Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ ଶୁଭଦୃଷ୍ଟି କର୍ମକ୍ଷେତ୍ରକୁ ଶୃଙ୍ଖଳିତ ରଖିବାରେ ସାହାଯ୍ୟ କରିବ। ତଥାପି ଆତ୍ମୀୟ କିମ୍ବା ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ଯୋଗୁ ସାମୟିକ ବିଚଳିତ ହୋଇପାରନ୍ତି।
ବୃଷ
ବୃଷ
ଶନି ସମେତ ଚାରୋଟିଗ୍ରହ ରାଶିକୁ ପ୍ରଭାବିତ କରୁଥିବାରୁ ଏକାଧିକ କାମରେ ଅନୁପ୍ରବେଶ କରିବେ। ଦୂରଯାତ୍ରା ସକାଶେ ବ୍ୟବସାୟିକ କ୍ଷେତ୍ର ପାଇଁ ଅସୁବିଧା ହେବ ନାହିଁ। ଆତ୍ମୀୟ ଅସହଯାଗ କଲେ ମଧ୍ୟ ସ୍ତ୍ରୀଙ୍କ ପ୍ରେରଣା, ପରାମର୍ଶ ଓ ସହଯୋଗରୁ ଉପକୃତ ହେବେ। ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତି ବଶତଃ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ପରିସ୍ଥିତି ଯାହା ହେଉନା କାହିଁକି ଆପଣ ବୃହସ୍ପତିଙ୍କ ପ୍ରଭାବରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବା ସାଙ୍ଗକୁ ମାନସିକ ସ୍ତରରେ ମଧ୍ୟ ଚାପଗ୍ରସ୍ତ ହେବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ମନ୍ଦ ନଥିଲେ ମଧ୍ୟ ପୁରୁଣା ଲୋନ୍‌ର ପରିଶୋଧ ଚିନ୍ତା ମନକୁ ଆକ୍ରାନ୍ତ କରି ରଖିବ।
କର୍କଟ
କର୍କଟ
ଶୁଭ ଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ, ସଦିଚ୍ଛା ସହ ବନ୍ଧୁବର୍ଗଙ୍କ ପ୍ରିୟଭାଜନ ହେବେ। କିନ୍ତୁ ଅଶ୍ଳେଷା ବିଚାରବୁଦ୍ଧି ହରାଇ ଅନ୍ୟମାନଙ୍କ କଥାରେ କୌଣସି କାମ କଲେ ଅସୁବିଧାରେ ପଡ଼ିବେ। ରାହୁଯୁକ୍ତ ଚନ୍ଦ୍ର କାରଣରୁ ଟେନସନ୍‌ ଲାଗିରହିବ। ଏହା ସାଙ୍ଗକୁ ପାରିବାରିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିପାରନ୍ତି।
ସି˚ହ
ସି˚ହ
ରବି କେନ୍ଦ୍ରସ୍ଥାନରେ ଅନ୍ୟ ଦୁଇଟି ଗ୍ରହ ସହ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଆଜି ଆପଣ ସମ୍ପୂର୍ଣ୍ଣ ଭାବରେ ସମସ୍ୟା ମୁକ୍ତ ନ ହେଲେ ମଧ୍ୟ ହାଲୁକା ମନେ କରିବେ। କ୍ରୀଡ଼ା,ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମୟିକ ଆନନ୍ଦପ୍ରାପ୍ତି ସାଙ୍ଗକୁ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ମୁଖ ଭାବରେ ବୁଧ ରହିଥିବା ଯୋଗୁ ଅପ୍ରିୟ ସତ୍ୟ କହି ସୁସମ୍ପର୍କକୁ ତିକ୍ତ କରିପାରନ୍ତି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ଉଦ୍ୟମ ନିଷ୍ଫଳ ହେବନାହିଁ। ଆପଣଙ୍କ କର୍ତ୍ତବ୍ୟନିଷ୍ଠା, କାର୍ଯ୍ୟଦକ୍ଷତା ଏବଂ ଉନ୍ନତ ଚିନ୍ତା ପଦାଧିକାରୀଙ୍କ ପ୍ରିୟଭାଜନ କରାଇବ। ସଭାସମିତିରେ ପ୍ରଶଂସିତ ହେବେ।
ତୁଳା
ତୁଳା
ଏକାଧିକ ଗ୍ରହ ଧନ ସ୍ଥାନରେ ରହି ବୈଷୟିକ ଅଭିବୃଦ୍ଧି ଘଟାଇପାରନ୍ତି। ପୂର୍ବ ପରିକଳ୍ପିତ କୌଣସି ନୂତନ କର୍ମାରମ୍ଭ ସକାଶେ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିପାରନ୍ତି। ଅଭାବ ନଥିଲେ ମଧ୍ୟ ପରିସ୍ଥିତିବଶତଃ କୌଣସି ଜିନିଷ ସହଜଲଭ୍ୟ ହୋଇ ନ ପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା କୌଶଳ ପ୍ରୟୋଗ କରି ଜୟଯୁକ୍ତ ହେବେ।
ବିଛା
ବିଛା
ଆଜିର ଦୁର୍ବଳ ରବି ଓ ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ମନରେ ହତାଶାଭାବ ସଂଚାର କରିପାରେ। ବାଣିଜ୍ୟ ଓ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। କାର୍ଯ୍ୟକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ରାଜନୈତିକ ସ୍ଥିତିରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଚତୁର୍ଥଭାଗରେ ଶନି ଷଷ୍ଠଭାଗକୁ ଅବଲୋକନ କରି ରୋଗ, ଋଣ ଓ ଶତ୍ରୁତାର ବିଲୋପ ଘଟାଇବେ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଠିକ୍‌ ବିଚାର ବ୍ୟତୀତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି। ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟାରେ ନଜେ ସାମିଲ ହୋଇ ଅନ୍ୟମନସ୍କ ରହିପାରନ୍ତି।
ମକର
ମକର
ଗୁରୁ ଦୃଷ୍ଟ ଶନିଙ୍କ ଯୋଗୁ ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧାରିବାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। କାମରେ ପ୍ରତିବନ୍ଧକ ଘଟିବା କାରଣରୁ ମନ ଦୁଃଖ ହୋଇପାରେ। ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ପ୍ରଭୃତିରେ ସଫଳତା ମିଳିବ। ଯେତେ ଭଲ କଲେ ମଧ୍ୟ ନିଜ ଲୋକଙ୍କଠାରୁ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ବୁଧଙ୍କ ଭାଗ୍ୟଭାବ ସ୍ଥିତି ଯୋଗୁ ଆଜି ଯାହା ଚାହୁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିବାରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। କୌଶଳ ପ୍ରୟୋଗ କରି ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ରହିବ ନାହିଁ।
ମୀନମୀନ
କର୍ମାଧିପ ସ୍ବଭାବରୁ ଅଷ୍ଟମସ୍ଥ ଯୋଗୁ ନିର୍ଦ୍ଦିଷ୍ଟ ସମୟରେ କୌଣସି କାମ କରିପାରିବେ ନାହିଁ। ସମସ୍ୟା ସମାଧାନ ବେଳକୁ ଅନ୍ୟ ଏକ ସମସ୍ୟା ବିବ୍ରତ କରିପାରେ। ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ବୃତ୍ତି, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ସାଙ୍ଗକୁ ଦୂରଯାତ୍ରାରେ ସଫଳତା ମଧ୍ୟ ପାଇପାରିବେ।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

ରାଶିଫଳ: ଶନିବାର, ମେ ୩୦ ତାରିଖ – Daily Horoscope

ମେଷ ପରିସ୍ଥିତିର ବିଷମତା କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ବିବାଦୀୟ ସ୍ଥିତି ଉପତ୍ନ ହେବ। ଆବଶ୍ୟକତା ପୂରଣ ପାଇଁ କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri