Posted inRasifala

ରାଶିଫଳ:ମଙ୍ଗଳବାର, ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ
ଆଜି ଆପଣ କଳାନୁରାଗୀ, ସଙ୍ଗୀତପ୍ରିୟ, ସାହିତ୍ୟରସିକ ଓ ଚଳଚ୍ଚିତ୍ରପ୍ରେମୀ ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। କାମଗୁଡ଼ିକ ଯଥା ସମୟରେ ହେଉ ନ ଥିବାରୁ ବିରକ୍ତ ହେବେ। ଆବଶ୍ୟକତା ପୂରଣ ପାଇଁ ବଡ଼ କଷ୍ଟରେ ଟଙ୍କା ଯୋଗାଡ଼ କରିବେ। ଆଜି ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରୁହନ୍ତୁ।
ବୃଷ
ବୃଷ
ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମନୋରଞ୍ଜନ କାର୍ଯ୍ୟରେ ଖଚ୍ଚ କରି ଅନୁତାପ କରିବେ। କେତେକ ସମୟରେ ପାଖରେ କାମ କରୁଥିବା ଲୋକଟି ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୋଇପାରନ୍ତି। ଯାହା କିଣିବା ପାଇଁ ମନ ବଳାଇଛନ୍ତି, ଆଜି ମନକୁ ନ ପାଇବା କାରଣରୁ ଫେରି ଆସିବାକୁ ପଡିବ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଫାଇଲ କାମ ବଢିଯିବ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣାର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ ସହ ବିନା କାରଣରେ କଳହ ଲାଗିପାରେ। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରି ଅସଫଳ ହେବେ। କର୍ମକ୍ଷେତ୍ରରେ କହିଥିବା କଥାଟିକୁ ଅନ୍ୟମାନେ ବଡ଼ ଆକାରରେ କଦର୍ଥ କରି ଚିନ୍ତା କରିବେ।
କର୍କଟ
କର୍କଟ
କେତେକ କ୍ଷେତ୍ରରେ ଯିଏ ଯାହା କହିଲେ ମଧ୍ୟ ତାହାକୁ ଭିନ୍ନ ଅର୍ଥରେ ଗ୍ରହଣ କରିବେ। ଖଳଲୋକମାନେ ଅପପ୍ରଚାର କରିପାରନ୍ତି, ତେଣେ ନିଜଲୋକଙ୍କଠାରୁ ମଧ୍ୟ ଆସ୍ଥା ହରାଇ ବସିବେ। ବନ୍ଧୁବାନ୍ଧବଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଖୋଜୁଥିବା ଜିନିଷର ସନ୍ଧାନ ସନ୍ଧ୍ୟାରେ ପାଇବେ।
ସି˚ହ
ସି˚ହ
ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବ୍ୟବସାୟ ଓ ରପ୍ତାନି ବାଣିଜ୍ୟରେ ଆଶାନୁରୂପ ଉନ୍ନତି ଘଟିବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ। ପରିସ୍ଥିତିରେ ପଡି ବହୁତ ଖର୍ଚ୍ଚ କରି ପରେ ମନସ୍ତାପ କରିବେ।
କନ୍ୟା
ଆଜି ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ। ବିବାଦରେ ମନସ୍ତାପ କରିବା ବ୍ୟତୀତ ଲାଭ କିଛି ହେବନି। ପାତର ଅନ୍ତର ନୀତିକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ହେବ ନାହିଁ। ଆୟ ଅପେକ୍ଷା ବ୍ୟୟ ଅଧିକ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଦିନଟି ସାମଗ୍ରିିକ ଦୃଷ୍ଟିକୋଣରୁ ଖୁସିରେ ଅତିବାହିତ ହେବ। କୌଣସି ମନଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ। ଫାଇଲ୍‌ କାମରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ।
ବିଛା
ବିଛା
ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ସ୍ବାସ୍ଥ୍ୟ ସାମାନ୍ୟ ଗଡ଼ବଡ଼ ହୋଇପାରେ।
ଧନୁ
ଧନୁ
ବନ୍ଧୁମାନଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଯେକୌଣସି କ୍ଷେତ୍ର ହେଉ ଆପଣ କିଛି କରନ୍ତୁ, ଚୁପଚାପ ହୋଇ ବସିରହିଲେ ବହୁ କ୍ଷତି ସହିବାକୁ ପଡିବ। ଆଜି ଅପରାହ୍ନରେ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବାର ସମ୍ଭାବନା ରହିଛି।
ମକର
ମକର
କିଛି ନ ବୁଝି କୌଣସି ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ। ଯଦି କହିବେ ତେବେ ଅଶାନ୍ତିକୁ ଆପଣେଇ ନେବା ଭଳି ହିଁ ପରିଣାମ ହୋଇପାରେ। ରାସ୍ଥାରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବାରେ ପଛେଇ ଯିବେ।
କୁମ୍ଭ
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଅଧ୍ୟୟନ ଓ ଆଧ୍ୟାତ୍ମିକତାରେ ଏକାଗ୍ରତା ଆଣିପାରିବେ। ଫେରିବା ବାଟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନମୀନ
ଆଜି ଆପଣ ହସିକି କଥା କହିବେ ଓ ବିଭିନ୍ନ କାମ ହାତକୁ ନେଇ କଳ୍ପନା ରାଇଜରେ ଘୂରି ବୁଲିବେ। କର୍ମକ୍ଷେତ୍ରରେ ଆପୋସ ଆଲୋଚନା ଓ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri