Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ
ପାପଗ୍ରହ ଦୃଷ୍ଟ ଚତୁର୍ଥଭାବ ଯୋଗୁଁ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ଅବଶ୍ୟ ଆର୍ଥିକ ଅଭିବୃଦ୍ଧି, ସକାଳୁଆ ଯାତ୍ରା କେତେକାଂଶରେ ଶାନ୍ତି ପ୍ରଦାୟକ ହେବ। ପାରିବାରିକ, ପରିବହନ,ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି ରହିବ।
ବୃଷ
ବୃଷ

ନୀଚାରୋହୀ ରାଶ୍ୟାଧିପ ହେଲେ ମଧ୍ୟ ସ୍ବାସ୍ଥ୍ୟ ବିଶେଷ ଭଲ ନ ଥିଲେ ମଧ୍ୟ ଗୁରୁତର ସମସ୍ୟା ରହିବ ନାହିଁ। ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ପାରିବାରିକ ସମସ୍ୟା ଲାଗି ରହିବାରୁ କର୍ମକ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ବନ୍ଧୁ ମିଳନ ସଭା ସମିତିରେ ସମ୍ମାନିତ ହେବେ।

ମିଥୁନ
ମିଥୁନ
ପ୍ରତିବନ୍ଧକ ମଧ୍ୟରେ କାମ ଅଟକି ଯିବା ସଙ୍ଗକୁ ଅର୍ଥ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶନିଙ୍କ ଦଶମଦୃଷ୍ଟି ପ୍ରଭାବରୁ ପିଲାଙ୍କ ଅଭିଯୋଗକୁ ନେଇ ଅନୁତାପ କରିବାକୁ ପଡିପାରେ। ସହକର୍ମୀଙ୍କ ବାକି ରହିଥିବା ଟଙ୍କା ପଇସାକୁ କେନ୍ଦ୍ର କରି ଅନର୍ଥ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ସ୍ବଗୃହୀ ବକ୍ରୀ ମଙ୍ଗଳ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। ବିଗତ ଦିନ ମାନଙ୍କରୁ ରହିଯାଇଥିବା କାମଗୁଡିକ ସହଜ ଓ ସୁବିଧାରେ ହେବ। ପାରିବାରିକ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅସନ୍ତୁଳନ କଥାବାର୍ତ୍ତାରୁ ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦିହୋଇ ମାନସିକ ସ୍ଥିରତା ହରାଇବେ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ କାମଗୁଡିକ ସୁବିଧାରେ ହୋଇପାରିବ ନାହିଁ। ରାଜନୀତି ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କନ୍ୟା
ଶନି ଦୃଷ୍ଟ ବୁଧ ହେତୁ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ଯାହା କାମକୁ ଆସିବନାହିଁ। ନିଜର ଆତ୍ମୀୟସ୍ବଜନଙ୍କ ସମସ୍ୟା ପାଇଁ ଚିନ୍ତା ବଢିପାରେ। ସଭାସମିତି, ମନୋରଞ୍ଜନାଦି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି।
ତୁଳା
ତୁଳା
କର୍ମାଧିପ ନିଜ ଭାବରୁ ଅଷ୍ଟମସ୍ଥ ଯୋଗୁଁ କାମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଆପଣ ଏପରି କି ଆଜି ନିଜ ଲୋକମାନଙ୍କ ଉପରେ ଭରସା କରିପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିବ।
ବିଛା
ବିଛା
ରାଶିରେ ମୁଣ୍ଡ ନ ଥିବା ଗ୍ରହ ଥିବାରୁ ସାବଧାନତା ସହକାରେ କାମ କରିବା ଭଲ ହେବ, ଅନ୍ୟଥା କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। କୌଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଶତ୍ରୁତା କରୁଥିବା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଅଧିକାଂଶ ସମୟ ଭଲ ଲାଗିବ ନାହିଁ। ଚତୁର୍ଥଭାବ ଶନିଙ୍କ ଦୃଷ୍ଟିରେ ଥିବାରୁ ପାରିବାରିକ ଜଞ୍ଜାଳ ବୃଦ୍ଧି ମନସ୍ତାପ ସୃଷ୍ଟି କରିବ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇବେ। ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର

ପାପଗ୍ରହ ମଧ୍ୟସ୍ଥ ଗୁରୁ ହେତୁ କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରୋକ୍ଷଶତ୍ରୁତା କାରଣରୁ କାମ ହାସଲ କରିବାରେ କେତେକ ପ୍ରତିବନ୍ଧକ ଦେଖାଦେବ। ପୁତ୍ରକନ୍ୟାଙ୍କୁ କେନ୍ଦ୍ରକରି ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି।

କୁମ୍ଭ
କୁମ୍ଭ
ଶୁକ୍ର ଦୃଷ୍ଟିରେ ଚନ୍ଦ୍ର ହେତୁ ସକାଳୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଆକସ୍ମିକ ଦୂର ଯାତ୍ରା କରିବାକୁ ପଡିପାରେ। ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆଜିର ବ୍ୟବସାୟ, ବାଣିଜ୍ୟ ମାନ୍ଦା ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବେ, କିନ୍ତୁ କିଛି ଲାଭ ହେବନି।
ମୀନମୀନ

ବୁଧ ରାଶିଠାରୁ ଅଷ୍ଟମସ୍ଥ ହେତୁ ପରିବାରରେ ସମସ୍ୟା ସମାଧାନ ନ ହେବା କାରଣରୁ ଟେନସନ୍‌ ବଢିଯିବ। କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଭୁଲ୍‌ ବୁଝାମଣାରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମେ ୫ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଏକାଧାରରେ ଶାରୀରିକ ଓ ମାନସିକ ସ୍ଥିତିକୁ ମଜଭୁତ ରଖିବ। ଉଚ୍ଚାରୋହୀ ଶୁକ୍ର ବିଳାସ ସାମଗ୍ରୀ ସହିତ ଅର୍ଥ, ସୁଖ...

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ଆଜି ଯେମିତି ଚାହୁଁଛନ୍ତି ଠିକ୍‌ ସେମିତି ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା...

ରାଶିଫଳ: ରବିବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ସ୍ବଗୃହୀ ଚତୁର୍ଥ ଚନ୍ଦ୍ର ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ବକ୍ରୀଶୁକ୍ରଙ୍କ ଯୋଗୁ ପରିବହନ, ବ୍ୟବସାୟ,ବାଣିଜ୍ୟରେ କିଛି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨ ତାରିଖ – Daily Horoscope

ମେଷ ଆଜି ଭାଗ୍ୟସ୍ଥାନକୁ ଛଅଟି ଗ୍ରହ ପ୍ରଭାବିତ କରୁଥିବାରୁ ଯେଉଁ କାମରେ ହାତ ଦେବେ ସେଥରେ ସଫଳତା ପାଇବା ନିଶ୍ଚିତ। ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି...

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ମଙ୍ଗଳଙ୍କ ସପ୍ତମରେ ଚନ୍ଦ୍ର ଯୋଗୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ସତର୍କତା ଅଭାବରୁ ଧନହାନି ଘଟିବାର ସୂଚନା ରହିଛି । କୌଣସି ବିଜାତୀୟ...

ରାଶିଫଳ: ବୁଧବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ କୌଣସି ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କାରୁ ମୁକ୍ତି...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ଆଜି ରାହୁଙ୍କ ସହ ମଙ୍ଗଳ ଓ ଚନ୍ଦ୍ର ଥିବାରୁ କୌଣସି ସିଦ୍ଧାନ୍ତ ନେବାରେ ଅସ୍ଥିରତା ଅନୁଭବ କରିବେ। ସାମାଜିକ ସ୍ତରରେ ନିଜ ଲୋକମାନେ ମଧ୍ୟ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସାହାଯ୍ୟ ଓ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି। ଯାନ୍ତ୍ରିକ ଶିଳ୍ପରେ ଉନ୍ନତି, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା...

Advertisement
Archives

Model This Week