Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ
ଆଜି ଦୀର୍ଘ ସମୟ ଧରି ପାରିବାରିକ ଅସ୍ଥିରତା ଯୋଗୁ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ପୂର୍ବ ଯୋଜନା ଅନୁଯାୟୀ ପରିସ୍ଥିତିକୁ ସାମ୍ନା କଲେ ଉପକୃତ ହେବେ। ଅଫିସ୍‌ କାମରେ ମିଥ୍ୟା ଅଭିଯୋଗ ଲାଗି ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ସମସ୍ୟାର ସରଳ ସମାଧାନ କରି ଆମତ୍ତୃପ୍ତି ଲାଭ କରିବେ।
ବୃଷ
ବୃଷ
କୌଣସି କ୍ଷେତ୍ରରେ ପ୍ରତିବାଦ କଲେ ଅପଦସ୍ଥ ହେବେ ଓ ବିଫଳତା ଯୋଗୁ ମନସ୍ତାପ କରିବେ। ଦୂରଯାତ୍ରା ସକାଶେ ବ୍ୟବସାୟିକ କ୍ଷେତ୍ର ପାଇଁ ଅସୁବିଧା ହେବ ନାହିଁ। ଆତ୍ମୀୟମାନେ ଅସହଯୋଗ କଲେ ମଧ୍ୟ ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ। ଇଚ୍ଛା ନ ଥାଇ ପରିସ୍ଥିତିବଶତଃ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବା ସକାଶେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇପାରନ୍ତି। ଦାୟିତ୍ୱ ବଢ଼ିବାରୁ ମାନସିକ ଚାପ ବଢ଼ିବ। ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ପୁରୁଣା ଲୋନ୍‌ ପରିଶୋଧ ଚିନ୍ତା ମନକୁ ଆକ୍ରାନ୍ତ କରିବ। ସନ୍ତାନଙ୍କ ବିବାହ ସମ୍ପର୍କୀୟ ସମସ୍ୟା ଲାଗି ଆନମନା ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମ୍ମାନ, ସଦିଚ୍ଛା ସହ ଗସ୍ତ କାର୍ଯ୍ୟକ୍ରମ ବଢି ପାରେ। ଅନ୍ୟମାନଙ୍କ କଥା ଶୁଣି କୌଣସି କାମ କଲେ ଅସୁବିଧାରେ ପଡିବେ। ଟେନସନ୍‌ କିିଛି ମାତ୍ରାରେ ଲାଗିରହିଲେ ହେଁ ପୁଷ୍ପା ନକ୍ଷତ୍ରର କିଛି ଅସୁବିଧା ହେବନାହିଁ। ପରିବହନ, ଶିଳ୍ପ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ।
ସି˚ହ
ସି˚ହ
ସମ୍ପୂର୍ଣ୍ଣ ଭାବରେ ସମସ୍ୟା ମୁକ୍ତ ନ ହେଲେ ମଧ୍ୟ କେତେକାଂଶରେ ହାଲୁକା ମନେ କରିବେ। କ୍ରୀଡ଼ା, ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ସାଧାରଣ କଥାରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବାର ସୂଚନା ରହିଛି।
କନ୍ୟା
ବିଳମ୍ବିତ ସମୟରେ କାର୍ଯ୍ୟ ହାସଲ ହେତୁ ବ୍ୟସ୍ତତା ବୃଦ୍ଧି କରିପାରନ୍ତି। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଦୂରଯାତ୍ରା ସମ୍ପର୍କରେ ଚିନ୍ତା ବଢିବ କିନ୍ତୁ ବନ୍ଧୁମାନଙ୍କ ଆଶ୍ୱାସନାରୁ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ତୁଳା
ତୁଳା
କୌଣସି ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ହୋଇପାରନ୍ତି। ଅଭାବ ନ ଥିଲେ ମଧ୍ୟ ପରିସ୍ଥିତିବଶତଃ କୌଣସି ଜିନିଷ ସହଜଲଭ୍ୟ ନ ହୋଇପାରେ। କର୍ମକ୍ଷେତ୍ରରେ ନିଜର କଳାକୌଶଳ ପ୍ରୟୋଗ କରି ଜୟଯୁକ୍ତ ହେବେ। ଯୋଜନାକୁ ବାସ୍ତବ ରୂପ ଦେବାରେ ବନ୍ଧୁମାନଙ୍କ ସହାୟତାରେ ସଫଳ ହେବେ।
ବିଛା
ବିଛା
କଥା ଓ କାମର ତାଳମେଳ ନ ରହିବା ଆପଣଙ୍କ ସକାଶେ ଦୁଶ୍ଚିନ୍ତାର ମାତ୍ରାକୁ ବଢାଇ ଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ହେବେ। କାର୍ଯ୍ୟକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ରାଜନୈତିକ ସ୍ଥିତିରେ ସମସ୍ୟା ସମାଧାନ ହୋଇଯିବ। ବନ୍ଧୁ ସାହାଯ୍ୟ ପ୍ରତିଶ୍ରୁତିରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ଦୋଷତ୍ରୁଟି ଖୋଜି ବୁଲିଲେ କାର୍ଯ୍ୟହାନୀ ସଙ୍ଗକୁ ଶତ୍ରୁତା ବଢିଯିବ। କୌଣସି ଜିନିଷର ଅଭାବକୁ କେନ୍ଦ୍ରକରି ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ। ପାରିବାରିକ କୌଣସି ସମସ୍ୟାରେ ସାମିଲ୍‌ ହୋଇ ଅନ୍ୟମନସ୍କ ରହିପାରନ୍ତି।
ମକର
ମକର
କୌଣସି କାମରେ ବାରମ୍ବାର ପ୍ରତିବନ୍ଧକ ଘଟିବା କାରଣରୁ ଦୁଃଖିତ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ହାତକୁ ନେଇଥିବା କାମ, କଚେରି ମାମଲାରେ ସଫଳତା ମିଳିବ। ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ଅନ୍ୟମାନେ ପରୋକ୍ଷ ଭାବରେ ତାହା କରାଇ ନ ଦେବାକୁ ଚେଷ୍ଟା କରିପାରନ୍ତିି। ପାରିବାରିକ କ୍ଷେତ୍ରରେ କିଛିଟା ସମସ୍ୟା ଆସିବା କାରଣରୁ ମନ ମଧ୍ୟ ଭାରାକ୍ରାନ୍ତ ରହିବ। ଏହା ସଙ୍ଗକୁ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢିପାରେ।
ମୀନମୀନ
ପ୍ରତ୍ୟେକ କାମ ନିର୍ଦ୍ଦିଷ୍ଟ ସମୟରେ କରି ନ ପାରିବା କାରଣରୁ ମାନସିକ ସ୍ତରରେ ଗ୍ଳାନି ଅନୁଭବ କରିପାରନ୍ତି। କୌଣସି ଗୋଟିଏ ସମସ୍ୟା ସମାଧାନ କରିବା ବେଳକୁ ଅନ୍ୟ ଏକ ସମସ୍ୟା ଆସିପାରେ। ପାରିବାରିକ ଅଶାନ୍ତି ଥିଲେ ମଧ୍ୟ ସାମୂହିକ କାମରେ ଅନ୍ୟ ପାଇଁ କାମ କରିବାରେ ପଛାଇବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri