Posted inRasifala

ରାଶିଫଳ: ଶୁକ୍ରବାର , ମେ ୨୪ ତାରିଖ – Daily Horoscope

ମେଷ
ଆଜି ଭାଇ, ବନ୍ଧୁଙ୍କ ସହ ପୂର୍ବଶତ୍ରୁତା, ପରିଶୋଧ ହୋଇ ନ ଥିବା ଋଣ ଏବଂ ଆକସ୍ମିକ ଦୂରଯାତ୍ରା ଟେନ୍ସନର କାରଣ ହେବ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଯଥା ପାଟିତୁଣ୍ଡ ଲାଗିପାରେ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡିପାରେ। ରାଜନୀତି, ପ୍ରଶାସନ, ଆଇନ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ସମ୍ପର୍କୀୟ କୌଣସି ପଦାଧିକାରୀ ଆପଣଙ୍କ ବ୍ୟକ୍ତିଗତ କାମ ପାଇଁ ସାହାଯ୍ୟ କରିପାରନ୍ତି। ଅଟକି ରହିଥିବା ଫାଇଲ୍‌ କାମ ପାଇଁ ମନରେ ଟେନ୍ସନ ଲାଗି ରହିବ। ମୃଗଶିରା ନକ୍ଷତ୍ର ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଶୁକ୍ରଙ୍କ ସୁପ୍ରଭାବଜନିତ ଅର୍ଥନୈତିକ କାରବାର ଉନ୍ନତ ରହିବ।
ମିଥୁନ
ମିଥୁନ
ଅର୍ଥନୈତିକ ଅବରୋଧ ଓ ସମସ୍ୟା ସମ୍ପର୍କିତ ଆଲୋଚନାରେ ସମୟ ଅତିବାହିତ ହେବ। ଭଲ ସମ୍ପର୍କ ରହିଥିବା ସ୍ଥାନରେ କିଛିଟା ଫାଟ ସୃଷ୍ଟି ଆଶଙ୍କା ରହିଛି। ପୁନର୍ବସୁ ନକ୍ଷତ୍ର ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆରମ୍ଭ କରିଥିବା କାମଟିରେ ପରିବାରର ସମର୍ଥନ ଲାଭ କରି କାର୍ଯ୍ୟହାସଲ କରିବେ।
କର୍କଟ
କର୍କଟ
ଆଜି ଭାଇ, ପଡ଼ୋଶୀ, ସହକର୍ମୀଙ୍କ ସହ ସମ୍ପର୍କରେ କିଛିଟା ନୂ୍ୟନତା ପରିଲକ୍ଷିତ ହେବ। ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସମସ୍ୟା ସୃଷ୍ଟି ହେବ। ବ୍ୟୟ ଅଟଳଳ କରିବେ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ,ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି।
ସି˚ହ
ସି˚ହ
ଆଜି କୈାଣସି କାମ କରିସାରିବା ପରେ ତାହାର ଭଲମନ୍ଦ ଦିଗର ବିଚାର କରି ଅନୁତାପ କରିବେ। ବନ୍ଧୁ ରାଗ ଶୁଝାଇବାକୁ ଯାଇ ପ୍ରତିଶୋଧ ନେବାର ମସୁଧା କରିପାରନ୍ତି। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ଉତ୍ତରାଫାଲଗୁନୀ ନକ୍ଷତ୍ରକୁ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
କନ୍ୟା
ଶୁକ୍ର ଓ ବୃହସ୍ପତିଙ୍କ ପ୍ରଭାବରେ ଆପଣଙ୍କ ସ୍ଥିତି ଦୃଢତର ରହିବ ଏବଂ ଆର୍ଥିକ ଉନ୍ନତିରେ ପୂର୍ଣ୍ଣଚ୍ଛେଦ ପଡିବ ନାହିଁ। ଘର ଲୋକେ କୌଣସି କଥାକୁ ବିରୋଧ କଲେ ବନ୍ଧୁଙ୍କ ଜରିଆରେ କାମ ହାସଲ କରିପାରିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ବିଫଳତା କାରଣରୁ ଅନ୍ୟକୁ ସହଜରେ ବିଶ୍ୱାସ କରିପାରିବେନାହିଁ। ମୋଟା ଅଙ୍କର ଅର୍ଥ କରଜ କରିବାକୁ ପଡିପାରେ।
ତୁଳା
ତୁଳା
ଅଧିକାଂଶ ସମୟ ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। ସତର୍କତା ରକ୍ଷା ନ କଲେ ନିଜ ଲୋକଙ୍କ ବିଶ୍ୱାସଘାତକତାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରିୟବନ୍ଧୁଙ୍କ ପରାମର୍ଶରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ଆନୁଷ୍ଠାନିକ କାର୍ଯ୍ୟକ୍ରମ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣା କାରଣରୁ ଆମତ୍ୀୟମାନେ ଦୂରେଇ ଯାଇ ପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ବିଶାଖା ନକ୍ଷତ୍ର ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପ୍ରଭୃତିରେ ଆଶାତୀତ ସଫଳତା ଲାଭ କରିବେ।
ଧନୁ
ଧନୁ
ଆଜି ସହକର୍ମୀଙ୍କ ସହ ଆଲୋଚନାର ଭଲମନ୍ଦ ଦିଗକୁ ନେଇ ମନ ଭାରାକ୍ରାନ୍ତ ରହିବ। ଏକାଧିକ ଗ୍ରହ ଦ୍ୱାଦଶଭାବକୁ ଦୃଷ୍ଟି ଦେଉଥିବାରୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। କୈାଣସି ଅପ୍ରୀତିକର ଖବର ପାଇ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ଏହାସାଙ୍ଗକୁ ଘରେ ସ୍ତ୍ରୀଙ୍କ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
ଆଜି କୌଣସି ସମସ୍ୟାର ସମ୍ମୁଖୀନ ହେବେ କିନ୍ତୁ ପରକ୍ଷଣରେ ସବୁକିଛି ଠିକ୍‌ ହୋଇଯିବ। ଯେମିତି ଚାହୁଁଥିଲେ ତା’ଠାରୁ ଅଧିକ ଶୁଭଫଳ ମନକୁ ଆମୋଦିତ କରିବ। ଭଲ ସମ୍ପର୍କ ନ ଥିବା ଲୋକଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ହଲ୍‌ଚଲ କରିପାରେ। ବ୍ୟବସାୟ, ପରିବହନ, ମାଲିମକଦ୍ଦମା ପାଇଁ ଅସୁବିଧା ରହିବ ନାହିଁ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ପ୍ରତି ସଚେତେନ ରହି ପ୍ରତ୍ୟେକ କାମ କରିବା ଭଲ ହେବ। ବିଭିନ୍ନ ଦିଗରୁ ଆଶା କରୁଥିବା ସାହାଯ୍ୟର ଅଭାବ ରହିବ ନାହିଁ। ପାରିବାରିକ ଓ କର୍ମକ୍ଷେତ୍ର ପୂର୍ବବତ୍‌ ଯଥାରୀତି ଚାଲୁ ରହିବ। ଅବଶ୍ୟ ଅପରାହ୍ନରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମୀନମୀନ

ଗ୍ରହମାନଙ୍କ ଶୁଭ ସମାବେଶରୁ ଦିନଟି ବହୁତ ଭଲ ରହିବ। ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ପାଇପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରନ୍ତି। ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାହିତ୍ୟ ଚର୍ଚ୍ଚା, ଯୋଗଶିକ୍ଷା ଏବଂ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେବାର ସୌଭାଗ୍ୟ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?