Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ରର ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ।
ବୃଷ
ବୃଷ

କୌଣସି କ୍ଷେତ୍ରରେ ଅଯଥା ଅଧୈର୍ଯ୍ୟ ହୁଅନ୍ତୁ ନାହିଁ , ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ରୋହିଣୀ ନକ୍ଷତ୍ରର ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପାଖ ପଡ଼ୋଶୀଙ୍କ ସାହାଯ୍ୟ କାମକୁ ଆସିବ। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ସଭାସମିତିରେ ବିତର୍କଜନିତ ଅସ୍ଥିରତାର ସୂଚନା ମଧ୍ୟ ରହିଛି।

ମିଥୁନ
ମିଥୁନ
ଆଜିର ପ୍ରତ୍ୟୁଷ ଯାତ୍ରା ଦୀର୍ଘଦିନର ଆଶା ଓ ଅଭିଳାଷକୁ ସାକାର କରାଇବ। ମୃଗଶିରା ନକ୍ଷତ୍ରର ସ୍ବାସ୍ଥ୍ୟରେ ଉନ୍ନତି, ଗୃହ, ଜମିଜମା, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଆଜି ଅନୁକୂଳ ଫଳ ପାଇବେ। ମାଲିମକଦ୍ଦମା, ଗବେଷଣା, ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
କର୍କଟ
କର୍କଟ
କୌଣସି ଏକ ନୂତନ ପରିବେଶରେ ଭିନ୍ନ ପ୍ରକାର ସ୍ବାଦର ଅନୁଭୂତି ଲାଭ କରିବେ। ଭ୍ରମଣ ସୁଯୋଗ, ସତ୍‌ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନଜନିତ ମନ ଏକପ୍ରକାର ଖୁସି ରହିବ। ଅଶ୍ଳେଷାର ପାରିବାରିକ ଅସ୍ଥିରତା, ଅର୍ଥାଭାବ ହେତୁ କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ।
ସି˚ହ
ସି˚ହ
ମଘା ନକ୍ଷତ୍ରର ସାମୟିକ ପାରିବାରିକ ସମସ୍ୟା ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ସଦାବେଳେ ହାତଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅଧୁରା କାମକୁ ସମ୍ପନ୍ନ କରିବା ପାଇଁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ଚିତ୍ରା ନକ୍ଷତ୍ର ପାଇଁ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ତଥାପି ମନରେ ଶାନ୍ତି ଆସି ନ ପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆପଣଙ୍କର ଦୃଢ଼ ମନୋବଳ ସମସ୍ୟା ସମାଧାନରେ ସହାୟକ ହେବ।
ବିଛା
ବିଛା
ସାଧାରଣ କଥାରେ ମନରେ ବିରକ୍ତି ଜାଗ୍ରତ ହେବା ସହ କଥାଭାଷାର କଠୋରତା ବୃଦ୍ଧିପାଇବ। ଆନୁଷ୍ଠାନିକ କାମ କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନାଦିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବିଭିନ୍ନ କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି। ପୂର୍ବାଷାଢ଼ା ନକ୍ଷତ୍ରର ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କରୀ ରହିବ। ବ୍ୟବସାୟ, ଆଲୋଚନା, ଯାତ୍ରା କ୍ଷେତ୍ରରେ ଠିକ୍‌ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ।
ମକର
ମକର

ଆଜି ସତର୍କତା ଅଭାବରୁ ଧନହାନି, କଳହ କିମ୍ବା କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଧନିଷ୍ଠା ନକ୍ଷତ୍ରର ବାଣିଜ୍ୟ,ନିର୍ମାଣ ଓ ପରିବହନରେ ସମସ୍ୟା ଦେଖାଦେବାର ସୂଚନା ରହିଛି। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।

କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଶୁଭ ପ୍ରଭାବରୁ ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ। ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ଶତଭିଷା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକସମସ୍ୟା,ଜମିଜମା, ପିଲାଙ୍କ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିପାରେ।
ମୀନମୀନ

ପ୍ରିୟ ବନ୍ଧୁମାନଙ୍କ ଆଦରସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ। ପୂର୍ବଭାଦ୍ରବ ନକ୍ଷତ୍ର ଯୋଗୁ ଆଶାଜନକ ଅର୍ଥ, ସମ୍ମାନ, ଉପଢୌକନ, ବସ୍ତ୍ର ଭୂଷଣାଦି ପ୍ରାପ୍ତି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବ୍ରୁଆରି ୧୩ ତାରିଖ – Daily Horoscope

ମେଷ ଆଜି କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପ୍ରତିଯୋଗିତାରେ ସଫଳତା ଯୋଗୁ...

ରାଶିଫଳ: ଶନିବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସହ ଆନୁଷ୍ଠାନିକ କାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। କିନ୍ତୁ କୃତ୍ତିକା ନକ୍ଷତ୍ରର ସାମୟିକ ଭାବରେ ଗୃହ, ଭୂମି,...

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ଅର୍ଥସମ୍ପର୍କୀୟ କଳହର ଆଶଙ୍କା ରହିଛି। ଗୃହ, ଭୂମି, ଗାଡ଼ିମୋଟର, ବନ୍ଧୁବାନ୍ଧବ, ସହକର୍ମୀ, ଧାରକରଜ, ଟଙ୍କା ପଇସା ଦେବାନେବା କ୍ଷେତ୍ରରେ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ମିଳିବ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା...

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆଜି ଷଷ୍ଠାଧିପ ବୁଧ ଯୋଗୁ ପିଲାଙ୍କ ସ୍ବାସ୍ଥ୍ୟ, ବନ୍ଧୁଙ୍କ କାରନାମା, ଋଣଦାତାଙ୍କ ଭାଷଣବାଜିରୁ ଚିନ୍ତିତ ରହିବେ । ଭଲ ସମ୍ପର୍କ ନ ଥିବା ସହକର୍ମୀଙ୍କ...

ରାଶିଫଳ: ରବିବାର, ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ ଆଜି ସପ୍ତମଭାବସ୍ଥ ଗ୍ରହମାନଙ୍କୁ ଶନି ଓ ମଙ୍ଗଳ ଦେଖୁଥିବାରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ,ପରିବାର, ବାଣିଜ୍ୟ,ବ୍ୟବସାୟ, ଯାନ ବାହନ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ,...

ରାଶିଫଳ: ସୋମବାର, ଜୁନ୍‌ ୧୪ ତାରିଖ – Daily Horoscope

ମେଷ ବନ୍ଧୁମାନଙ୍କ ସହଯୋଗ ଲାଭ କରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ଉପରିସ୍ଥଙ୍କ ଅନୁକମ୍ପାରୁ ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ରାଜନୀତିରେ ଲକ୍ଷ୍ୟ ପୂରଣ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜିର କାମଗୁଡ଼ିକୁ ପୂରା ଦମ୍‌ରେ କରିବା ପାଇଁ ନଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ, କିନ୍ତୁ ସମ୍ପୂର୍ଣ୍ଣଭାବରେ ନୁହେଁ। ଜଳ, ତୈଳ, ବିଦ୍ୟୁତ୍‌ ବ୍ୟବସାୟରୁ...

Advertisement
Archives

Model This Week