Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ
ବ୍ୟୟସ୍ଥ ମଙ୍ଗଳ ହେତୁ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାରରେ ଅନ୍ୟକୁ ଆପଣାର କରିବେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ ନେଇ ଝଗଡା ଲାଗିପାରେ।
ବୃଷ
ବୃଷ
ବୁଧ ଯୁକ୍ତ କେତୁ ପ୍ରଭାବରେ କଥାକୁ ଠିକ୍‌ ଭାବରେ ନ ବୁଝି କଳହ ଲାଗିପାରେ। ଅଫିସରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ବେଶ୍‌ ଭଲରେ ଚାଲିଲେ ହେଁ କିଛି ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଶୁକ୍ରଙ୍କ ସ୍ଥିତିଜନିତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ବିଜୟଲାଭ କରିବେ। ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
ରାହୁଯୁକ୍ତ ଚନ୍ଦ୍ର କାରଣରୁ ଆଜି ବନ୍ଧୁଙ୍କ ସହ ବିବାଦ ଓ ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ପରିବାରରେ ପୂର୍ବ ସମସ୍ୟା ସମାଧାନରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ନେବେ। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ।
ସି˚ହ
ସି˚ହ
ଗୁରୁଶୌରୀ ଯୋଗ ପ୍ରଭାବରୁ ଧାର୍ମିକ କାର୍ଯ୍ୟ, ସତ୍‌ସଙ୍ଗ, ଦେବାର୍ଚ୍ଚନାରେ ମନ ବଳିବ। ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ। ସତ କଥା କହି ବିବାଦ ଘେରରେ ପଡି ପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ପ୍ରତି କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଶନିଙ୍କ ପ୍ରଭାବରୁ ସନ୍ଦେହର ସରବ୍ୟ ହେବେ। କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇ ଦେବ। ଅର୍ଥ କିମ୍ବା ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ସୁଫଳ ପାଇବେ।
ତୁଳା
ତୁଳା
ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ବନ୍ଧୁ ସମ୍ପର୍କ ଓ ସୁଚିନ୍ତିତ କାର୍ଯ୍ୟଧାରା କାର୍ଯ୍ୟରେ ସାହାଯ୍ୟ କରିବ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ନିର୍ଦ୍ଦିଷ୍ଟ କାରଣ ନ ଥାଇ, କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ରହିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ବିରକ୍ତ ହୋଇପାରନ୍ତି।
ବିଛା
ବିଛା
ଶନିଦୃଷ୍ଟ ମଙ୍ଗଳ ଯୋଗୁ ଯାହା ଖୋଜୁଛନ୍ତି ତାହା ଅବଶ୍ୟ ପାଇବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ନିଜେ ରହିବା ପରିସରରେ ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନ୍‌ସନ୍‌ ବଢିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କାମକୁ ସହଜ କରିବ। ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ପାପଗ୍ରହଯୁକ୍ତ ବୁଧ ହେତୁ ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି।
ମକର
ମକର
ବନ୍ଧୁମାନଙ୍କ ସହ ଆଲୋଚନା ପରିସରରେ ଚୁପ୍‌ ରହିବାକୁ ବାଧ୍ୟ ହେବେ। ପରିବାରରେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡିବ ସେଥିପାଇଁ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା, କାର୍ଯ୍ୟାରମ୍ଭ ଓ ଶୁଦ୍ଧଭାବନା ମନରେ ଭାବାନ୍ତର ସୃଷ୍ଟି କରିବ। ସାମାନ୍ୟ କେତେକ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଶତଭିଷା ନକ୍ଷତ୍ର ଆଶା ପୂରଣ ହେବ, ଅର୍ଥ ପାଇବେ, କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବେ। ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।
ମୀନମୀନ
ଆଜି ରାହୁ ଓ ଚନ୍ଦ୍ର ଚତୁର୍ଥ ସ୍ଥାନରେ ଥିବାରୁ ଘରର ପରିବେଶ ଅଶାନ୍ତ ରହିବ। ରେବତୀ ନକ୍ଷତ୍ର ସଭାସମିତିରେ ମିଠା କଥା କହି ପରିସ୍ଥିତି ସମ୍ଭାଳି ନେବେ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଯୋଜନା ପ୍ରସ୍ତୁତ କରିପାରନ୍ତି। ବାକି ରହିଥିବା ଅର୍ଥ ଆଦାୟ ହେବ। ବାକ୍‌ ଅସଂଯମତା ଯୋଗଁୁ ସୁସମ୍ପର୍କ ବ୍ୟାହତ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?