Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ
ଶନି ଓ ଗୁରୁଦୃଷ୍ଟ ତୃତୀୟଭାବ ହେତୁ ଅତି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇବେ। କର୍ମକ୍ଷେତ୍ରରେ ବହୁତ ଦାୟିତ୍ୱ ହାତକୁ ନେବାକୁ ପଡ଼ିବ। ମନେ ମନେ ଭାବୁଥିବା କାମ ହାସଲ କରିବେ ଓ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ।
ବୃଷ
ବୃଷ
କୌଣସି ଏକ ସାଧାରଣ କଥାକୁ କେନ୍ଦ୍ରକରି ହଠାତ୍‌ ଆତ୍ମୀୟଙ୍କ ସହ ମତାନ୍ତର ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳ ମଧ୍ୟ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପଡିବ। ପରିବାର ଭିତରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମିଥୁନ
ମିଥୁନ
ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପାରିବାରିକ ଅଶାନ୍ତି କ୍ରମଶଃ ବଢୁଥିବାରୁ ନୀରବ ରହିବାକୁ ବାଧ୍ୟ ହେବେ। ଯେତେ ଭଲ କାମ କରିଲେ ମଧ୍ୟ ସମାଲୋଚିତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସଙ୍ଗକୁ ସମସ୍ୟା ସୁଧାରିନେବାର ପ୍ରଯତ୍ନ କରିବେ। ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
ଆଜି କୌଣସି ଦୁଃଖଦ ଖବର ମନକୁ ସାମୟିକ ବିଚଳିତ କରିପାରେ। ସଭାସମିତି କିମ୍ବା ବନ୍ଧୁଙ୍କ ସହ ଆଲୋଚନା କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ସତ କଥା କହିବାରୁ କେତେକ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରି ନିଜକୁ ସଂକୁଚିତ ମନେକରିପାରନ୍ତି।
କନ୍ୟା
ଆକସ୍ମିକ ଭାବରେ କିଛି ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ଆନୁଷ୍ଠାନିକ କାମରେ ଅନ୍ୟମାନଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି କଥାରେ ହିଁ ସୀମିତ ରହିଯିବ।
ତୁଳା
ତୁଳା
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ମତଭେଦ ଘଟିବାର ସମ୍ଭାବନା ରହିଛି। ବାଣିଜ୍ୟ ବ୍ୟବସାୟ ପରିବହନରୁ ଲାଭବାନ ହେବେ। ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନରେ ପାଇ ଖୁସି ହେବେ। ତଥାପି ଆର୍ଥିକ ସଂକଟ କେତେକ ବ୍ୟତିକ୍ରମ ସୃଷ୍ଟି କରିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ପରେ ଚିନ୍ତା କରିବାକୁ ପଡିବ। ଅନ୍ୟମାନଙ୍କ ସମର୍ଥନ ନ ପାଇ କେତେକ କାମରେ ଦୂରେଇ ରହିବାକୁ ବାଧ୍ୟ ହେବେ । ଗାଡି, ମୋଟର, ପୁରୁଣା ଘର ମରାମତି ସକାଶେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। କଳା, ସାହିତ୍ୟ କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ।
ଧନୁ
ଧନୁ
ବିଭିନ୍ନ କାମର ଚାପ ହେତୁ କ୍ଲାନ୍ତି ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ ନ କଲେ ମନସ୍ତାପ କରିବାକୁ ପଡିପାରେ। କେତେକ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ, ମାତ୍ର ଇଚ୍ଛା କରୁଥିବା ଜିନିଷଟି ନିଶ୍ଚିତ ପାଇ ପାରିବେ। କର୍ମକ୍ଷେତ୍ରରେ ନିଜର ଅନିଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ଅନୁକୂଳ ସମୟ ନ ଥିବାରୁ ଘରେ ଓ ବାହାରେ ଅଶାନ୍ତି ଅନୁଭବ କରିବେ। ଏଣେ ନିଜ ଲୋକ ଉପରେ ଭରସା କରିପାରିବେ ନାହିଁ। ସଭାସମିତି, ପରିବହନ, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକ୍ରାନ୍ତ ରହିପାରେ। ମାନସିକ ଚାପଗ୍ରସ୍ତ ହୋଇ ପାରିବାରିକ ସମସ୍ୟା ପ୍ରତି ବୀତସ୍ପୃହ ରହିପାରନ୍ତି। କେତେକ କ୍ଷେତ୍ରରେ ନିଜର ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବେ। ପିଲାଙ୍କ ବିବାହ ସମ୍ପର୍କୀୟ ପ୍ରସ୍ତୁତି ଲାଗି ବନ୍ଧୁଙ୍କ ସହ ଆଲୋଚନା କରିବେ।
ମୀନମୀନ
ପରିବାରରେ ସମସ୍ୟା ସମାଧାନ, ପରିବହନରେ ଅର୍ଥଲାଭ, ନିର୍ମାଣରେ ଅଗ୍ରଗତି ହେତୁ ଖୁସି ଅନୁଭବ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିପାରିବେ ନାହିଁ। ପର କଥାରେ ମୁଣ୍ଡ ନ ପୂରାଇବା ଭଲ କାରଣ ଅଯଥା ଟେନ୍‌ସନ ବଢ଼ିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧୫ ତାରିଖ – Daily Horoscope

ମେଷ କାମକୁ ସହଜ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଭୁଲ୍‌ କାମ କରି ଅନୁତପ୍ତ ହେବେ। ପାଖକୁ…

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?