Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ
ପରିବାରରେ ପୁଅ, ଝିଅଙ୍କ ସମ୍ପର୍କୀୟ ସମସ୍ୟା, ଭାଇ କିମ୍ବା ସହକର୍ମୀଙ୍କ ସହ ଝଗଡା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ମଧ୍ୟ ବିଶେଷ ଭଲ ରହିବ ନାହିଁ ଏବଂ ପୁରାତନ ରୋଗୀ ହଇରାଣ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ

ଆଜି ଆପଣ, ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ। ଅବଶ୍ୟ ବନ୍ଧୁ କିମ୍ବା ପିଲାମାନେ ଆପଣଙ୍କୁ ଏହି ଦିଗରେ ସାହାଯ୍ୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ କିନ୍ତୁ ଏହା ହିଁ ପରକ୍ଷଣରେ ସମସ୍ୟାକୁ ବୃଦ୍ଧି କରିବ।

ମିଥୁନ
ମିଥୁନ
ଆପଣ ଆଜି କିଛି କଡା ଭାଷା ପ୍ରୟୋଗ କରି ଶତ୍ରୁତା ଅର୍ଜନ କରିବେ। ଯେଉଁ କ୍ଷେତ୍ରରେ ଯାହାକି ନିଷ୍ପତ୍ତି ନେବେ ତାହା ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିବେ। ବିବାଦୀୟ କ୍ଷେତ୍ରରେ, ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ ଅବଶ୍ୟ ସବୁ କଥାରେ ନରମି ରହି ପାରିଲେ ହିଁ ସୁଫଳ ପାଇବେ। ପ୍ରକୃତ ଘଟଣା ନ ବୁଝି ସହକର୍ମୀ କ୍ରୋଧ ପ୍ରକାଶ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହା କି ଅଶାନ୍ତି ସୃଷ୍ଟି କରିବ।
ସି˚ହ
ସି˚ହ
ଆପଣ ବହୁତ ପୂର୍ବରୁ ଯେଉଁ ପ୍ରାପ୍ୟ ପାଇବାର ଥିଲା ଆଜି ହିଁ ତାହା ପାଇବାର ସୂଚନା ମିଳିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅପରାହ୍ନ ସମୟରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।
କନ୍ୟା
ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ରହିବ। ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ନେଇ ଚାଳନାରେ ସତର୍କ ରହିବା ଭଲ, ନତୁବା ହଇରାଣ ହେବେ। ପିଲାମାନଙ୍କ କୃତୀ ଓ କୃତିତ୍ୱ ସକାଶେ ଗର୍ବ ଅନୁଭବ କରିପାରନ୍ତି। ସହୃଦୟତାରୁ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ତୁଳା
ତୁଳା
ସବୁ କଥାରେ ନୀରବଦ୍ରଷ୍ଟା ସାଜିବା ଦ୍ୱାରା ଆଗାମୀ ସମୟରେ ହଇରାଣରେ ପଡିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି। ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। କଚେରୀ ମାମଲା,ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ଗବେଷଣା, ଆଲୋଚନା, ସମାଲୋଚନା କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରନ୍ତି।
ଧନୁ
ଧନୁ
ଆଜି ପଡୋଶୀ, ସହକର୍ମୀ କିମ୍ବା ଭାଇ, ଭଉଣୀଙ୍କ କ୍ଷେତ୍ରରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପରିବାରରେ ସାଧାରଣ କଥାକୁ ନେଇ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ କେତେକ ନୂତନ କାମର ପରିକଳ୍ପନା କରିବା ସଙ୍ଗକୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ମକର
ମକର

ଦୀର୍ଘଦିନରୁ କଥା କହୁ ନ ଥିବା ବନ୍ଧୁଟି ସହ ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। କର୍ମକ୍ଷେତ୍ରରେ ଟେନସନ୍‌ କିିଛି ମାତ୍ରାରେ କମିଯିବା କାରଣରୁ ଆଶ୍ୱସ୍ତି ଲାଭ କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ ସଙ୍ଗକୁ ସାମାଜିକ କାମରୁ ଖୁସି ରହିବେ। ଅପରାହ୍ନରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡା ଲାଗିପାରେ।

କୁମ୍ଭ
କୁମ୍ଭ
ଆଜି ପରିବାରରେ ପିଲାମାନଙ୍କର କିଛି ସମସ୍ୟା ମନକୁ ବିଚଳିତ କରିବ। ଏଣେ ଅଫିସ୍‌ରେ ମଧ୍ୟ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରିପାରନ୍ତି। ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ।
ମୀନମୀନ

ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଂକୁଚିତ ମନେ କରିବେ। ମନ ଭଲ ନ ଥିବା କାରଣରୁ କାହାର ଭଲ କଥା ମଧ୍ୟ ଆପଣଙ୍କୁ ଭଲ ଲାଗି ନ ପାରେ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ରେବତୀ ନକ୍ଷତ୍ର ଗୃହକାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?