Posted inRasifala

ରାଶିଫଳ: ଶୁକ୍ରବାର , ମେ ୧୦ ତାରିଖ – Daily Horoscope

ମେଷ
ଆଜି ମନ ପ୍ରଫୁଲ୍ଲ ରହିବା ସହ ସବୁ କାମ ସୁବିଧାରେ ହୋଇଯିବ। ଯାହାକୁ ଯାହା କହିବେ ସେ ନାହିଁ କରିବ ନାହିଁ ଏବଂ ଆପଣଙ୍କ କାମ ମଧ୍ୟ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣରେ ଉକତ୍ର୍ଷତା ପରିଲକ୍ଷିତ ହେବ। ଅଶ୍ୱିନୀ ନକ୍ଷତ୍ର ସକାଶେ ଈର୍ଷାପରାୟଣବଶତଃ ନିଜ ଲୋକମାନେ ଦାଉସାଧିବାକୁ ଚେଷ୍ଟା କରିପାରନ୍ତି।
ବୃଷ
ବୃଷ
ଅପୂରଣୀୟ ଆଶା ଓ ଅଭିଳାଷଜନିତ ମନ ଭଲ ରହିବ ନାହିଁ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ଅତୀତର ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟର କିଣାବିକାରୁ ଭଲ ଲାଭ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନଙ୍କ ସମସ୍ୟାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିକୁ ସୁଧାରିନେବା ଭଲ।
ମିଥୁନ
ମିଥୁନ
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ। କେଉଁ ଉପାୟରେ, କାହା ମାଧ୍ୟମରେ ଅଭିଳଷିତ ଅର୍ଥ ଓ ଦ୍ରବ୍ୟ ଲାଭ କରିପାରିବେ ସେହି ଚିନ୍ତା କରିପାରନ୍ତି। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ପୁନର୍ବସୁ ନକ୍ଷତ୍ର ଶିଳ୍ପ, ବାଣିଜ୍ୟ,ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
କର୍କଟ
କର୍କଟ
ଆଜି ଘରର ସ୍ଥଗିତ କାମ ସମ୍ପନ୍ନ କରିବା ସାଙ୍ଗକୁ କର୍ମକ୍ଷେତ୍ରର ଦାୟିତ୍ୱ ପ୍ରତି ଯନତ୍ବାନ ହେବାକୁ ପଡିବ। ଅସ୍ଥିରତାଜନିତ ଅଶାନ୍ତି ଉପଲବ୍ଧି କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ସକାଶେ ଦୂରଯାତ୍ରା, ବିଶିଷ୍ଟବ୍ୟକ୍ତିଙ୍କ ସହ ଆଲୋଚନା ଓ ବନ୍ଧୁମିଳନ ଘଟିପାରେ। ଭାଇ, ବନ୍ଧୁଙ୍କ ସହଯୋଗରେ କାମ କରିବାର ସୁଯୋଗ ଲାଭ କରି ଖୁସି ହେବେ।
ସି˚ହ
ସି˚ହ
ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହେବେ। ଉତ୍ତରାଫାଲଗୁନୀ ନକ୍ଷତ୍ର ଅନ୍ୟ ଉପରେ ନିର୍ଭର ନ କରି ଆତ୍ମନିର୍ଭରଶୀଳ ହେବାକୁ ମନସ୍ଥ କରିବେ। ପ୍ରଶାସନିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଘରୋଇ କ୍ଷେତ୍ରରେ କାର୍ଯ୍ୟହାସଲ ପରିପ୍ରେକ୍ଷୀରେ ଅର୍ଥ ସଂକଟ ଲାଗିରହିପାରେ।
କନ୍ୟା
ଦିନଟି ସବୁ ଦିଗରୁ ଖୁସିରେ କଟିବ କିନ୍ତୁ ବିଳମ୍ବିତ କାର୍ଯ୍ୟ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। କଳା, ସାହିତ୍ୟ ତଥା ମନୋରଞ୍ଜନ କାର୍ଯ୍ୟକ୍ରମାଦିରେ ସାମିଲ ହୋଇ ପ୍ରଶଂସିତ ହେବେ। ଲାଗି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। ଚିତ୍ରା ନକ୍ଷତ୍ର ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ।
ତୁଳା
ତୁଳା
ଆଜି କର୍ମକ୍ଷେତ୍ର୍ରରୁ ସମ୍ମାନ ସହ ସାମାଜିକ ସ୍ତରରେ ମଧ୍ୟ ପ୍ରଶଂସିତ ହେବେ। ବନ୍ଧୁମିଳନ, ନୃତ୍ୟ, ଗୀତ ଆସର ମଧ୍ୟରେ ଆନୁଷ୍ଠାନିକ କାମକୁ ସମ୍ପାଦନ କରିବାରେ ସମର୍ଥ ହେବେ। ସ୍ବାତୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ପାଇବେ। ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ସଭାସମିତିରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅର୍ଥହାନିକୁ କେନ୍ଦ୍ରକରି ଅନ୍ୟମନସ୍କତାରୁ କେତେକ ଭୁଲ୍‌ ହୋଇଯାଇପାରେ। ଜମିଜମା କିମ୍ବା ଗୃହସୀମା ସମ୍ପର୍କିତ ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିବ।
ଧନୁ
ଧନୁ
ସହକର୍ମୀଙ୍କ ବଦାନ୍ୟତା କାରଣରୁ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ରକ୍ଷା ପାଇବେ। ପାରିବାରିକ ଖର୍ଚ୍ଚ ସକାଶେ ଅର୍ଥାଭାବ ଯୋଗୁ ବିଚଳିତ ହୋଇପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ସୁଯୋଗ ପାଇବେ। ଉତ୍ତରାଷାଢ଼ା ନକ୍ଷତ୍ରର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି କରିବ। ପ୍ରିୟଜନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ। ଶ୍ରବଣା ନକ୍ଷତ୍ର ନିଜର ସହନଶୀଳତା ଗୁଣରୁ ପ୍ରତ୍ୟେକ ସ୍ତରରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ, ଯଦ୍ଦ୍ବାରା କି ଆପଣଙ୍କୁ ଉପରିସ୍ଥଙ୍କ କଡ଼ାକଥା ଶୁଣିବାକୁ ପଡିପାରେ। ପରିବାର ଖର୍ଚ୍ଚ ତୁଲାଇବା ସକାଶେ ଧାର ଉଧାର କରିବାକୁ ପଡିବ। ସଙ୍ଗ ଦୋଷରୁ ନୀଚ୍ଚବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଶତଭିଷା ନକ୍ଷତ୍ରର ପ୍ରିୟଜନଙ୍କ ସହିତ ବନ୍ଧୁଙ୍କ ଭ୍ରମଣ ସୁଯୋଗ ଜୁଟିବ।
ମୀନମୀନ

ବିଭିନ୍ନ ସ୍ତରରେ ଛୋଟବଡ଼ ସମସ୍ୟା ରହିଥିଲେ ମଧ୍ୟ ଆଜିର କର୍ମକ୍ଷେତ୍ରକୁ ତାହା ପ୍ରଭାବିତ କରିବ ନାହିଁ। ଉତରଭାଦ୍ର ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜିର ଯାତ୍ରା ବାଣିଜ୍ୟ, ଲେଖାପଢା, ଆଲୋଚନା, ମନୋରଞ୍ଜନରୁ ଖୁସି ରହିବେ। ଆତ୍ମୀୟଙ୍କ ସହ ଯଥା ସମ୍ଭବ ସମ୍ପର୍କ ରଖିବା ଆଗାମୀ ସମୟ ସକାଶେ ହିତକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?