Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଯୋଗୁ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୁଯାୟୀ ପରିସ୍ଥିତିକୁ ସାମ୍ନା କଲେ ଉପକୃତ ହେବେ। ଅଫିସ୍‌ କାମରେ ମିଥ୍ୟା ଅଭିଯୋଗ ଲାଗି ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ସମସ୍ୟାର ସରଳ ସମାଧାନ କରି ଆମତ୍ତୃପ୍ତି ଲାଭ କରିବେ।
ବୃଷ
ବୃଷ
କୌଣସି କ୍ଷେତ୍ରରେ ପ୍ରତିବାଦ କଲେ ଅପଦସ୍ଥ ହେବେ ଓ ବିଫଳତା ଯୋଗୁ ମନସ୍ତାପ କରିବେ। ଦୂରଯାତ୍ରା ସକାଶେ ବ୍ୟବସାୟିକ କ୍ଷେତ୍ର ପାଇଁ ଅସୁବିଧା ହେବ ନାହିଁ। ଆତ୍ମୀୟମାନେ ଅସହଯୋଗ କଲେ ମଧ୍ୟ ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ। ଇଚ୍ଛା ନ ଥାଇ ପରିସ୍ଥିତିବଶତଃ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରନ୍ତି। ଦାୟିତ୍ୱ ବଢ଼ିବାରୁ ମାନସିକ ଚାପ ବଢ଼ିବ। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ପୁରୁଣା ଲୋନ୍‌ ପରିଶୋଧ ଚିନ୍ତା ମନକୁ ଆକ୍ରାନ୍ତ କରିବ। ସନ୍ତାନଙ୍କ ବିବାହ ସମ୍ପର୍କୀୟ ସମସ୍ୟା ଲାଗି ଆନମନା ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମ୍ମାନ, ସଦିଚ୍ଛା ସହ ଗସ୍ତ କାର୍ଯ୍ୟକ୍ରମ ବଢି ପାରେ। ଅନ୍ୟମାନଙ୍କ କଥା ଶୁଣି କୌଣସି କାମ କଲେ ଅସୁବିଧାରେ ପଡିବେ। ଟେନସନ୍‌ କିିଛି ମାତ୍ରାରେ ଲାଗିରହିଲେ ହେଁ ପୁଷ୍ପା ନକ୍ଷତ୍ରର କିଛି ଅସୁବିଧା ହେବନାହିଁ। ପରିବହନ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ।
ସି˚ହ
ସି˚ହ
ସମ୍ପୂର୍ଣ୍ଣ ଭାବରେ ସମସ୍ୟା ମୁକ୍ତ ନ ହେଲେ ମଧ୍ୟ କେତେକାଂଶରେ ହାଲୁକା ମନେ କରିବେ। କ୍ରୀଡ଼ା, ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ସାଧାରଣ କଥାରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି।
କନ୍ୟା
ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ ହେତୁ ବ୍ୟସ୍ତତା ବୃଦ୍ଧି କରିପାରନ୍ତି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଦୂରଯାତ୍ରା ସମ୍ପର୍କରେ ଚିନ୍ତା ବଢିବ କିନ୍ତୁ ବନ୍ଧୁମାନଙ୍କ ଆଶ୍ୱାସନାରୁ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ତୁଳା
ତୁଳା
କୌଣସି ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ହୋଇପାରନ୍ତି। ଅଭାବ ନ ଥିଲେ ମଧ୍ୟ ପରିସ୍ଥିତିବଶତଃ କୌଣସି ଜିନିଷ ସହଜଲଭ୍ୟ ନ ହୋଇପାରେ। କର୍ମକ୍ଷେତ୍ରରେ ନିଜର କଳାକୌଶଳ ପ୍ରୟୋଗ କରି ଜୟଯୁକ୍ତ ହେବେ। ଯୋଜନାକୁ ବାସ୍ତବ ରୂପ ଦେବାରେ ବନ୍ଧୁମାନଙ୍କ ସହାୟତାରେ ସଫଳ ହେବେ।
ବିଛା
ବିଛା
କଥା ଓ କାମର ତାଳମେଳ ନ ରହିବା ଆପଣଙ୍କ ସକାଶେ ଦୁଶ୍ଚିନ୍ତାର ମାତ୍ରାକୁ ବଢାଇ ଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। କାର୍ଯ୍ୟକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ରାଜନୈତିକ ସ୍ଥିତିରେ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁ ସାହାଯ୍ୟ ପ୍ରତିଶ୍ରୁତିରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ଦୋଷତ୍ରୁଟି ଖୋଜି ବୁଲିଲେ କାର୍ଯ୍ୟହାନୀ ସଙ୍ଗକୁ ଶତ୍ରୁତା ବଢିଯିବ। କୌଣସି ଜିନିଷର ଅଭାବକୁ କେନ୍ଦ୍ରକରି ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ। ପାରିବାରିକ କୌଣସି ସମସ୍ୟାରେ ସାମିଲ୍‌ ହୋଇ ଅନ୍ୟମନସ୍କ ରହିପାରନ୍ତି।
ମକର
ମକର
କୌଣସି କାମରେ ବାରମ୍ବାର ପ୍ରତିବନ୍ଧକ ଘଟିବା କାରଣରୁ ଦୁଃଖିତ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ହାତକୁ ନେଇଥିବା କାମ, କଚେରି ମାମଲାରେ ସଫଳତା ମିଳିବ। ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ଅନ୍ୟମାନେ ପରୋକ୍ଷ ଭାବରେ ତାହା କରାଇ ନ ଦେବାକୁ ଚେଷ୍ଟା କରିପାରନ୍ତିି। ପାରିବାରିକ କ୍ଷେତ୍ରରେ କିଛିଟା ସମସ୍ୟା ଆସିବା କାରଣରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ। ଏହା ସଙ୍ଗକୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ।
ମୀନମୀନ
ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ କରି ନ ପାରିବା କାରଣରୁ ମାନସିକ ସ୍ତରରେ ଗ୍ଳାନି ଅନୁଭବ କରିପାରନ୍ତି। କୌଣସି ଗୋଟିଏ ସମସ୍ୟା ସମାଧାନ କରିବା ବେଳକୁ ଅନ୍ୟ ଏକ ସମସ୍ୟା ଆସିପାରେ। ପାରିବାରିକ ଅଶାନ୍ତି ଥିଲେ ମଧ୍ୟ ସାମୂହିକ କାମରେ ଅନ୍ୟ ପାଇଁ କାମ କରିବାରେ ପଛାଇବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?