Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ
ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ ବିଶ୍ୱାସ କରି ଅସୁବିଧାରେ ପଡିପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସଫଳ ହେବେ। ସଭାସମିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟରୁ ଉତ୍ସାହିତ ହେବେ।
ବୃଷ
ବୃଷ
ଚନ୍ଦ୍ର ଲଗ୍ନର ଅଷ୍ଟମସ୍ଥ ଗ୍ରହମାନେ ଆପଣଙ୍କୁ ଶୁଭଫଳ ଦେବାର ସାମର୍ଥ୍ୟ ହରାଇପାରନ୍ତି। ଭାବପ୍ରବଣତାବଶତଃ ବନ୍ଧୁଙ୍କ ସହ ଥଟ୍ଟାମଜା କଥା ଅଶାନ୍ତିର କେନ୍ଦ୍ରବିନ୍ଦୁ ପାଲଟିବ । ପାପଗ୍ରହ ଯୁକ୍ତ ରାଶ୍ୟାଧିପ ମିତ୍ରକ୍ଷେତ୍ରସ୍ଥ ହେଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲ। ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ବ୍ୟବସାୟକୁ ବଢାଇପାରନ୍ତି।
ମିଥୁନ
ମିଥୁନ
ରାଶି ଓ ଚତୁର୍ଥାଧିପ ବୁଧ ଉଚ୍ଚାରୋହଣ କରୁଥିବାରୁ ସାମାଜିକ ସ୍ତରରେ ପ୍ରତିଷ୍ଠିତ କରାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ନେଇ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଲାଭର ମଉକା ପାଇବେ। କର୍ମାରମ୍ଭ ସହ ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
କର୍କଟ
କର୍କଟ
ପରିବାରାଧିପତି ଶୁକ୍ର ଭାଗ୍ୟଭାବସ୍ଥ ଯୋଗୁ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ। କର୍ମକ୍ଷେତ୍ରରୁ ସମ୍ମାନ ପ୍ରତିଷ୍ଠା ପାଇବାରେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଯିବ। ସ୍ଥଗିତ କାମକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାରେ ବିଫଳ ହୋଇପାରନ୍ତି।
ସି˚ହ
ସି˚ହ
ସପ୍ତମଭାବରେ ଏକାଧିକଗ୍ରହ ଅବସ୍ଥାନ କରିଥିବାରୁ ଯାତ୍ରା ସମସ୍ୟାବହୁଳ ହୋଇପାରେ। ଶିଳ୍ପ, ବାଣିଜ୍ୟ, ଆଇନ, ଅଦାଲତ ଓ ପ୍ରତିଯୋଗିତା କ୍ଷେତ୍ରରେ ସୁଫଳ ପାଇବା କଷ୍ଟକର ହେବ। ଭାଙ୍ଗି ପଡିଥିବା ସମ୍ପର୍କ ଯୋଡିବା ପାଇଁ ଚେଷ୍ଟାକଲେ ମଧ୍ୟ ବିଫଳ ହେବେ। ପଡୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ବ୍ୟଥା ଅନୁଭବ କରିବେ।
କନ୍ୟା
ରାଶି ଓ କର୍ମାଧିପ ଦୁଃସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ଆଶା ମଉଳିଯିବ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ ସକାଶେ ସମ୍ମତି ପ୍ରଦାନ କରିପାରନ୍ତି। ପଡୋଶୀଙ୍କ ସହ ପିଲା କଳିକୁ ନେଇ ଅଶାନ୍ତି ସୃଷ୍ଟି ହୋଇପାରେ। ଯାତ୍ରା, ସଭାସମିତି, ପ୍ରଶାସନ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ଦୂର ହୋଇଯିବ।
ତୁଳା
ତୁଳା
ଭାଗ୍ୟସ୍ଥ ବୃହସ୍ପତି ତୃତୀୟ ଏବଂ ଚତୁର୍ଥଭାବକୁ ଦେଖୁଥିବାରୁ ଭ୍ରାତୃ ସମ୍ପର୍କହାନି ସାଙ୍ଗକୁ ପାରିବାରିକ ସ୍ଥିତିକୁ ବେସାହାରା କରିପାରନ୍ତି। ଭୁଲ୍‌ ବୁଝାମଣାରୁ ଆତ୍ମୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ। ସ୍ତ୍ରୀକାରକ ଗ୍ରହ ଶୁକ୍ର ମିତ୍ର ଶନିଙ୍କ କ୍ଷେତ୍ରସ୍ଥ ହେତୁ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ବନ୍ଧୁଙ୍କ ସହ ମତାନ୍ତର ଦୂର ହେବ।
ବିଛା
ବିଛା
ଆଜିର ସ୍ବରାଶିସ୍ଥ ଚନ୍ଦ୍ର ଆପଣଙ୍କ ଉନ୍ନତ ଚିନ୍ତା ଓ ଯୋଜନାକୁ ସାକାର କରିବାରେ ସାହାଯ୍ୟ କରିବେ। ଶିକ୍ଷା, ସନ୍ତାନ, ମନ୍ତ୍ରଣା, ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ। ଅଯଥା କାମରେ ବ୍ୟୟାଧିକ୍ୟଜନିତ ମନସ୍ତାପ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହଯୋଗ ପାଇବେନାହିଁ।
ଧନୁ
ଧନୁ
ଦେବଗୁରୁ ବୃହସ୍ପତିଙ୍କ ଶୁଭଦୃଷ୍ଟି ନିରାମୟ ସ୍ବାସ୍ଥ୍ୟ ସାଙ୍ଗକୁ ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରଖିବେ। ବନ୍ଧୁ ସମ୍ପର୍କ, ଗୃହାରମ୍ଭ, ଯାନ କ୍ରୟ, ଆଭୂଷଣ ପ୍ରାପ୍ତି ହେବ। ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି ଓ ଆନୁଷ୍ଠାନିକ କାମରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ପରୀକ୍ଷା, ଇଣ୍ଟରଭ୍ୟୁ ଏବଂ ସାଙ୍ଗଠନିକ କ୍ଷେତ୍ରରେ ସଫଳତା ପାଇବେ।
ମକର
ମକର
ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମନ ଅନୁଯାୟୀ କାର୍ଯ୍ୟହାସଲ କରିବା ସହ ଅଭିଳଷିତ ଜିନିଷ ପାଇବେ। ସଭାସମିତି ଅବସରରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ନୂତନ କର୍ମାରମ୍ଭ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ। ଷଷ୍ଠଭାବରେ ବ୍ୟୟାଧିପ ସ୍ବାସ୍ଥ୍ୟ, ସମସ୍ୟା ସମାଧାନ, ଦୂରଯାତ୍ରା କ୍ଷେତ୍ରରେ ଖର୍ଚ୍ଚାନ୍ତ କରାଇପାରନ୍ତି।
କୁମ୍ଭ
କୁମ୍ଭ
ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ରାଜଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ଉଚ୍ଚାରୋହୀ ରବି ହେତୁ ସରକାରୀ ସୁବିଧା, କାର୍ଯ୍ୟସିଦ୍ଧି ସାଙ୍ଗକୁ ଲୋକସମ୍ପର୍କ ବଢ଼ିବ। ପ୍ରତିପକ୍ଷ ମିତ୍ରତାର ହାତ ବଢାଇବେ ଏବଂ ବିଭିନ୍ନ ଦିଗରୁ ସହଯୋଗ ପାଇବାରେ ଅସୁବିଧା ହେବନାହିଁ। ଅସୁବିଧାଜନକ ପରିସ୍ଥିତି ଦୂରେଇ ଯିବ ।
ମୀନମୀନ
ରାଶିରେ ଶୁକ୍ର ଏବଂ ଶନିଙ୍କ ସ୍ଥିତିଜନିତ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ସାମାଜିକ ସ୍ତରରେ ତ୍ୟାଗ, ସହନଶୀଳତା ଓ ଉଦାରତା ଗୁଣରୁ ପ୍ରଶଂସିତ ହେବେ। ବନ୍ଧୁମିଳନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପ୍ରଶାସନିକ ସ୍ତରରେ, ରାଜନୀତିରେ, ସଭାସମିତରେ ଓ ବାଣିଜ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri