Posted inRasifala

ରାଶିଫଳ: ସୋମବାର , ମେ ୨୭ ତାରିଖ – Daily Horoscope

ମେଷ
ଆଜି ସାହସିକ ପଦକ୍ଷେପ ନେବା କାରଣରୁ ପ୍ରତିବନ୍ଧକ ଦୂରେଇ ଯିବ। ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ନିଜ ତରଫରୁ ମିଶିବା ପାଇଁ ଆଗେଇ ଆସିବେ। ସ୍ବାସ୍ଥ୍ୟରେ ଅବନତି ସାଙ୍ଗକୁ ଦୁର୍ବଳତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ, କଳା,ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର୍ରରେ ନିଜର ସ୍ଥିତିକୁ ଦୃଢ କରିବାରେ ସମର୍ଥ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ କାମର ଚାପ ବୃଦ୍ଧି ପାଇବା କାରଣରୁ ଆଜି ବେଶି ବ୍ୟସ୍ତ ରହିବେ। ଚେଷ୍ଟା କରୁଥିବା ବ୍ୟବସାୟିକ କାମରେ ବିଶେଷ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। ଆର୍ଥିକ ଅସୁବିଧାକୁ ସୁଧାରିବା ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିବେ।
ମିଥୁନ
ମିଥୁନ
ଆଜି ଯେତିକି ପାଇବେ ପରିସ୍ଥିତି ଅନୁଯାୟୀ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଈର୍ଷାନ୍ବିତ ହୋଇ ନିଜର ଲୋକମାନେ ଅସୁବିଧାରେ ପକାଇବାକୁ ମସୁଧା କରିପାରନ୍ତି। ହଜିଯାଇଥିବା ଜିନିଷ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜଖବର ଆଜି ସନ୍ଧ୍ୟାରେ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବାର ଆଶା ରହିଛି।
କର୍କଟ
କର୍କଟ
ପରିସ୍ଥିତି ସହ ଟକ୍କର ଦେଇ ଆଗକୁ ବଢିବା ଲାଗି ଚେଷ୍ଟା ଅବ୍ୟାହତ ରଖିବେ। ଯେମିତି ଚିନ୍ତା କରୁଛନ୍ତି, ଠିକ୍‌ ସେହିପରି ହିଁ କରିପାରନ୍ତି। ଆଲୋଚନା ମଝିରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଶିଳ୍ପ, ପରିବହନ, ବ୍ୟବସାୟ,ସଂଗଠନ,ଗବେଷଣା ଓ ଆଇନ ଅଦାଲତ କ୍ଷେତ୍ରରେ ଟେନ୍ସନ ଦେଖାଦେବ।
ସି˚ହ
ସି˚ହ
ରବି ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥନୈତିକ ଦିଗ, ବନ୍ଧୁ ସମ୍ପର୍କ, ଯୋଗାଯୋଗ କ୍ଷେତ୍ରରେ ସୁଫଳ ପାଇବେ। ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ ପରିସ୍ଥିତିରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେଇପାରେ। କାମ ହାସଲରେ ପ୍ରିୟଜନଙ୍କ ସହଯୋଗ ରହିବ। ନୂତନ ଘର, ଗାଡି, କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇପାରନ୍ତି।
କନ୍ୟା
ଆଜିର ଗ୍ର୍ରହସ୍ଥିତି ସ୍ବାସ୍ଥ୍ୟ ପାଇଁ ଅନୁକୂଳ ନ ଥିବାରୁ ଜଗିରଖି ଚଳିବା ଭଲ। ଗୁରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବାରେ ଅସୁବିଧା ହେବନାହିଁ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟା ରହିବ।
ତୁଳା
ତୁଳା
ରାହୁମଙ୍ଗଳଙ୍କ ଯୋଗୁ ଲକ୍ଷ୍ମୀ ଯୋଗ ସୃଷ୍ଟି ହେଉଥିବାରୁ ଆର୍ଥିକ ସ୍ଥିତି, ଭୂମି ସମନ୍ଧୀୟ କାର୍ଯ୍ୟ, ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ। ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅଦଳବଦଳ ହୋଇଯିବାର ଆଶଙ୍କା ରହିଛି। ନୂତନ ଯାନ କିମ୍ବା ଦ୍ରବ୍ୟଲାଭରୁ ଖୁସି ହେବେ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଗୁରୁକ୍ଷେତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ଦେହ ଭଲ ରହିବ ଏବଂ ମାନସିକ ସ୍ତରରେ ଖୁସି ରହିବେ। ନିଜର ଅବହେଳାଜନିତ କାମଗୁଡିକୁ ଠିକ୍‌ ସମୟରେ ସମ୍ପନ୍ନ କରିପାରିବେ ନାହିଁ। କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ସମ୍ମାନ ଲଭିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଆପଣଙ୍କ ଭଲ ପରିସ୍ଥିତିରେ ଶୁଭେଚ୍ଛୁଙ୍କ ଅପେକ୍ଷା ଅସହିଷ୍ଣୁଙ୍କ ସଂଖ୍ୟା ଅଧିକ ରହିପାରେ। ନୂତନ ଯୋଜନା, ଅବହେଳିତ କାମ, ଆଲୋଚନା ପ୍ରଭୃତିରେ ସଫଳତା ମିଳିବ। ନିଜ ଲୋକ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ଉଚ୍ଚ ଆମତ୍ୀୟ ସ୍ବଜନଙ୍କ ଅସହଯୋଗରୁ ଚିନ୍ତିତ ହେବେ।
ମକର
ମକର
ଆଜି ବନ୍ଧୁଙ୍କ ସହ ମିତ୍ରତା ସ୍ଥାପନ କରି କାମ ହାତେଇବେ। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପରିବାରରେ ରୁଗ୍‌ଣ ସ୍ବାସ୍ଥ୍ୟ ଓ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ଲାଭ କରି ମନୋବଳ ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ର ସକାଶେ ଗ୍ରହ ସମ୍ପର୍କ ଅନୁକୂଳ ରହିଥିବାରୁ ପ୍ରତିବନ୍ଧକ ରହିବ ନାହିଁ। ଆର୍ଥିକ ଦୁରବସ୍ଥା ଦୂରେଇ ଯିବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ, ଏଥିପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ସଭାସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ

କର୍ମସ୍ଥ ଚନ୍ଦ୍ର ଯୋଗୁ ଭଲ ମନ ଓ ମହତ୍‌ ଉଦ୍ଦେଶ୍ୟ ନେଇ କଥାବାର୍ତ୍ତା କଲେ ମଧ୍ୟ ବନ୍ଧୁଙ୍କ ବିରାଗଭାଜନ ହୋଇପାରନ୍ତି। ପରିବାରରେ ପିଲାମାନଙ୍କ ଆଚରଣ ଓ କାଯର୍‌ୟକଳାପ ମନକୁ ବାଧିପାରେ। ରାଜନୀତି, ପ୍ରଶାସନ, ଆଇନ ଅଦାଲତ, ସଭାସମିତ, ଶିଳ୍ପ ଓ ବାଣିଜ୍ୟ ଦିଗରୁ ଦିନଟି ଭଲ ରହିବ। କୌଣସି ପାରିବାରିକ ସମସ୍ୟାରେ ଚିନ୍ତିତ ରହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?