Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ। ପରିବାର ସଦସ୍ୟଙ୍କ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ନିଜ ପରିସରରେ ରହୁଥିବା ଲୋକମାନେ ଅସୁବିଧାରେ ପକାଇ ବିଫଳ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ।
ବୃଷ
ବୃଷ
ନିଜର କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ନିକଟରୁ ଅଯାଚିତ ଭାବେ ସହାୟତା ପାଇବେ। କୃତ୍ତିକା ନକ୍ଷତ୍ରର ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଆକସ୍ମିକ ଭାବରେ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ଶୃଙ୍ଖଳା ଆସିବ। ଆପଣଙ୍କ କୃତୀ ଓ କୃତିତ୍ୱକୁ ବନ୍ଧୁ ଓ ପଡୋଶୀମାନେ ପ୍ରଶଂସା କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ସାଙ୍ଗକୁ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାର ଆଶା ରହିଛି।
କର୍କଟ
କର୍କଟ
ଭାବପ୍ରବଣତା ବୃଦ୍ଧି ପାଇବା କାରଣରୁ କୌଣସି କାମ ସୁବିଧାରେ ହୋଇପାରିବ ନାହିଁ। ଅଶ୍ଳେଷା ନକ୍ଷତ୍ର ପାଇଁ ଆକସ୍ମିକ ଭାବରେ ମିତ୍ରମାନେ ମଧ୍ୟ ଶତ୍ରୁ ଭଳି କାମ କରିବେ। ବନ୍ଧୁଙ୍କ କାମ ନ ହେବା କାରଣରୁ ସେ ଆପଣଙ୍କ ଉପରେ ଅଭିମାନ କରିପାରନ୍ତି। ପ୍ରଶାସନିକ ପୁନଃ ଆଦେଶପ୍ରକାରେ ଦୂରଯାତ୍ରା ସ୍ଥଗିତ ରହିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହେବାରେ ବନ୍ଧୁ ସହଯୋଗ କରିବେ। ପରିବହନ କ୍ଷେତ୍ରରେ ଆଶାନୁରୂପ ସୁଫଳ ଓ ଗବେଷଣା, ରାଜନୀତିରେ ଚେଷ୍ଟା ସଫଳ ହେବ। ପୂର୍ବାଫାଲଗୁନୀର ଆତ୍ମୀୟମାନେ ସ୍ବାର୍ଥହାନି ଆଶଙ୍କାରେ ଦୂରେଇଯିବେ। କର୍ମାରମ୍ଭ ସକାଶେ ଆନୁଷଙ୍ଗିକ ସହଯୋଗ ପାଇବେ।
କନ୍ୟା
ଚିତ୍ରା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ। ଆଲୋଚନା ପରିସରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ତୁଳା
ତୁଳା
ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକୁ ପୂରା ଦମ୍‌ରେ କରି ଚାଲିବେ। ବନ୍ଧୁଙ୍କ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜିର ଦୂର ଯାତ୍ରା ଓ ଭ୍ରମଣ ଯୋଗୁ କ୍ଲାନ୍ତି ଅନୁଭବ କରିବେ। ସ୍ବାତୀ ନକ୍ଷତ୍ର କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିପାରନ୍ତି।
ବିଛା
ବିଛା
ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟହାସଲରେ ଅସୁବିଧା ହେବ ନାହିଁ। ଅନୁରାଧାର ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବକେୟା ଅର୍ଥ ଆଦାୟ କରିବାରେ ବହୁତ ତକ୍‌ଲିଫ ଭୋଗିବାକୁ ପଡ଼ିବ। ଜମିଜମା ମାମଲାରେ ତଥା ପରିବହନ କ୍ଷେତ୍ରରେ ବିବାଦୀୟ ଘଟଣାର ଅବସାନ ଘଟିବ।
ଧନୁ
ଧନୁ
ଆକସ୍ମିକ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ବହୁତ ଦିନରୁ ରହିଯାଇଥିବା ଅଧାପନ୍ତରିଆ କାମଟିକୁ ଆଜି ହିଁ ପୂର୍ଣ୍ଣାଙ୍ଗ ରୂପ ଦେବେ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ମୂଳା ନକ୍ଷତ୍ରର ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବ।
ମକର
ମକର
କୌଣସି ନୂଆ କାର୍ଯ୍ୟ ହାସଲରେ ଖୁସି ହେବେ। ଅସହିଷ୍ଣୁ ଲୋକମାନେ ଅପପ୍ରଚାର କରିବା ସଙ୍ଗକୁ କାର୍ଯ୍ୟରେ ବିଘ୍ନ ଘଟାଇପାରନ୍ତି। ଉତ୍ତରାଷାଢା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆପଣଙ୍କ ସରଳତାର ସୁଯୋଗ ନେଇ ସହକର୍ମୀ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। ଶତଭିଷା ନକ୍ଷତ୍ରର ପରିବାର ମଧ୍ୟରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର, ପରିବହନ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିପାରେ।
ମୀନମୀନ
ପରିବାରର କେତେକ ବ୍ୟତିକ୍ରମକୁ ନେଇ ଦୁର୍ଭାବନା ବୃଦ୍ଧିପାଇ ପାରେ। ପ୍ରତିବନ୍ଧକ କାରଣରୁ ବ୍ୟବସାୟ, ଶିଳ୍ପ ତଥା ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଲାନ୍ତି ବୋଧ କରିବେ। ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri