Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
କର୍ମସ୍ଥ ଶନି ହେତୁ କୌଣସି ନୂଆଁ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ଯାନ ବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ପ୍ରସ୍ତୁତି ସରିବ ଓ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି ଦେଖାଦେଇପାରେ।
ବୃଷ
ବୃଷ

କେନ୍ଦ୍ରସ୍ଥ ରବି ଓ ବୁଧ ଯୋଗୁ ଆଜିର ଆକସ୍ମିକ ଦୂରଯାତ୍ରା ସଙ୍ଗକୁ ବ୍ୟୟବହୁଳତା ମାନସିକ ଯନ୍ତ୍ରଣାର କାରଣ ହେବ। ପ୍ରତିବନ୍ଧକ କାରଣରୁ କାମଗୁଡିକ ସୁବିଧାରେ ନ ହେଉଥିବାରୁ ମନ ଭଲ ରହିବ ନାହିଁ। ତଥାପି ସଭା ସମିତି, କଚେରି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।

ମିଥୁନ
ମିଥୁନ
ଆଜିର ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ଯାନବାହନରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
କର୍କଟ
କର୍କଟ
ଆଜି କର୍ମସ୍ଥ ମଙ୍ଗଳ ପାପଗ୍ରହ ଦୃଷ୍ଟିରୁ ଘରୋଇ କାମ ସଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଢିଯିବ, ଫଳରେ ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ। ବନ୍ଧୁଙ୍କ ସହାୟତାରେ ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପର୍କଟି ପୁନଃ ପ୍ରତିଷ୍ଠିତ ହେବେ। କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ।
ସି˚ହ
ସି˚ହ
ରାଶ୍ୟାଧିପତିଙ୍କ ଶୁଭତ୍ୱରୁ ଟିକିଏ ଦୂର ସ୍ଥାନକୁ ଯିବା ପାଇଁ ମନସ୍ଥ କରିଥିବାରୁ ଅତ୍ୟାବଶ୍ୟକ କାର୍ଯ୍ୟ ସମାପନ କରିବାକୁ ବାଧ୍ୟ ହେବେ। ଦିନ ଭିତରେ ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଖୁସୀ ରହିବେ।
କନ୍ୟା
ସ୍ବାସ୍ଥ୍ୟ ଭଲ ରହିବା ସହ କୌଣସି ନୂତନ କର୍ମାରମ୍ଭ କରି ଖୁସୀ ହୋଇପାରନ୍ତି। ସାଂସ୍କୃତିକ, ସାମାଜିକ ଅନୁଷ୍ଠାନରେ ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ବାଣିଜ୍ୟ, ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପରୁ ଖୁସି ରହିବେ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଅବଶ୍ୟମ୍ଭାବୀ।
ତୁଳା
ତୁଳା
ବହୁତ ଦିନ ହେଲା ଯେମତି ଭାବୁଥିଲେ ଆଜି ଠିକ୍‌ ସେମିତି ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ଘରୋଇ ସମସ୍ୟା ସମାଧାନ ହୋଇଯିବ, କିନ୍ତୁ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକାଶେ ଚିନ୍ତା କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ ଏବଂ କଳା, ସାହିତ୍ୟ, ସଭାସମିତିରେ ଯୋଗଦେଇପାରନ୍ତି।
ବିଛା
ବିଛା
ଆପଣଙ୍କ ଚେଷ୍ଟା ଅବ୍ୟାହତ ରଖନ୍ତୁ ଅବଶ୍ୟ ବିଳମ୍ବିତ ସମୟରେ ଲକ୍ଷ୍ୟପ୍ରାପ୍ତି ଅବଶ୍ୟ ଘଟିବ। ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। କାମରେ ଅବହେଳା କରିବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ଧନୁ
ଧନୁ
ଆଜି ଦିନଟିରେ ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି କାମକୁ ସରସ ସୁନ୍ଦର କରିବ। କିନ୍ତୁ ଅଳସୁଆମି ପଣ ଓ
କାଳକ୍ଷେପଣ ନୀତିରୁ ଦୂରେଇ ନ ରହିଲେ ସୁଯୋଗ ହରାଇବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ।
ମକର
ମକର

ସକାଳୁ ସକାଳୁ କୌଣସି କାମ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ପ୍ରତିଯୋଗିତାରେ କିମ୍ବା ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାର ସୂଚନା ରହିଛି।

କୁମ୍ଭ
କୁମ୍ଭ
ଆଜି ହସ,ଖୁସୀ,ମଜା ମଉଜ ମଧ୍ୟରେ ଆପଣ ସମୟ ଅତିବାହିତ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ମନ୍ଦ ନ ହେଲେ ମଧ୍ୟ ସନ୍ତୋଷଜନକ ନ ହୋଇପାରେ। ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ମୀନମୀନ

ବନ୍ଧୁ ମେଳରେ ଅଧିକାଂଶ ସମୟ ଅତିବାହିତକୁ ନେଇ ପରିବାରରେ ଯୁକ୍ତିତର୍କର ସମ୍ମୁଖୀନ ହେବାକୁ ପଡିପାରେ। ରାଜନୀତି କ୍ଷେତ୍ରରେ, ପ୍ରଶାସନିକ ସ୍ତରରେ, ସାହିତ୍ୟ, ସାମ୍ବାଦିକତାରେ ଲକ୍ଷ୍ୟ ହାସଲ କରିବେ। କିନ୍ତୁ ସନ୍ତାନଙ୍କ ଦାବିକୁ ଅଗ୍ରାହ୍ୟ କରି ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri