଆପୋଷ ଆଲୋଚନା ଦ୍ୱାରା ବାତାବରଣ ଉତ୍ସାହଜନକ ରହିବ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଅଭାବ ଓ ସଂଘର୍ଷମୟ ସ୍ଥିତି ହେତୁ ଚିନ୍ତିତ ରହିବେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ। କଠିନଶ୍ରମ ଓ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ମଧ୍ୟ ଅନୁଭବ କରିବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ।
ମକର
ମକର
ଚିନ୍ତା କରିଥିବା କୌଣସି ନୂତନ ବନ୍ଧଙ୍କ ସହ ସମ୍ପର୍କ ସ୍ଥାପିତ ହେବାର ଉଜ୍ଜ୍ୱଳ ଆଶା ରହିଛି। ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ପ୍ରେସ୍‌, ପବ୍ଲିକେଶନ, ଆଇନ ଅଦାଲତ, ଗବେଷଣା, ଅନୁସନ୍ଧାନ, ନିର୍ମାଣ କାମରୁ ସୁଫଳ ମିଳିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ନିଜର ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବେ। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ଲାଗି ବନ୍ଧୁଙ୍କ ସହ ଆଲୋଚନା କରିବେ।
ମୀନମୀନ
ବାସ୍ତବତାକୁ ପ୍ରାଧାନ୍ୟ ଦେଉଥିବାରୁ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ବିରୋଧାମତ୍କ କଥାରେ ମନ୍ତବ୍ୟ ଦେଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ ହୋଇ ପଡୋଶୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ମାତିରହି ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?